ରଘୁନାଥ ମହାପାତ୍ର
ଭାରତୀୟ ସ୍ଥପତି ଓ ମୂର୍ତ୍ତିକାର / From Wikipedia, the free encyclopedia
ରଘୁନାଥ ମହାପାତ୍ର (୨୩ ମାର୍ଚ୍ଚ ୧୯୪୩ - ୦୯ ମଇ ୨୦୨୧)[3] ଜଣେ ଓଡ଼ିଆ ପଥର ଶିଳ୍ପୀ ଓ ସ୍ଥପତି ଥିଲେ । ତାଙ୍କ ପଥର ଶିଳ୍ପକଳା ନିମନ୍ତେ ୧୯୭୬ ମସିହାରେ ତାଙ୍କ ଭାରତ ସରକାର ୨୩ ବର୍ଷ ବୟସରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରିଥିଲେ । ସେ ଭୁବନେଶ୍ୱର ଉପକଣ୍ଠରେ ଥିବା "ଶିଳ୍ପୀ ଗ୍ରାମ" ଓ "ରଘୁନାଥ କ୍ରାଫ୍ଟସ୍"ର[4] ପ୍ରତିଷ୍ଠାତା ଥିଲେ । ପୁରାତନ ଶୈଳୀରେ ନୂତନ ଭାବେ ନିର୍ମିତ ତାରାତାରିଣୀ ମନ୍ଦିରର ମୁଖ୍ୟ ସ୍ଥପତି ଭାବେ କାର୍ଯ୍ୟ କରିବା ସହ[5] ସାରା ଭାରତରେ ଅନେକ ପ୍ରମୁଖ ମନ୍ଦିର ନିର୍ମାଣ କରିଥିଲେ ।[6] ୨୦୧୬ ମସିହାରେ ଓଡ଼ିଶା ସରକାର ତାଙ୍କୁ ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ଭାବରେ ନିଯୁକ୍ତି ଦେଇଥିଲେ ।[7]
Quick Facts ରଘୁନାଥ ମହାପାତ୍ର, ଜନ୍ମ ...
ରଘୁନାଥ ମହାପାତ୍ର | |
---|---|
ଜନ୍ମ | (1943-03-23)୨୩ ମାର୍ଚ୍ଚ ୧୯୪୩ |
ମୃତ୍ୟୁ | ୯ ମଇ ୨୦୨୧(2021-05-09) (ବୟସ ୭୮) |
ମୃତ୍ୟୁର କାରଣ | କରୋନାଭୂତାଣୁ ରୋଗ ୨୦୧୯ |
ଶିକ୍ଷା | ଅଷ୍ଟମ [2] |
ବୃତ୍ତି | ସ୍ଥପତି (ପଥର ଶିଳ୍ପୀ) |
ସନ୍ତାନ | ପ୍ରଶାନ୍ତ ମହାପାତ୍ର, ଯଶୋବନ୍ତ ମହାପାତ୍ର |
ପିତାମାତା(s) | ଦାମୋଦର ମହାପାତ୍ର, ଶକୁନ୍ତଳା ଦେବୀ |
ପୁରସ୍କାର | ପଦ୍ମବିଭୂଷଣ |
Close
କରୋନାଭୂତାଣୁ ରୋଗ ୨୦୧୯ରେ ପୀଡ଼ିତ ହୋଇ ୨୦୨୧ ମଇ ମାସ ୯ ତାରିଖରେ ତାଙ୍କର ଭୁବନେଶ୍ୱରଠାରେ ଦେହାନ୍ତ ହୋଇଥିଲା ।[8]