ଓଡ଼ିଆ ପ୍ରବଚକ From Wikipedia, the free encyclopedia
ରଜତ କୁମାର କର (୨ ଅକ୍ଟୋବର ୧୯୩୪ - ୮ ମଇ ୨୦୨୨) ଜଣେ ଓଡ଼ିଆ ଶିକ୍ଷାବିତ, ନାଟ୍ୟକାର ଓ ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା ଥିଲେ । ଦୀର୍ଘ ୬୦ ବର୍ଷ ଧରି ସେ ଟିଭି ଓ ରେଡ଼ିଓରେ ରଥଯାତ୍ରାର ଧାରା ବିବରଣୀ ପ୍ରଦାନ କରି ଓଡ଼ିଶାର ଜନମାନସରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିଲେ । ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଜଣେ ସୁବକ୍ତା ଭାବେ ତାଙ୍କର ଖ୍ୟାତି ରହିଥିଲା ।[2] ୨୦୨୧ ମସିହାରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ପୁରସ୍କୃତ କରାଯାଇଥିଲା ।[3][4]
ଡ. ରଜତ କୁମାର କର | |
---|---|
ଜନ୍ମ | |
ମୃତ୍ୟୁ | ୮ ମଇ ୨୦୨୨ ୮୭) | (ବୟସ
ବୃତ୍ତି(ସମୂହ) | ଶିକ୍ଷାବିତ୍ ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା ଭାଷ୍ୟକାର |
ବୈବାହିକ-ସାଥୀ | ଶାନ୍ତିଲତା କର[1] |
ପିତାମାତା(s) | କୁଳମଣି କର (ବାପା) ଇନ୍ଦୁମତୀ ଦେବୀ (ମାଆ) |
ସମ୍ପର୍କୀୟ | ଶରତ କୁମାର କର (ସାନ ଭାଇ) |
ପୁରସ୍କାର | ପଦ୍ମଶ୍ରୀ[2] |
ଦସ୍ତଖତ | |
ରଜତ କର ୧୯୩୪ ମସିହାର ଅକ୍ଟୋବର ୨ ତାରିଖରେ କଟକ ଜିଲ୍ଲାର ମାହାଙ୍ଗାଠାରେ ଜନ୍ମଗ୍ରହଣ କରିଥିଲେ ।[5] ତାଙ୍କ ବାପାଙ୍କ ନାମ କୁଳମଣି କର ଓ ମାତାଙ୍କ ନାମ ଇନ୍ଦୁମତୀ ଦେବୀ ।[6] ସେ ରେଭେନ୍ସା କଲିଜେଟ ସ୍କୁଲର ଛାତ୍ର ଥିଲେ ଏବଂ ପରେ ଅର୍ଥନୀତିରେ ସ୍ନାତକୋତର ଡିଗ୍ରୀ କରିଥିଲେ ।[7]
ଜଗନ୍ନାଥ ଧର୍ମ ଓ ରୀତିନୀତିକୁ ନେଇ ସେ ଅନେକ ସାହିତ୍ୟ ରଚନା କରିଥିଲେ ।
ରଜତ କର ଜଣେ ଶିକ୍ଷାବିତ୍ ଭାବରେ ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗରେ ଦୀର୍ଘଦିନ ଧରି କାମ କରିଥିଲେ ଏବଂ ଏସସିଇଆଇଟିର ନିର୍ଦ୍ଦେଶକ ଭାବେ ଚାକିରିରୁ ଅବସର ଗ୍ରହଣ କରିଥିଲେ ।[7] ସେ ଆକାଶବାଣୀର ବିଭିନ୍ନ କାର୍ଯ୍ୟକ୍ରମରେ ଅଭିନୟ କରିବା ସହିତ ଅନେକ ନାଟକ ମଧ୍ୟ ରଚନା କରିଥିଲେ ।[9]
ସେ ଟିଭି ଓ ରେଡ଼ିଓରେ ରଥଯାତ୍ରାର ଧାରା ବିବରଣୀ ପ୍ରଦାନ କରୁଥିଲେ ।[10][11] ପ୍ରାର୍ଥନା ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ବାଦୀପାଲାରେ ସେ ବିଚାରକ ଭାବରେ କାର୍ଯ୍ୟ କରିବା ସହିତ ଏବଂ ଅନ୍ୟ ଏକ କାର୍ଯ୍ୟକ୍ରମ ବୈଦେହୀଶ ବିଳାସରେ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟ ବୈଦେହୀଶ ବିଳାସର ଉପସ୍ଥାପନା କରୁଥିଲେ ।
୧୯୮୧ ମସିହାରେ ସେ ଓଡ଼ିଆ ଚଳଚ୍ଚିତ୍ର ଉଲ୍କାରେ ଅଭିନୟ କରିଥିଲେ । ଯାହା ଥିଲା ତାଙ୍କ ଜୀବନର ପ୍ରଥମ ଓ ଶେଷ ଅଭିନୀତ ଚଳଚ୍ଚିତ୍ର । ତାଙ୍କ ଅଜାଣତରେ ତାଙ୍କର କିଛି ଦୃଶ୍ୟ ଏହି କଥାଚିତ୍ରଟିରେ ଯୋଡ଼ାଯାଇଥିବାରୁ ସେ ଅସନ୍ତୋଷ ପ୍ରକାଶ କରିବା ସହିତ ଅଭିନୟ ଜଗତରୁ ନିଜକୁ ଦୂରେଇ ରଖିଥିଲେ ।[12]
କାର୍ଯ୍ୟକ୍ରମ | ଚେନାଲ୍ | ଭୂମିକା |
---|---|---|
ରଥଯାତ୍ରା ଲାଇଭ୍ | ଡିଡି ଓଡ଼ିଆ | ଭାଷ୍ୟକାର |
ବାଦୀପାଲା | ପ୍ରାର୍ଥନା ଟିଭି | ବିଚାରକ |
ବୈଦେହୀଶ ବିଳାସ | ପ୍ରାର୍ଥନା ଟିଭି | ପ୍ରବଚକ |
ରଜତ କର ହୃଦ୍ଘାତରେ ପୀଡ଼ିତ ହୋଇ[17] ୨୦୨୨ ମସିହାର ମଇ ୮ ତାରିଖରେ ଏକ ଘରୋଇ ଚିକିତ୍ସାଳୟରେ ମୃତ୍ୟୁବରଣ କରିଥିଲେ ।[18] ମୃତ୍ୟୁବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.