ରମାକାନ୍ତ ରଥ
ଓଡ଼ିଆ କବି / From Wikipedia, the free encyclopedia
ରମାକାନ୍ତ ରଥ (ଜନ୍ମ ୧୩ ଡିସେମ୍ବର ୧୯୩୪) ଓଡ଼ିଆ ସାହିତ୍ୟର ଜଣେ ଆଧୁନିକ କବି । ସେ କଟକଠାରେ ୧୯୩୪ରେ ଜନ୍ମ ନେଇଥିଲେ । ସେ ଇଂରାଜୀରେ ରେଭେନ୍ସା କଲେଜରୁ ଏମ.ଏ. କରିବା ପରେ ୧୯୫୭ରେ ଭାରତୀୟ ପ୍ରଶାସନିକ ସେବାରେ ୧୯୯୨ରେ ଅବସର ଗ୍ରହଣ କରିବା ପୂର୍ବରୁ ଓଡ଼ିଶାର ମୁଖ୍ୟ ସଚିବ ଥିଲେ । ଏହି ସମୟରେ ତାଙ୍କର ସାତଟି କବିତା ସଂକଳନ ପ୍ରକାଶ ପାଇଥିଲା – କେତେ ଦିନର (୧୯୬୨), ସନ୍ଦିଗ୍ଧ ମୃଗୟା (୧୯୭୧), ସପ୍ତମ ରତୁ (୧୯୭୭), ସଚିତ୍ର ଅନ୍ଧାର (୧୯୮୨), ଶ୍ରୀରାଧା (୧୯୮୫) ଏବଂ ଶ୍ରେଷ୍ଠ କବିତା (୧୯୯୨) । ସାହିତ୍ୟ ଏକାଡେମୀ ୧୯୭୮ ମସିହାରେ ତାଙ୍କ କବିତା ସଂକଳନ "ସପ୍ତମ ଋତୁ" ପାଇଁ ତାଙ୍କୁ ପୁରସ୍କୃତ କରିଥିଲା । ୧୯୮୪ରେ ସଚିତ୍ର ଅନ୍ଧାର ପାଇଁ ତାଙ୍କୁ ଶାରଳା ପୁରସ୍କାର ମିଳିଥିଲା । ୧୯୯୨ ମସିହାପାଇଁ ସେ ସରସ୍ୱତୀ ସମ୍ମାନରେ ସମ୍ମାନୀତ । ଏହି କାବ୍ୟଗ୍ରନ୍ଥ ଇଂରାଜୀ ଓ ଆଠଟି ଭାରତୀୟ ଭାଷାରେ ଅନୁଦିତ ।[2]
Quick Facts ପଦ୍ମ ଭୂଷଣ ରମାକାନ୍ତ ରଥ, ଜନ୍ମ ଓ ଜନ୍ମସ୍ଥାନ ...
ପଦ୍ମ ଭୂଷଣ ରମାକାନ୍ତ ରଥ | |
---|---|
ଜନ୍ମ ଓ ଜନ୍ମସ୍ଥାନ | (1934-12-13) ୧୩ ଡିସେମ୍ବର ୧୯୩୪ (ବୟସ ୮୯) କଟକ, ଓଡ଼ିଶା |
ବୃତ୍ତି | ଭାରତୀୟ ପ୍ରଶାସନିକ ସେବା ଅଧିକାରୀ |
ଭାଷା | ଓଡ଼ିଆ |
ଶିକ୍ଷା | ସ୍ନାତକୋତ୍ତର (ଇଂରାଜୀ ଭାଷା) |
ଶିକ୍ଷାନୁଷ୍ଠାନ | ରେଭେନ୍ସା ମହାବିଦ୍ୟାଳୟ |
ଶୈଳୀ | କବି |
ସାହିତ୍ୟ କୃତି | ଶ୍ରୀରାଧା |
ପୁରସ୍କାର | ସରସ୍ୱତୀ ସମ୍ମାନ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, |
ଜୀବନସାଥୀ | ଶାନ୍ତିଲତା ରଥ[1] |
ଦସ୍ତଖତ |
Close