ରାଇଜୋବୀୟ
From Wikipedia, the free encyclopedia
ରାଇଜୋବୀୟଗୁଡ଼ିକ ଦ୍ୱିଆଜୋଭୋଜୀ ବୀଜାଣୁ (ବ୍ୟାକ୍ଟେରିଆ) ଓ ସେଗୁଡ଼ିକ ଡାଲିଜାତୀୟ ଉଦ୍ଭିଦମାନଙ୍କ ଚେରରେ ବସତି ସ୍ଥାପନ କରି ଯବକ୍ଷାରଜାନ ବିବନ୍ଧନ କରିଥାନ୍ତି । ବିବନ୍ଧନ ପାଇଁ ଆବଶ୍ୟକ ଜିନୀୟ ପରିପ୍ରକାଶ (ଜେନେଟିକ ଏକ୍ସପ୍ରେସନ) ପାଇଁ ଏଗୁଡ଼ିକ ଏକ ଉଦ୍ଭିଦ ପରପୋଷୀ ଆବଶ୍ୟକ କରିଥାନ୍ତିିି ।[1] ଏଗୁଡ଼ିକ ସାଧାରଣତଃ ଗତିଶୀଳ, ଗ୍ରାମ୍-ବିରୋଧୀ ବ୍ୟାକ୍ଟେରିଆ ।
- ଏହି ଲେଖାଟି ଯବକ୍ଷାରଜାନ ବିବନ୍ଧନ କରୁଥିବା ବ୍ଯାକ୍ଟେରୀଆମାନଙ୍କ ବାବଦରେ । ନିର୍ଦ୍ଦିଷ୍ଟ ବ୍ଯାକ୍ଟେରୀୟ ପ୍ରଜାତି ପାଇଁ, ରାଇଜୋବିୟମ ପ୍ରସଙ୍ଗଟି ଦେଖନ୍ତୁ ।
ରାଇଜୋବୀୟମାନେ ମାଟିରେ ଡାଲିଜାତୀୟ ଉଦ୍ଭିଦଗୁଡ଼ିକର ମୂଳକୁ ସଂକ୍ରମଣ କରି ମୂଳ-ଗଣ୍ଠି ଗଠନ କରନ୍ତି ।[2] ଏଗୁଡ଼ିକ ଗଛର ମୂଳ-ଗଣ୍ଠିରେ ରହି ବାୟୁମଣ୍ଡଳସ୍ଥ ଯବକ୍ଷାରଜାନ ବିବନ୍ଧନ କରିଥାନ୍ତି ଏବଂ ବାୟୁମଣ୍ଡଳସ୍ଥ ଯବକ୍ଷାରଜାନକୁ (N2) ବ୍ଯବହାର ଯୋଗ୍ୟ ଯବକ୍ଷାରଜାନ ଅଣୁରେ ପରିଣତ କରନ୍ତି । ସେହି ଗଣ୍ଠିରୁ ଗଛର ସବୁ ଅଂଶକୁ ଯବକ୍ଷାରଜାନ ଅଣୁ ପରିବାହିତ ହୋଇଥାଏ ଏବଂ ତାହା ଗଛ ବଢ଼ିବାରେ ସହାୟକ ହୁଏ । ଗଛଟି ମରିଗଲା ପରେ ରାଇଜୋବୀୟଗୁଡ଼ିକ ପୁଣି ମାଟିକୁ ଫେରିଯାଇ ଏକାକୀ ରହନ୍ତି କିମ୍ବା ଏକ ନୂଆ ଗଛକୁ ସଂକ୍ରମଣ କରନ୍ତି ।[3]