From Wikipedia, the free encyclopedia
ରେ ସିଣ୍ଡ୍ରୋମ (ଇଂରାଜୀ ଭାଷାରେ Reye syndrome)ଏକ ଦୃତ ପ୍ରଗତିଶୀଳ ଏନସେଫାଲୋପାଥି/ଏନକେଫାଲୋପାଥି (encephalopathy) ରୋଗ । [1] ଏହି ରୋଗରେ ବାନ୍ତି, ବ୍ୟକ୍ତିତ୍ୱ ପରିବର୍ତ୍ତନ, ଦ୍ୱିଧା, ଅପସ୍ମାର (seizure) ଓ ଚେତାଶୂନ୍ୟତା (loss of consciousness) ଆଦି ଲକ୍ଷଣମାନ ଦେଖାଯାଏ ।[2] ସ୍ୱାଭାବିକ ଭାବରେ ଯକୃତ ବିଷାକ୍ତ (liver toxicity) ହେଲେ ମଧ୍ୟ ଚର୍ମ ହଳଦିଆ ଦେଖାଯାଏ ନାହିଁ ।[1] ଏହି ରୋଗୀଙ୍କ ମଧ୍ୟରୁ ୨୦-୪୦% ମୃତ୍ୟୁ ବରଣ କରନ୍ତି ଓ ବଞ୍ଚିଥିବା ଏକ ତୃତୀୟାଂଶ ଲୋକଙ୍କର ମହତ୍ତ୍ୱପୂର୍ଣ୍ଣ ମସ୍ତିଷ୍କ କ୍ଷତି (brain damage) ହୋଇଥାଏ । [1][3]
ରେ ସିଣ୍ଡ୍ରୋମର କାରଣ ଅଦ୍ୟାବଧି ଅଜ୍ଞାତ ଅଛି ।[1] ଇନଫ୍ଲୁଏଞ୍ଜା ବା ହାଡ଼ଫୁଟି ଭଳି ଭୁତାଣୁ ଜନିତ ରୋଗରୁ ଆରୋଗ୍ୟ ଲାଭ କରିବାର ଅଳ୍ପ ସମୟ ପରେ ଏହି ରୋଗ ସାଧାରଣତଃ ଆରମ୍ଭ ହୁଏ ।[2] ଏମାନଙ୍କ ମଧ୍ୟରୁ ୯୦% ପିଲା ଆସ୍ପିରିନ ଖାଇଥିବା ଜଣାଯାଏ ।[1] ଏହି ରୋଗ ନିମନ୍ତେ ଆଜନ୍ମ ମେଟାବୋଲିଜ୍ମ ଦୋଷ (Inborn errors of metabolism) ଏକ ସଙ୍କଟ ଦାୟକ ରୋଗ ।[3] ରକ୍ତ ପରୀକ୍ଷାରେ ଉଚ୍ଚ ଆମୋନିଆ ସ୍ତର (high blood ammonia level), ଅଳ୍ପ ଶର୍କରା ସ୍ତର (low blood sugar level) ଓ ଦୀର୍ଘ ପ୍ରୋଥ୍ରୋମ୍ବିନ (prothrombin time) ସମୟ ମିଳେ । ଅଧିକାଂଶ ରୋଗୀଙ୍କର ହେପାଟୋମେଗାଲି (enlarged liver) ବା ଯକୃତ ବୃଦ୍ଧି ହୋଇଥାଏ ।[1]
ପିଲାଙ୍କୁ ଏ ରୋଗର ପ୍ରତିଷେଧ ନିମନ୍ତେ ଆସ୍ପିରିନ ଦେବାଠାରୁ ଦୂରରେ ରହିବା ଉଚିତ ।[2] ଆସ୍ପିରିନ ନ ଦେବାଦ୍ୱାରା ଏ ରୋଗ ପ୍ରାୟ ୯୦% କମିଯାଇଛି ।[1] ରୋଗ ଆରମ୍ଭ ହେବା ମାତ୍ରେ ନିର୍ଣ୍ଣୟ ହୋଇପାରିଲେ ଫଳାଫଳ ଉନ୍ନତ ହୁଏ । କେବଳ ସାହାଯ୍ୟକାରୀ (supportive) ଚିକିତ୍ସା ଦିଆଯାଏ ।[2] ମସ୍ତିଷ୍କ ଇଡିମାରେ (brain swelling) ଫୁଲା କମିବା ନିମନ୍ତେ ମାନିଟଲ (Mannitol) ଦିଆଯାଇପାରେ । [1]
ଡଗଲାସ ରେ (Douglas Reye) ସନ ୧୯୬୩ରେ ପ୍ରଥମେ ଏହି ରୋଗର ସବିଶେଷ ବର୍ଣ୍ଣନା କରିଥିଲେ ।[4] ସାଧାରଣତଃ ପିଲାମାନେ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି । ପ୍ରତିବର୍ଷ ଏକ ନିୟୁତ ପିଲାଙ୍କ ମଧ୍ୟରୁ ଜଣକରୁ କମ୍ ପିଲା ଏହି ରୋଗରେ ଆକ୍ରାନ୍ତ ହୁଏ ।[1] ଏହିରେ ସିଣ୍ଡ୍ରୋମ ଯୋଗୁ ଆସ୍ପିରିନ ବ୍ୟବହାର ହଟେଇ ଦିଆଗଲା, କେବଳ କାୱାସାକି ଡିଜିଜରେ (Kawasaki disease) ଦିଆଯାଇ ପାରିବ ।[3]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.