![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/3/37/Laxminarayan_Temple_in_New_Delhi_03-2016.jpg/640px-Laxminarayan_Temple_in_New_Delhi_03-2016.jpg&w=640&q=50)
ଲକ୍ଷ୍ମୀନାରାୟଣ ମନ୍ଦିର, ଦିଲ୍ଲୀ
ଏହା ଏକ ହିନ୍ଦୁ ମନ୍ଦିର ଯାହା ଲକ୍ଷ୍ମୀନାରାୟଣଙ୍କୁ ସମର୍ପିତ ହୋଇଛି । / From Wikipedia, the free encyclopedia
ଲକ୍ଷ୍ମୀନାରାୟଣ ମନ୍ଦିର, ବିରଳା ମନ୍ଦିର ନାମରେ ମଧ୍ୟ ଜଣାଶୁଣା, ଭାରତର ଦିଲ୍ଲୀ ନଗରୀରେ ଥିବା ଏକ ହିନ୍ଦୁ ମନ୍ଦିର ଯାହା ଲକ୍ଷ୍ମୀନାରାୟଣଙ୍କୁ ସମର୍ପିତ ହୋଇଛି । ଲକ୍ଷ୍ମୀନାରାୟଣ କହିଲେ ବିଷ୍ଣୁଙ୍କୁ ବୁଝାଏ, ତ୍ରିମୂର୍ତ୍ତି ମଧ୍ୟରେ ପାଳନକର୍ତ୍ତା ଅଟନ୍ତି ଓ ତାଙ୍କ ପତ୍ନୀ ଲକ୍ଷ୍ମୀଙ୍କ ସାଥିରେ ଥିଲେ ନାରାୟଣ ଭାବରେ ପରିଚିତ ହୁଅନ୍ତି । ଯୁଗଳ କିଶୋର ବିରଳା ତିଆରି କରିଥିବା ଏହି ମନ୍ଦିରକୁ ମହାତ୍ମା ଗାନ୍ଧୀ ଉନ୍ମୋଚନ କରିଥିଲେ ଯାହା ତିଆରି କରିବାକୁ ୧୯୩୩ରୁ ୧୯୩୯ ମସିହା ପର୍ଯ୍ୟନ୍ତ ସମୟ ଲାଗିଥିଲା ।[1] ଏହି ମନ୍ଦିରରେ ଶିବ, କୃଷ୍ଣ ଓ ଗୌତମ ବୁଦ୍ଧଙ୍କର ପାର୍ଶ୍ୱ ମନ୍ଦିର ଅଛି ।
ଲକ୍ଷ୍ମୀନାରାୟଣ ମନ୍ଦିର, ଦିଲ୍ଲୀ | |
---|---|
ଲକ୍ଷ୍ମୀ ନାରାୟଣ ମନ୍ଦିର | |
![]() | |
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
ଦେବାଦେବୀ | ଲକ୍ଷ୍ମୀ ନାରାୟଣ (Laxmi Narayan) ବିଷ୍ଣୁ (Vishnu ଓ ଲକ୍ଷ୍ମୀ (Lakshmi) |
Festivals | ଜନ୍ମାଷ୍ଟମୀ (Janmashtami), ଦିୱାଲି (Diwali) |
Location | |
ସ୍ଥାନ | New Delhi |
Country | ଭାରତ |
ଭୌଗଳିକ ଅବସ୍ଥିତି | 28°37′58″N 77°11′56″E |
Architecture | |
Type | Nagara style of Hindu temple architecture |
Baldeo Das Birla | |
Completed | 1939 |
ଦିଲ୍ଲୀରେ ଗଠିତ ହୋଇଥିବା ବଡ଼ ମନ୍ଦିରମାନଙ୍କ ମଧ୍ୟରୁ ଏହା ପ୍ରଥମ ବଡ଼ ମନ୍ଦିର ଥିଲା । ଏହା ମଧ୍ୟରେ ଅନେକ ଛୋଟ ମନ୍ଦିର, ଜଳ ଫୁଆରା ଓ ଏକ ବଡ଼ ବଗିଚା ଅଛି ଯେଉଁଥିରେ ଅନେକ ହିନ୍ଦୁ ସ୍ଥାପତ୍ୟ ଅଛି । ଏହା ସହିତ ଏକ ଗୀତା ଭବନ ଅଛି ଯେଉଁଠାରେ ବିଭିନ୍ନ ବିଷୟରେ ଆଲୋଚନା ହୁଏ । ଏହା ଏକ ବିରାଟ ପର୍ଯ୍ୟଟନ ଆକର୍ଷଣର କେନ୍ଦ୍ର ହୋଇଛି ଓ ଜନ୍ମାଷ୍ଟମୀ ତଥା ଦିୱାଲୀ ପର୍ବତମାନଙ୍କରେ ହଜାର ହଜାର ସଂଖ୍ୟାରେ ଭକ୍ତ ଆସନ୍ତି ।