ଲିଙ୍ଗ ସ୍ରାବ (ଇଂରାଜୀ ଭାଷାରେ Penile discharge/ ପେନାଇଲ୍ ଡିସଚାର୍ଜ) ରୋଗରେ ଲିଙ୍ଗ ମୁହଁରୁ ତରଳ ପଦାର୍ଥ କ୍ଷରିତ ହୁଏ ଯାହ From Wikipedia, the free encyclopedia
ଲିଙ୍ଗ ସ୍ରାବ (ଇଂରାଜୀ ଭାଷାରେ Penile discharge/ ପେନାଇଲ୍ ଡିସଚାର୍ଜ) ରୋଗରେ ଲିଙ୍ଗ ମୁହଁରୁ ତରଳ ପଦାର୍ଥ କ୍ଷରିତ ହୁଏ ଯାହା ମୂତ୍ର ବା ବିର୍ଯ୍ୟ ନୁହେଁ ଓ ଏହା ପୂଜଯୁକ୍ତ କିମ୍ବା ରକ୍ତପୁର୍ଣ୍ଣ ହୋଇପାରେ ।[6] ଅନ୍ୟାନ୍ୟ ଲକ୍ଷଣଗୁଡିକ ମୂତ୍ରତ୍ୟାଗ ସମୟରେ ଜ୍ୱଳନ କିମ୍ବା ବାରମ୍ବାର ପରିସ୍ରା କରିବାର ଇଚ୍ଛା ହୋଇପାରେ | [5]
Penile discharge | |
---|---|
Penis discharge[1] | |
ବିଭାଗ | Urology |
ଲକ୍ଷଣ | Fluid from penis[1] |
କାରଣ | Gonorrhea, chlamydia, balanitis, prostatitis, epididymitis, reactive arthritis, irritation, unknown[3][4] |
ବିପଦ କାରକ | Uncircumcised, new sexual partner, unprotected sex[5][3] |
ରୋଗ ନିର୍ଣ୍ଣୟ ପଦ୍ଧତି | Fluid culture[3] |
ସଠିକ ରୋଗ ନିର୍ଣ୍ଣୟ | Urinary tract infection[5] |
ଚିକିତ୍ସା | Depends on the cause, though often with antibiotics[3] |
ପୁନଃପୌନିକ | Common[3] |
ସାଧାରଣ କାରଣ ମଧ୍ୟରେ ଗନରିଆ, କ୍ଲାମିଡିଆ, ବାଲାନାଇଟିସ, ପ୍ରୋଷ୍ଟାଟାଇଟିସ୍ ଏବଂ ଏପିଡିଡାଇମାଇଟିସ ହୋଇପାରେ | [4] ଅନ୍ୟାନ୍ୟ କାରଣ ମଧ୍ୟରେ ଟ୍ରାଇକୋମୋନିଆସିସ୍, ଉତ୍ତେଜନା, ସାବୁନ ଜନିତ ପ୍ରତିକ୍ରିୟା ଏବଂ ପ୍ରତିକ୍ରିୟାଶୀଳ ଗଣ୍ଠି ପ୍ରଦାହ ହୋଇପାରେ ।[3] [5] ଏକ ତୃତୀୟାଂଶ ମାମଲାରେ ଏହାର କାରଣ ଅସ୍ପଷ୍ଟ ରହିଛି । [5] ସଙ୍କଟ କାରକମାନ: ୨୫ ବର୍ଷରୁ କମ ବୟସରେ ଯୌନ ସକ୍ରିୟତା, ନୂତନ ଯୌନ ସାଥୀ, ଅସୁନ୍ନତ ହେବା କିମ୍ବା ଅସୁରକ୍ଷିତ ଯୌନ ସମ୍ପର୍କ ରଖିଲେ ଏହା ହୋଇପାରେ ।[3] [5]
ଲିଙ୍ଗ ସ୍ରାବର ଏକ ସ୍ୱାବ ନେଇ ଜୀବାଣୁ କଲଚରଦ୍ୱାରା ରୋଗ ନିର୍ଣ୍ଣୟ ସମର୍ଥନ କରାଯାଇପାରେ | [3] ଗନରିଆର ସ୍ରାବ ଧଳା, ହଳଦିଆ କିମ୍ବା ସବୁଜ ରଙ୍ଗର ହୋଇପାରେ | [3] [7] ଏଚ୍.ଆଇ.ଭି / ଏଡସ୍, ସିଫିଲିସ୍ ଏବଂ ହେପାଟାଇଟିସ୍ ସି ଭଳି ଅନ୍ୟାନ୍ୟ ଯୌନ ସଞ୍ଚାରିତ ରୋଗ ପାଇଁ ମଧ୍ୟ ପରୀକ୍ଷା କରାଯାଏ। [3]
ଗନରିଆ ଏବଂ କ୍ଲାମିଡିଆ ରୋଗର ସମ୍ଭାବ୍ୟ ଚିକିତ୍ସା ପାଇଁ ଆଣ୍ଟିବାୟୋଟିକ ସହିତ ଚିକିତ୍ସା ଆରମ୍ଭ ହୁଏ | [3] ସେଫଟ୍ରାଇଆକ୍ସୋନ୍ ଏବଂ ଆଜିଥ୍ରୋମାଇସିନ୍ ଭଳି ଆଣ୍ଟିବାୟୋଟିକ୍ ଦିଆଯାଏ | [3] ସଂସର୍ଗ ଚିହ୍ନଟ କରି ସେମାନଙ୍କର ମଧ୍ୟ ଚିକିତ୍ସା କରିବା ଆବଶ୍ୟକ ହୁଏ । [5] ଲିଙ୍ଗ ସ୍ରାବ ଏକ ସାଧାରଣ ଅବସ୍ଥା ଅଟେ | [3] ଲେନିଟିକସ ୧୫ରେ ଥିବା ପୁରାତନ ଟେଷ୍ଟାମେଣ୍ଟରେ (ଖ୍ରୀଷ୍ଟପୂର୍ବ 528-332) ଲିଙ୍ଗ ସ୍ରାବ ବିଷୟ ଉଲ୍ଲେଖ ରହିଛି ।[8]
{{cite web}}
: CS1 maint: url-status (link){{cite web}}
: CS1 maint: url-status (link)Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.