ଲେଭୋନରଜେସ୍ଟ୍ରେଲ
ଲେଭୋନରଜେସ୍ଟ୍ରେଲ ଏକ କୃତ୍ରିମ ହରମୋନ ଯାହା ଜନ୍ମ ନିରୋଧ ବିଧି ନିମନ୍ତେ ବ୍ୟବହାର କରାଯାଏ / From Wikipedia, the free encyclopedia
ଲେଭୋନରଜେସ୍ଟ୍ରେଲ ଏକ କୃତ୍ରିମ ହରମୋନ ଯାହା ଜନ୍ମ ନିରୋଧ ବିଧି ନିମନ୍ତେ ବ୍ୟବହାର କରାଯାଏ ।[1] ଏହାର ଏକ ବ୍ରାଣ୍ଡ ନାମ ପ୍ଲାନ ବି ଓ ଏହାକୁ ୧୨୦ ଘଣ୍ଟା ମଧ୍ୟରେ ଆଶୁ ଜନ୍ମ ନିରୋଧକ ଭାବରେ ବ୍ୟବହାର କରାଯାଏ । ଯୌନ ସଙ୍ଗମ ପରେ ଡେରିରେ ଏହି ଔଷଧ ନେଲେ ଏହାର ପ୍ରଭାବ କମିଯାଏ ଓ ଗର୍ଭାଧାନ ହେବା ପୂର୍ବରୁ ଏହା ପ୍ରଭାବୀ ହୁଏ ।[1] ଏସ୍ଟ୍ରୋଜେନ ସହିତ ମିଶେଇ ଏହା ଯୁଗ୍ମ ମୁଖ ଜନ୍ମ ନିରୋଧ ପିଲ୍ ଭାବରେ ତିଆରି ହୁଏ ।[2] ଆଇୟୁଡି ଆକାରରେ ପ୍ରୋଜେସ୍ଟେରନ ସହିତ ଏହା ମିରେନା ନାମରେ ମିଳେ, ଏହା ଦୀର୍ଘକାଳୀନ ଗର୍ଭ ପ୍ରତିରୋଧ କରେ । [1] କେତେକ ଦେଶରେ ଏହି ଔଷଧର ପ୍ରୋଜେସ୍ଟେରନ ଇମ୍ପ୍ଲାଣ୍ଟ ଆକାରରେ ମିଳେ । [3]
Clinical data | |
---|---|
Trade names | Plan B, others |
AHFS/Drugs.com | monograph |
MedlinePlus | a610021 |
Pregnancy category |
|
Routes of administration | Implant, insert (extended-release), by mouth |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | ~100% |
Protein binding | 55% |
Metabolism | Liver via CYP3A4[ଆଧାର ଲୋଡ଼ା] |
Elimination half-life | 36 ± 13 hours |
Excretion | Kidney: 45%; Feces:32% |
Identifiers | |
IUPAC name
| |
CAS Number |
|
PubChem CID | |
IUPHAR/BPS | |
DrugBank |
|
ChemSpider |
|
UNII | |
KEGG |
|
ChEBI | |
ChEMBL | |
ECHA InfoCard | 100.011.227 |
Chemical and physical data | |
Formula | C21H28O2 |
Molar mass | 312.446 g/mol |
3D model (JSmol) | |
SMILES
| |
InChI
| |
(verify) |
ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା- ଅଇ, ସ୍ତନ ଦରଜ, ମୁଣ୍ଡ ବଥା ଓ ଅଧିକ ବା କମ୍ ବା ଅନିୟମିତ ଋତୁସ୍ରାବ ହୁଏ । ଆଶୁ ଗର୍ଭନିରୋଧକ ଭାବେ ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହେବାର ପ୍ରମାଣ ମିଳିନାହିଁ । ସ୍ତନ୍ୟପାନ ସମୟରେ ମଧ୍ୟ ଏହାର ବ୍ୟବହାର ନିରାପଦ । ଏହି ଔଷଧଦ୍ୱାରା ଯୌନ ସଞ୍ଚାରିତ ରୋଗ ସଙ୍କଟ ବଦଳିଯାଏ ନାହିଁ । ଏହି ଔଷଧ ଡିମ୍ବକ୍ଷରଣ କମେଇଦିଏ ଓ ଜରାୟୁ ମୁଖକୁ ବନ୍ଦ କରିଦିଏ ଯାହାଦ୍ୱାରା ଶୁକ୍ର ଜରାୟୁ ଭିତରକୁ ପ୍ରବେଶ କରିପାରେ ନାହିଁ । [1]
ସନ ୧୯୬୦ରେ ଲେଭୋନରଜେସ୍ଟ୍ରେଲ ପ୍ରଥମେ ପ୍ରସ୍ତୁତ କରାଯାଇଥିଲା ଓ ସନ ୧୯୮୦ରେ ଗର୍ଭନିରୋଧକରୂପେ ବ୍ୟବହୃତ ହୋଇଥିଲା ।[4] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[5] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ।[6] ଆଶୁ ଜନ୍ମ ନିରୋଧ ନିମନ୍ତେ ଏହାର ହୋଲସେଲ ମୂଲ୍ୟ ୦.୨୩ରୁ ୧.୬୫ ଆମେରିକୀୟ ଡଲାର ।[7] ଆମେରିକାରେ ୧୬ ବର୍ଷରୁ ଉର୍ଦ୍ଧ୍ୱ ମଣିଷଙ୍କୁ ଏହା ବିନା ପ୍ରେସକ୍ରିପସନରେ ମିଳେ ।[6]