ଭାରତୀୟ ଚଳଚ୍ଚିତ୍ର ନିର୍ଦ୍ଦେଶକ From Wikipedia, the free encyclopedia
ଶିଶିର ମିଶ୍ର(ଜନ୍ମ : ୧୯୪୨) ଜଣେ ଓଡ଼ିଆ କଥାଚିତ୍ର ଓ ହିନ୍ଦୀ କଥାଚିତ୍ର ନିର୍ଦ୍ଦେଶକ ଅଟନ୍ତି ।[1] ଓଡ଼ିଆ କଥାଚିତ୍ରକୁ ସାମଗ୍ରୀକ ଅବଦାନ ନିମନ୍ତେ ତାଙ୍କୁ ୨୦୦୫ ମସିହାରେ ଜୟଦେବ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।[2] ୨୦୧୮ରେ ତାଙ୍କୁ ଭାରତ ସରକାରଙ୍କଦ୍ୱାରା ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା ।
ଶିଶିର ମିଶ୍ର, ୧୯୪୨ମସିହାରେ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ନିକଟସ୍ଥ ବୋମକେଇଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ପୁରୁଷୋତ୍ତମ ମିଶ୍ର, ଇଂରେଜ ସରକାରଙ୍କ ଅଧିନରେ ଜଣେ ଇଂଜିନିୟର ଭାବରେ କାର୍ଯ୍ୟ କରୁଥିଲେ । ଶିଶିର, ଖଲିକୋଟ ମହାବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ ଓ ରେଭେନ୍ସା ମହାବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷାହାସଲ କରିଥିଲେ । ସ୍ୱଳ୍ପ ସମୟ ପାଇଁ ଅଧ୍ୟାପନା କରିବା ପରେ, ସିନେମାରେ କାମ କରିବା ପାଇଁ ମୁମ୍ବାଇକୁ ଚାଲିଯାଇଥିଲେ । ୧୯୬୫ମସିହାରେ ସେ ନିର୍ଦ୍ଦେଶକ ମେହବୁବ୍ ଖାନଙ୍କ ସହନିର୍ଦ୍ଦେଶକ ଭାବରେ କାମ ଆରମ୍ଭ କରିଥିଲେ । ପରେ ଜ୍ୟୋତି ସ୍ୱରୂପଙ୍କ ସହନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।[3] କିଛି ବର୍ଷ ମୁମ୍ବାଇଅରେ ଚଳଚ୍ଚିତ୍ର ନିର୍ଦ୍ଦେଶନା କରିବା ପରେ, ସେ ଓଡ଼ିଶା ଫେରିଆସିଥିଲେ । ୧୯୭୬ମସିହାରେ ତାଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ କଥାଚିତ୍ର ସିନ୍ଦୁର ବିନ୍ଦୁ ମୁକ୍ତିଲାଭ କରିଥିଲା ।[4]
କଥାଚିତ୍ର | ମୁକ୍ତିଲାଭ ବର୍ଷ | ଭୂମିକା |
---|---|---|
ସାବତ ମା | ୨୦୦୩ | ନିର୍ଦ୍ଦେଶକ, କାହାଣୀ, ସଂଳାପ, ପଟ୍ଟଲେଖା |
ସୁନା ଭାଉଜ | ୧୯୯୪ | ନିର୍ଦ୍ଦେଶକ |
ବସ୍ତ୍ର ହରଣ | ୧୯୯୧ | ନିର୍ଦ୍ଦେଶକ, କାହାଣୀ, ପଟ୍ଟଲେଖା |
ଏଇ ଆମ ସଂସାର | ୧୯୮୬ | ନିର୍ଦ୍ଦେଶକ |
ସମୟ ବଡ଼ ବଳବାନ | ୧୯୮୫ | ନିର୍ଦ୍ଦେଶକ, ଅଭିନେତା |
ସୁବର୍ଣ୍ଣ ସୀତା | ୧୯୮୩ | ନିର୍ଦ୍ଦେଶକ |
ସୁନା ସଂସାର | ୧୯୭୭ | ନିର୍ଦ୍ଦେଶକ, ପଟ୍ଟଲେଖା, ଅଭିନେତା |
ସିନ୍ଦୁର ବିନ୍ଦୁ | ୧୯୭୬ | ନିର୍ଦ୍ଦେଶକ |
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.