ଓଡ଼ିଆ ସାହିତ୍ୟିକ, ଅନୁବାଦକ From Wikipedia, the free encyclopedia
ଶ୍ରୀନିବାସ ଉଦ୍ଗାତା (ଜନ୍ମ: ୭ ଜାନୁଆରୀ ୧୯୩୫) ଜଣେ ଓଡ଼ିଆ କବି, ଲେଖକ, ଔପନ୍ୟାସିକ, ନାଟ୍ୟକାର ଏବଂ ଅନୁବାଦକ ।[1][2] ଉଦ୍ଗାତା ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ସହିତ ଜଡ଼ିତ ରହି ଓଡ଼ିଆ ସାହିତ୍ୟର ପ୍ରଚାର କରିଛନ୍ତି ।[3] ତାଙ୍କର ଏଯାବତ ପ୍ରାୟ ୨୧୦ ଖଣ୍ଡ ପୁସ୍ତକ ପ୍ରକାଶିତ ହୋଇସାରିଛି । ୧୯୯୪ରୁ ୧୯୯୭ ମସିହା ପର୍ଯ୍ୟନ୍ତ ସେ ଓଡ଼ିଶା ସାହିତ୍ୟ ଏକାଡେମୀର ଅଧ୍ୟକ୍ଷ ଭାବରେ କାର୍ଯ୍ୟନିର୍ବାହ କରିଛନ୍ତି । ସାହିତ୍ୟ ପାଇଁ ତାଙ୍କର ଅବଦାନ ନିମନ୍ତେ ୨୦୦୮ ମସିହାରେ ପଦ୍ମଶ୍ରୀ ଉପାଧୀରେ ସମ୍ମାନୀତ ।[4][5]
ଶ୍ରୀନିବାସ ଉଦ୍ଗାତା | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ପ୍ରସିଦ୍ଧି | ଓଡ଼ିଆ କବି, ଗାଳ୍ପିକ, ଅନୁବାଦକ ଓ ନାଟ୍ୟକାର |
ବୈବାହିକ-ସାଥୀ | ସୌଦାମିନୀ ଉଦ୍ଗାତା |
ପିତାମାତା | ଶ୍ରୀଧର ଉଦ୍ଗାତା (ବାପା) |
ସମ୍ପର୍କୀୟ | ଗୋବିନ୍ଦ ଚନ୍ଦ୍ର ଉଦ୍ଗାତା (ବଡ଼ ଭାଇ) |
ପୁରସ୍କାର | ପଦ୍ମଶ୍ରୀ, ୨୦୦୮ |
ଶ୍ରୀନିବାସ ୧୯୩୫ ମସିହା ଜାନୁଆରୀ ୧୩ ତାରିଖରେ ପୁରୀ ଜିଲ୍ଲାର ମାଣିକାଗୋଡ଼ା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।[6] ଶ୍ରୀନିବାସ ଉଦ୍ଗାତାଙ୍କର ପିତାମହ ସ୍ୱର୍ଗତ କପିଳ ରାୟଗୁରୁ ମୁକ୍ତି ମଣ୍ଡପ ସଭା ପଣ୍ଡିତ ଥିଲେ । ପିତା ଶ୍ରୀଧର ଉଦ୍ଗାତା, ଜଣେ ସିଦ୍ଧ କବି ଓ ଚିତ୍ରକର ତଥା ଗୋପବନ୍ଧୁଙ୍କର ସହକର୍ମୀ ଥିଲେ । ବଡ଼ଭାଇ ଗୋବିନ୍ଦ ଚନ୍ଦ୍ର ଉଦ୍ଗାତାଙ୍କୁ ଶ୍ରୀନିବାସ ନିଜର ଶିକ୍ଷାଗୁରୁ ଭାବରେ ସ୍ୱୀକାର କରିଛନ୍ତି । ପରିବାରର ଅନ୍ୟମାନେ ବଲାଙ୍ଗୀରରେ ସଂସ୍କୃତ ଶିକ୍ଷା, ଜ୍ୟୋତିଷ, କର୍ମକାଣ୍ଡ ଓ ସାରସ୍ୱତ ଭୂମିର ପ୍ରତିଷ୍ଠାତା ଭାବରେ ପରିଗଣିତ । ସେ ବର୍ତ୍ତମାନ କବି କୁଟୀର, ରାଧାରାଣୀପଡା, ବଲାଙ୍ଗୀରରେ ଅବସ୍ଥାନ କରୁଅଛନ୍ତି । ଶ୍ରୀନିବାସ ଉଦ୍ଗାତାଙ୍କର ସହଧର୍ମିଣୀ, ସୌଦାମିନୀ ଉଦ୍ଗାତା ଜଣେ ଲେଖିକା । ତାଙ୍କର ଏଯାବତ ୧୬ଟି ପୁସ୍ତକ ପ୍ରକାଶିତ ହୋଇ ସାରିଛି ।
ଶ୍ରୀନିବାସ ଉଦ୍ଗାତାଙ୍କ ରଚନାବଳୀସମୂହ ହେଲା[7]:
କବିତା ସଙ୍କଳନ
ଉପନ୍ୟାସ
|
ଗଳ୍ପ ସଙ୍କଳନ
ଅନୁବାଦ ଗ୍ରନ୍ଥ
|
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.