ଶ୍ରୀନିବାସ ରାମାନୁଜନ
ଜଣେ ଭାରତୀୟ ଗଣିତଜ୍ଞ / From Wikipedia, the free encyclopedia
{Use British English|date=November 2011}}
{
ଶ୍ରୀନିବାସ ରାମାନୁଜନ ଆୟାଙ୍ଗାର | |
---|---|
ଜନ୍ମ | (1887-12-22)୨୨ ଡିସେମ୍ବର ୧୮୮୭ ଏରୋଡ, ମାଡ୍ରାସ ପ୍ରେସିଡେନ୍ସୀ (ଏବେ ତାମିଲନାଡୁ) |
ମୃତ୍ୟୁ | ୨୬ ଅପ୍ରେଲ ୧୯୨୦(1920-04-26) (ବୟସ ୩୨) |
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ସରକାରୀ କଳା ମହା ବିଦ୍ୟାଳୟ ପଶାୟାପ୍ପା ମହାବିଦ୍ୟାଳୟ (Pachaiyappa's College) |
ପ୍ରସିଦ୍ଧି | Landau–Ramanujan constant Mock theta functions Ramanujan conjecture Ramanujan prime Ramanujan–Soldner constant Ramanujan theta function Ramanujan's sum Rogers–Ramanujan identities Ramanujan's master theorem |
ବିଜ୍ଞାନୀ ଜୀବନ | |
କ୍ଷେତ୍ର | ଗଣିତ |
ଶିକ୍ଷକୀୟ ଉପଦେଷ୍ଟା | ଜି.ଏଚ୍. ହାର୍ଡ଼ି ଜେ.ଇ. ଲିଟଲହୁଡ(John Edensor Littlewood)]] |
ପ୍ରଭାବିତ କରିଥିଲେ | ଜି.ଏଚ୍. ହାର୍ଡି |
ଦସ୍ତଖତ | |
ଶ୍ରୀନିବାସ ରାମାନୁଜନ (pronunciation (help·info)) (୨୨ ଡିସେମ୍ବର ୧୮୮୭ – ୨୬ ଅପ୍ରେଲ ୧୯୨୦) ହେଉଛନ୍ତି ଜଣେ ଭାରତୀୟ ଗଣିତଜ୍ଞ ଯିଏ କୌଣସି ବିଧିବଦ୍ଧ ପ୍ରଶିକ୍ଷଣ ବିନା ଗଣିତ କ୍ଷେତ୍ରରେ ନିଜର ଦୁର୍ମୂଲ୍ୟ ଅବଦାନ ପାଇଁ ପ୍ରସିଦ୍ଧ ।
ନିଜର କ୍ଷୁଦ୍ର ଜୀବନକାଳରେ ସେ ସ୍ୱତନ୍ତ୍ର ଭାବରେ ପାଖାପାଖି ୩୯୦୦ ଉପପାଦ୍ୟ ରଚନା କରିଥିଲେ। [1] ଗଣିତଜ୍ଞମାନଙ୍କର ସମ୍ପ୍ରଦାୟ, ଯାହା ମୁଖ୍ୟତଃ ସେ ସମୟରେ ଇଉରୋପ ମହାଦେଶରେ କେନ୍ଦ୍ରିତଥିଲେ, ସେମାନଙ୍କଠାରୁ ଦୂରରେ ରହି ସେ ନିଜର ଗାଣିତିକ ଅନୁସନ୍ଧାନ ବ୍ୟକ୍ତିଗତ ଭାବରେ ଭାରତରେ ରହି ଚଳାଇଥିଲେ । ତାଙ୍କ ପ୍ରଣିତ ସମସ୍ତ ଉପପାଦ୍ୟ ଭିତରୁ ଅଧିକାଂଶ ଠିକ୍ ପ୍ରମାଣିତ ହୋଇଛି ଏବଂ ଅଳ୍ପକିଛି ଭୁଲ ବୋଲି ଜଣା ପଡ଼ିଛି ଓ ପୂର୍ବରୁ ଆବିସ୍କୃତ ହୋଇସାରିଥିବା କେତେକ ଉପପାଦ୍ୟକୁ ସେ ପୁନଃ ଉତ୍ଥାପିତ କରିଛନ୍ତି। [2] ଇଂରାଜୀ ଗଣିତଜ୍ଞ ଜି.ଏଚ୍. ହାର୍ଡି ତାଙ୍କୁ ଏକ ବିରଳ ପ୍ରତିଭା ଭାବରେ କହିଥିଲେ।[3] ସେ ୩୨ ବର୍ଷ ବୟସରେ ଦେହତ୍ୟାଗ କରିଥିଲେ ।
ଯେଉମାନେ ଅଙ୍କ କଷିକଷି ଗଣିତଜ୍ଞ ହୋଇଛନ୍ତି ସେମାନଙ୍କୁ 'ଫର୍ମ।ଲିଷ୍ଟ' (Formalist) କୁହାଯାଏ। ଏହି ପ୍ରଖର ଗଣିତଜ୍ଞଙ୍କ ସଂଖ୍ୟା ବହୁଳ। ସେମାନଙ୍କ ମଧ୍ୟରେ ଅଛନ୍ତି ସୁପ୍ରସିଦ୍ଧ ଗଣିତଜ୍ଞ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଟ୍ରିନିଟି କଲେଜର ପ୍ରଫେସର ଜି.ଏଚ୍. ହାର୍ଡ଼ି। ଗଣିତରେ ଦିବ୍ୟଦୃଷ୍ଟି ଲାଭ କରିଥିବା ରାମାନୁଜଙ୍କ ସହିତ କ୍ୟାମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଗଣିତ କଷୁଥିବା ପ୍ରଫେସର ହାର୍ଡିଙ୍କର ସାକ୍ଷାତ ହେବା ପରେ, ଗଣିତ ଜଗତରେ ଏକ ବିପ୍ଳବର ସୂତ୍ରପାତ ହୋଇଥିଲା। ”ଗୁଣ ଚିହ୍ନେ ଗୁଣିଆ"ପରି ରାମାନୁଜଙ୍କ ଗୁଣକୁ ହାର୍ଡି ହିଁ ଚିହ୍ନିପାରିଥିଲେ।
ପ୍ରତିଦିନ ରାମାନୁଜନ୍ ପ୍ରାୟ ଅଧାଡଜନ୍ ନୂଆନୂଆ ଉପପାଦ୍ୟ ସୃଷ୍ଟିକରି ହାର୍ଡିଙ୍କୁ ଦେଖାନ୍ତି। ଏହି ଉପପାଦ୍ୟମାନଙ୍କର ”ପ୍ରମାଣ" ସମ୍ବନ୍ଧରେ ହାର୍ଡି ଜିଜ୍ଞାସା କରନ୍ତି। ରାମାନୁଜଙ୍କର ଉତ୍ତର - ପ୍ରମାଣ ଆଉ କ'ଣ ? ଏହି ଉପପାଦ୍ୟଗୁଡିକ - ସ୍ପଷ୍ଟଭାବରେ ତାଙ୍କୁ ଦେଖାଯାଉଛି । ସେ କହୁଥିଲେ "An equation for me has no meaning unless it expresses a thought of God." ରାମାନୁଜନ୍ ଇଂଲଣ୍ଡରେ ପ୍ରାୟ ପାଞ୍ଚବର୍ଷ ପ୍ରଫେସର ହାର୍ଡିଙ୍କ ସହିତ ରହିଲେ। ଏହି ସ୍ୱଳ୍ପ ସମୟ ମଧ୍ୟରେ ରାମାନୁଜଙ୍କୁ ଅନାୟାସରେ ଦୃଶ୍ୟ ହେଉଥିବା ନୂଆ ନୂଆ ଉପପାଦ୍ୟଗୁଡ଼କିର ପ୍ରମାଣ କିପରି କରିବାକୁ ହୁଏ, ତାହା ପ୍ରଫେସର ହାର୍ଡି ଶିଖାଇଥିଲେ।
ହାର୍ଡିଙ୍କର ବକ୍ତବ୍ୟ ଥିଲା ସେ ରାମାନୁଜଙ୍କ ନିକଟରୁ ଅନେକ ଶିକ୍ଷାଲାଭ କରିଛନ୍ତି ଏବଂ ରାମାନୁଜଙ୍କୁ ସେ ଯେଉ ଶିକ୍ଷା ଦେଇଛନ୍ତି ତାହା ନିଜେ ଲାଭକରିଥିବା ଶିକ୍ଷାଠାରୁ ଯଥେଷ୍ଟ କମ୍। ବିନା ପ୍ରମାଣରେ ଉପପାଦ୍ୟ ସୃଷ୍ଟି କରିଥିବା ରାମାନୁଜଙ୍କୁ ହାର୍ଡି କଦାପି ଜୋର୍ କରି ପ୍ରମାଣ ସମ୍ବନ୍ଧରେ କହିନାହାନ୍ତି, କାରଣ ଏହା ଫଳରେ ରାମାନୁଜଙ୍କ ହୃଦୟରେ ଆଘାତ ଲାଗିବ ଓ ଏହାଦ୍ୱାରା ତାଙ୍କର ଅନ୍ତର୍ଦୃଷ୍ଟି (intution) ବାଧାପ୍ରାପ୍ତ ହେବ । ବରଂ ହାର୍ଡି କହୁଥିଲେ ଯଦି ରାମାନୁଜନ୍ ଯଥାସମୟରେ ପାଶ୍ଚାତ୍ୟ ଗଣିତ ଶିକ୍ଷା କରିଥାନ୍ତେ, ଯେ କୌଣସି ଇଉରୋପୀୟ ଗଣିତଜ୍ଞଙ୍କ ପରି ସେ ନିଶ୍ଚୟ ବିଶ୍ୱରେ ଏକ ପ୍ରସିଦ୍ଧ ଗଣିତଜ୍ଞ ହୋଇ ପାରିଥାଆନ୍ତେ; କିନ୍ତୁ ’ଗଣିତଜ୍ଞ ରାମାନୁଜନ୍' ହୋଇପାରିନଥାନ୍ତେ । କାରଣ ପାଶ୍ଚାତ୍ୟ ଗଣିତର ପ୍ରଭାବରେ ତାଙ୍କର ସ୍ୱଭାବିକ ବିଚାରବୁଦ୍ଧି ପ୍ରଭାବିତ ହୋଇଥାଆନ୍ତା ଏବଂ ଗଣିତ ଜଗତ ଲାଭବାନ ହେବା ଅପେକ୍ଷା ଅଧତ୍କ କ୍ଷତିଗ୍ରସ୍ତ ହୋଇଥାଆନ୍ତା । ଅନନ୍ତ ଶ୍ରେଣୀ, ଅବିରତ ଭଗ୍ନାଂଶ, ସଂଖ୍ୟାତତ୍ତ୍ୱ, ଉପବୃତୀୟ ଫଳନ ଆଦି କ୍ଷେତ୍ରରେ ସେ ସ୍ୱାଧୀନ ଭାବେ କାର୍ଯ୍ୟ କରିଥିଲେ ।
ରାମାନୁଜନଙ୍କ ଜନ୍ମ ଦିବସ ୨୨ ଡିସେମ୍ବରକୁ ଭାରତରେ ଜାତୀୟ ଗଣିତ ଦିବସ (ଭାରତ) ଭାବେ ପାଳନ କରାଯାଉଛି ।