କପଡ଼ା ରୂପକାର From Wikipedia, the free encyclopedia
ଶ୍ରୀଭାଷ ଚନ୍ଦ୍ର ସୂପକାର (ଜନ୍ମ: ୧୯୬୫),[1] ଉତ୍ତର ପ୍ରଦେଶର ବାରଣାସୀରେ ଜନ୍ମିତ ଜଣେ ଓଡ଼ିଆ ଶାଢ଼ୀ ଡିଜାଇନର । ବନାରସୀ ରେଶମ ଶାଢ଼ୀର ଡିଜାଇନର ଭାବରେ କାର୍ଯ୍ୟ କରି, ସେ ୨୦୧୬ ମସିହାରେ ପଦ୍ମଶ୍ରୀ ପୁରସ୍କାର ଲାଭ କରିଛନ୍ତି ।
ଶ୍ରୀଭାଷ ଚନ୍ଦ୍ର ସୂପକାର | |
---|---|
ଜନ୍ମ | ୧୯୬୫ |
ଜାତୀୟତା | ଭାରତୀୟ |
ପିତାମାତା | ଯଦୁନାଥ ସୂପକର |
ପୁରସ୍କାର | ପଦ୍ମଶ୍ରୀ - ୨୦୧୬ |
ଶ୍ରୀଭାଷଙ୍କ ପିତା ଯଦୁନାଥ ସୂପକାର ମଧ୍ୟ ଜଣେ ଶାଢ଼ୀ ଡିଜାଇନର ଥିଲେ । ସେ ୧୯୩୧ମସିହାରେ ସମ୍ବଲପୁରର ତାଲବ ଗାଁରେ ଜନ୍ମଗ୍ରହଣ କରିଥିଲେ ।[2] ଶାନ୍ତିନିକେତନରୁ ଲଳିତ କଳା କ୍ଷେତ୍ରରେ ଶିକ୍ଷାଗ୍ରହଣ କରି, ସେ ଭାରତ ସରକାରଙ୍କ ବୁଣାକାର ସଂଘରେ ଚାକିରି କରୁଥିଲେ । ୧୯୫୯ମସିହାରେ ସେ ବାରଣାସୀକୁ ଆସିଥିଲେ ଓ ସେଠାକାର ବୁଣାକାର ସଂଘର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଥିଲେ । ବୁଣାକାର ସଂଘରେ କାର୍ଯ୍ୟ କରୁ କରୁ, ସେ ବାରଣାସୀର ବୁଣାକାରମାନଙ୍କୁ ପରାମର୍ଶ ଦେଉଥିଲେ ଓ ଶାଢି ବୁଣିବା ପାଇଁ, ନିଜ ଡିଜାଇନ ଦେଉଥିଲେ । ୧୯୯୩ ମସିହାରେ ଯଦୁନାଥ ସୂପକାରଙ୍କ ନିଧନ ହୋଇଥିଲା । ଉତ୍ତର ପ୍ରଦେଶ ସରକାରଙ୍କ ସୁପାରିଶ କ୍ରମେ ଯଦୁନାଥ ୧୯୮୫ ମସିହାରେ ପଦ୍ମଶ୍ରୀ ପୁରସ୍କାର ଲାଭ କରିଥିଲେ । ସେ ୧୯୬୨ ମସିହାରେ ଓଡ଼ିଶା ଲଳିତ କଳା ଏକାଡେମୀ ପୁରସ୍କାର ମଧ୍ୟ ଲାଭ କରିଥିଲେ ।[3] ଶ୍ରୀଭାଷ, ବାରଣାସୀରେ ଜନ୍ମ ଗ୍ରହଣ କରିଥିଲେ ଓ ସେଠାରେ ବଢିଛନ୍ତି ।
ଶ୍ରୀଭାଷ, ବାପାଙ୍କଠାରୁ ଶାଢ଼ୀ ଡିଜାଇନ କଳା ଉତ୍ତରାଧିକାରୀ ସୂତ୍ରରେ ଲାଭ କରିଥିଲେ । ୧୯୯୫ ମସିହାରୁ, ସେ ବାରଣାସୀର ଲୁପ୍ତପ୍ରାୟ "ଗେଠୁଆ ପ୍ରଣାଳୀ" ଡିଜାଇନକୁ ପୁନରୁଦ୍ଧାର କରିବା କାର୍ଯ୍ୟ କରୁଛନ୍ତି । ଏଥିପାଇଁ ସେ ୧୯୯୫ ମସିହାରେ ଜାତୀୟ ପୁରସ୍କାର ମଧ୍ୟ ଲାଭ କରିଥିଲେ । ୨୦୦୯ରେ ଦିଲ୍ଲୀଠାରେ "କାଶୀ-କ୍ଲାଇଡୋସ୍କୋପି" ନାଁରେ ଏକ ପ୍ରଦର୍ଶନୀ କରି, ସେ ଲୋକଲୋଚନକୁ ଆସି ପାରିଥିଲେ ।[4] ବାରଣାସୀରେ ସେ "ସୂପକାର ଡିଜାଇନ ଷ୍ଟୁଡିଓ" ପ୍ରତିଷ୍ଠା କରି, ନିଜ ଡିଜାଇନ ପ୍ରସ୍ତୁତି ଓ ବିକ୍ରୟ ବ୍ୟବସ୍ଥା କରିଛନ୍ତି । ବନାରସୀ ଓ ସମ୍ବଲପୁରୀ ଶାଢ଼ୀର ବିଲୟ କରି, କିଛି ନୂତନ ପ୍ରସ୍ତୁତ କରିବା ପାଇଁ ସେ ଆଗ୍ରହୀ ଅଛନ୍ତି ।[5]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.