![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/9/9d/Saroj_khan_nachle_ve_with_saroj_khan.jpg/640px-Saroj_khan_nachle_ve_with_saroj_khan.jpg&w=640&q=50)
ସରୋଜ ଖାନ
ଭାରତୀୟ ନର୍ତ୍ତକୀ ଓ ନୃତ୍ୟ ନିର୍ଦ୍ଦେଶିକା / From Wikipedia, the free encyclopedia
ସରୋଜ ଖାନ (୨୨ ନଭେମ୍ବର ୧୯୪୮ - ୩ ଜୁଲାଇ ୨୦୨୦), ହିନ୍ଦୀ ସିନେମା ଜଗତର ଜଣେ ନୃତ୍ୟ ନିର୍ଦ୍ଦେଶିକା ଭାବେ ଜଣାଶୁଣା ଥିଲେ । ସେ ୨୦୦୦ରୁ ଅଧିକ ଗୀତରେ ନିର୍ଦ୍ଦେଶନା ଦେଇଥିଲେ । ସେ କିଷନଚାନ୍ଦ ସାଧ୍ୟ ସିଂ ଓ ନୋନି ସାଧୁ ସିଂଙ୍କଠାରୁ ଜନ୍ମ ହୋଇଥିଲେ । ସେ ବିବାହିତା ଅଟନ୍ତି ।
ସରୋଜ୍ ଖାନ୍ | |
---|---|
![]() ନଚ୍ଲେ ବେ ଉଇଥ୍ ସରୋଜ୍ ଖାନ୍ କାର୍ଯ୍ୟକ୍ରମରେ | |
ଜନ୍ମ | ନିର୍ମଳା ନାଗପାଲ୍ (1948-11-22)୨୨ ନଭେମ୍ବର ୧୯୪୮ ବମ୍ବେ, ବମ୍ବେ ରାଜ୍ୟ |
ମୃତ୍ୟୁ | ୩ ଜୁଲାଇ ୨୦୨୦(2020-07-03) (ବୟସ ୭୧) ମୁମ୍ବାଇ |
ବୃତ୍ତି | ନୃତ୍ୟ ନିର୍ଦ୍ଦେଶକ |
ସକ୍ରିୟ ବର୍ଷ | ୧୯୫୮- ୨୦୨୦ |
![]() ଏହି ଫାଇଲଟି ଶୁଣିବାରେ କିଛି ଅସୁବିଧା ହେଉଛି କି? ମିଡ଼ିଆ ସାହାଯ୍ୟ ଦେଖିବେ ।
|
ଏକ ପାକିସ୍ଥାନୀ ଦୂରଦର୍ଶନ କାର୍ଯ୍ୟକ୍ରମରେ କରିଥିବା ସ୍ୱୀକାରୋକ୍ତି ଅନୁଯାୟୀ, ବିବାହ ପୁର୍ବରୁ ସେ ଇସଲାମ୍ ଗ୍ରହଣ କରିଥିଲେ ଓ ଏବେ ମଧ୍ୟ ସେ ମୁସଲ୍ମାନ ଅଟନ୍ତି । ତେର ବର୍ଷ ବୟସରେ ସେ ବି ସୋହନ୍ଲାଲ୍ଙ୍କୁ ବିବାହ କରିଥିଲେ, ଯିଏ ସେ ସମୟରେ ଜଣେ ଜଣାଶୁଣା ନୃତ୍ୟ ଶିକ୍ଷକ ଥିଲେ । ସୋହନ୍ଲାଲ ୪୧ ବର୍ଷର ଜଣେ ବିବାହିତ ପୁରୁଷ ଥିଲେ ଓ ତାଙ୍କର ଚାରୋଟି ସନ୍ତାନ ଥିଲେ । ୧୪ ବର୍ଷରେ ସେ ତାଙ୍କର ପ୍ରଥମ ସନ୍ତାନ ହମିଦ୍ ଖାନ୍ଙ୍କୁ ଜନ୍ମ ଦେଇଥିଲେ, ଯେ ବର୍ତ୍ତମାନ ରାଜୁ ଖାନ୍ ନାମରେ ଜଣେ ଜଣାଶୁଣା ନୃତ୍ୟ ନିର୍ଦ୍ଦେଶକ ।
୧୯୬୫ରେ ସେ ସୋହନ୍ଲାଲ୍ଙ୍କଠାରୁ ବିଚ୍ଛେଦ ହୋଇଥିଲେ ମଧ୍ୟ ତାଙ୍କ ସହ କାମ କରୁଥିଲେ । ସୋହନ୍ଲାଲ୍ଙ୍କ ହୃଦ୍ଘାତ ପରେ ସେମାନେ ପୁଣିଥରେ ଏକାଠି ହୋଇଥିଲେ । ସୋହନ୍ଲାଲ୍ଙ୍କଠାରୁ ସରୋଜ୍ ଖାନ୍ଙ୍କର ହୀନା ଖାନ୍ (କୁକୁ) ନାମରେ ଆଉ ଏକ ସନ୍ତାନ ଥିଲା । ପରେ ସୋହନ୍ଲାଲ୍ ସରୋଜ୍ ଓ ଦୁଇ ପିଲାଙ୍କୁ ଛାଡି ମୁମ୍ବାଇ ଚାଲିଯାଇଥିଲେ । ପରେ ସରୋଜ୍ ଖାନ୍ ସର୍ଦ୍ଦାର୍ ରୋଶନ୍ ଖାନ୍ଙ୍କୁ ବିବାହ କରିଥିଲେ ଓ ସୁକଇନା ଖାନ୍ ନାମରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ, ଯିଏ ବର୍ତ୍ତମାନ ଦୁବାଇରେ ଏକ ନୃତ୍ୟ ଅନୁଷ୍ଠାନ ଚଲାଉଛନ୍ତି ।