ସାର୍କୋ-ମାରି-ଟୁଥ ରୋଗ ହେଉଛି ଏକ ରୋଗ ଯାହା ପେରିଫେରାଲ ସ୍ନାୟୁମାନଙ୍କୁ ପ୍ରଭାବିତ କରିଥାଏ | From Wikipedia, the free encyclopedia
ସାର୍କୋ-ମାରି-ଟୁଥ ରୋଗ (ଇଂରାଜୀ ଭାଷାରେ Charcot–Marie–Tooth disease/ CMT ) ହେଉଛି ଏକ ରୋଗ ଯାହା ପେରିଫେରାଲ ସ୍ନାୟୁମାନଙ୍କୁ ପ୍ରଭାବିତ କରିଥାଏ | [4] ମାଂସପେଶୀ ଦୁର୍ବଳତା ଗୋଡରେ ଆରମ୍ଭ ହୋଇ ସମୟକ୍ରମେ ବାହୁକୁ ବ୍ୟାପିଥାଏ ।[2] ଉଭୟ ପାର୍ଶ୍ୱର ଅବୟବ ପ୍ରଭାବିତ ହୁଅନ୍ତି ଏବଂ ସମସ୍ତ ମାଂସପେଶୀ କ୍ଷତିଗ୍ରସ୍ତ ହୁଅନ୍ତି | ଲକ୍ଷଣ ଆରମ୍ଭ ହେବା ସାଧାରଣତ ପ୍ରଥମ ଦଶକ ଓ ବିଂଶ ଦଶକ ମଧ୍ୟରେ ଆରମ୍ଭ ହୁଏ । [2] [2] ପ୍ରାୟ ୨୫% ଲୋକ ଯନ୍ତ୍ରଣା ଅନୁଭବ କରନ୍ତି ଏବଂ କେତେକ କାଲୁଆ ଅନୁଭବ କରନ୍ତି | [2] [1]
Charcot-Marie-Tooth disease | |
---|---|
Charcot–Marie–Tooth neuropathy, peroneal muscular atrophy,[1] Dejerine-Sottas syndrome | |
ଉଚ୍ଚାରଣ |
|
ବିଭାଗ | Neurology, orthopedics |
ଲକ୍ଷଣ | Gradual onset of weakness starting in the legs, muscle loss[2] |
ଆକ୍ରାନ୍ତ ସମୟ | 10 to 30 years old[2] |
ଅବଧି | Lifelong[2] |
କାରଣ | Genetic mutation[2] |
ବିପଦ କାରକ | Family history[2] |
ରୋଗ ନିର୍ଣ୍ଣୟ ପଦ୍ଧତି | Nerve conduction study, genetic testing, nerve biopsy, nerve imaging[2] |
ସଠିକ ରୋଗ ନିର୍ଣ୍ଣୟ | Spinal muscular atrophy with respiratory distress type 1 (SMARD1), muscular dystrophy, multiple sclerosis[2][3] |
ଚିକିତ୍ସା | Physical therapy, orthotic devices, exercise, surgery[2] |
Prognosis | Progressive[2] |
ପୁନଃପୌନିକ | 1 in 2,500[2] |
ବିଭିନ୍ନ ଜେନେଟିକ ପରିବର୍ତ୍ତନ ହେତୁ ଏହା ହୋଇପାରେ | [4] ସାଧାରଣତଃ କ୍ରୋମୋଜୋମ ୧୭ର ପିଏମପି ୨୨ର ସମସ୍ୟା ଯୋଗୁ ହୋଇଥାଏ | [2] ଏହା ଅଟୋସୋମାଲ ଡୋମିନାଣ୍ଟ, ଏକ୍ସ ଲିଙ୍କଡ ବା ଅଟୋସୋମାଲ ରିସିସିଭ ହୋଇପାରେ | [2] ଏହା ଏକ ବଂଶାନୁକ୍ରମିକ ମଟର ଓ ସେନସରି ନିଉରୋପାଥି ଭାବରେ ବର୍ଗୀକରଣ ହୋଇଥାଏ । [2] ସ୍ନାୟୁ କଣ୍ଡକସନ ପରୀକ୍ଷା, ଜେନେଟିକ ପରୀକ୍ଷା, ସ୍ନାୟୁ ବାୟୋପ୍ସି ଓ ସ୍ନାୟୁ ଇମେଜିଙ୍ଗ କରି ରୋଗ ସମର୍ଥନ କରାଯାଏ ।[2]
ଚିକିତ୍ସାରେ ସହାୟକ ଯତ୍ନ ନିଆଯାଏ ଯେଉଁଥିରେ ଫିଜିଓଥେରାପି, ଅର୍ଥୋଟିକ ଉପକରଣ ଓ ବ୍ୟାୟାମର ସାହାଯ୍ୟ ନିଆଯାଏ ।[2] ପାଦ, ହିପ କିମ୍ବା ମେରୁଦଣ୍ଡ ସମସ୍ୟାର ଉନ୍ନତି ପାଇଁ ଅସ୍ତ୍ରୋପଚାର କରାଯାଇପାରେ | [2] ଆୟୁଷ ଉପରେ ରୋଗର ପ୍ରଭାବ ନାହିଁ, ଲୋକମାନଙ୍କର ଅବସ୍ଥା ସମୟ ସହିତ ଖରାପ ହୋଇଯାଏ ଏବଂ ଦୈନନ୍ଦିନ କାର୍ଯ୍ୟ ସମାପନ କରିବାରେ ଅସୁବିଧା ହୁଏ ।[2]
ସାର୍କୋ-ମାରି-ଟୁଥ ରୋଗ ପ୍ରାୟ ୨୫୦୦୦ ଲୋକଙ୍କ ମଧ୍ୟରୁ ଜଣଙ୍କୁ ପ୍ରଭାବିତ କରିଥାଏ ଓ ଏହାକୁ ଏକ ସାଧାରଣ ଉତ୍ତରାଧିକାରୀ ନିଉରୋମସ୍କୁଲାର ରୋଗ ଭାବାରେ ବିବେଚିତ ହୋଇଥାଏ । [2] ନାରୀମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି | [3] ଏହି ଅବସ୍ଥା ପ୍ରଥମେ ୧୮୬ ମସିହାରେ ଜିନ-ମାର୍ଟିନ ସାର୍କୋ, ପିଅର ମାରି ଓ ହୋୱାର୍ଡ଼ ହେନରି ଟୁଥ ବର୍ଣ୍ଣନା କରିଥିଲେ । [2]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.