ସୌଭାଗ୍ୟବନ୍ତ ମହାରଣା
ଭାରତୀୟ ଓଡ଼ିଆ-ଭାଷୀ କବି ଓ ଅନୁବାଦ / From Wikipedia, the free encyclopedia
ସୌଭାଗ୍ୟବନ୍ତ ମହାରଣା, (ଜନ୍ମ: ୧୫ ଅଗଷ୍ଟ ୧୯୫୧) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ କବି ଓ ଅନୁବାଦକ ।[1] ସେ ୧୯୫୧ ମସିହା ଅଗଷ୍ଟ ୧୫ତାରିଖରେ ବଲାଙ୍ଗୀରଠାରେ ଜନ୍ମଗ୍ରହଣ କରିଥିଲେ । ୧୯୭୫ମସିହାରୁ ଲେଖାଲେଖି କରୁଥିବା ସୌଭାଗ୍ୟବନ୍ତଙ୍କର ଏଯାବତ ୯ଟି ଓଡ଼ିଆ ଓ ଗୋଟିଏ ହିନ୍ଦୀ କବିତା ପୁସ୍ତକ ପ୍ରକାଶ ପାଇସାରିଛି ଓ ବହୁ ଭାରତୀୟ ଭାଷାରେ ଅନୁବାଦିତ ମଧ୍ୟ ହୋଇସାରିଛି । ତାଙ୍କର ପ୍ରଥମ କବିତା ସଂକଳନ "ସାଗୁଆ କ୍ଷେତର ସହର" ୧୯୮୮ ମସିହାରେ ପ୍ରକାଶିତ ହୋଇଥିଲା । ପତ୍ରପତ୍ରିକାରେ ମଧ୍ୟ ତାଙ୍କର କବିତାଗୁଡ଼ିକ ନିୟମିତ ପ୍ରକାଶିତ ହୋଇଥାଏ । ଅନୁବାଦ ସାହିତ୍ୟରେ ସକ୍ରିୟ ସୌଭାଗ୍ୟବନ୍ତ, ସଚ୍ଚି ରାଉତରାୟ[2], ରାଜେନ୍ଦ୍ର କିଶୋର ପଣ୍ଡା, ପ୍ରତିଭା ଶତପଥୀ, ମନୋରମା ବିଶ୍ୱାଳ ମହାପାତ୍ର, ଗୁରୁ ପ୍ରସାଦ ମହାନ୍ତି, ଜଗନ୍ନାଥ ପ୍ରସାଦ ଦାସ ଆଦି ଓଡ଼ିଆ କବିମାନଙ୍କର ଲେଖାକୁ ଇଂରାଜୀରେ ଅନୁବାଦିତ କରିଛନ୍ତି । "ଭାରତୀୟ ଜୀବନ ବିମା ନିଗମ"ରୁ ଅବସର ଗ୍ରହଣ କରି ସେ ସମ୍ବଲପୁରରେ ବସବାସ କରୁଛନ୍ତି । ସେ ସ୍ଥାପତ୍ୟ ଓ ସମ୍ଭାର ',' ଓଡ଼ିଆ କବିତାର ପୃଷ୍ଠଭୂମି ଓ ପର୍ଯ୍ୟାଲୋଚନା ',' ସାହିତ୍ୟ: ସ୍ୱର ଓ ସ୍ୱରୂପ ',' ସମକାଳୀନ ଓଡ଼ିଆ କବିତା: ଦିଶା ଓ ଦୃଷ୍ଟି ',' ସାହିତ୍ୟ: ସୃଜନ ଓ ସମୀକ୍ଷା ' ଇତ୍ୟାଦି ସମାଲୋଚନା ପୁସ୍ତକ ଗୁଡିକର ରଚୟିତା।
ସୌଭାଗ୍ୟବନ୍ତ ମହାରଣା | |
---|---|
ଜନ୍ମ | (1951-08-15) ୧୫ ଅଗଷ୍ଟ ୧୯୫୧ (ବୟସ ୭୨) |
ଜାତୀୟତା | ଭାରତୀୟ |
ବୃତ୍ତି | ଓଡ଼ିଆ କବି |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର |