ସୌରୀନ୍ଦ୍ର ବାରିକ
ଓଡ଼ିଆ ସାହିତ୍ୟିକ / From Wikipedia, the free encyclopedia
ସୌରୀନ୍ଦ୍ର ବାରିକ (୩ ଅକ୍ଟୋବର ୧୯୩୮ - ୨୩ ଫେବୃଆରୀ ୨୦୧୬)[2], ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଓଡ଼ିଆ ସାହିତ୍ୟିକ ଥିଲେ ।[3] ବିଂଶ ଶତାବ୍ଦୀର ଷାଠିଏ ଦଶକରୁ ସାହିତ୍ୟ ରଚନାରେ ସକ୍ରିୟ ଥିବା ସୌରୀନ୍ଦ୍ରଙ୍କର ଏଯାବତ କୋଡ଼ିଏଟି କବିତା ଗ୍ରନ୍ଥ ଓ ନ'ଟି ସମାଲୋଚନା ଗ୍ରନ୍ଥ ପ୍ରକାଶିତ ହୋଇସାରିଛି ।
Quick Facts ସୌରୀନ୍ଦ୍ର ବାରିକ, ଜନ୍ମ ଓ ଜନ୍ମସ୍ଥାନ ...
ସୌରୀନ୍ଦ୍ର ବାରିକ | |
---|---|
ଜନ୍ମ ଓ ଜନ୍ମସ୍ଥାନ | (1938-10-03)୩ ଅକ୍ଟୋବର ୧୯୩୮ ବାରିପଦା, ମୟୂରଭଞ୍ଜ |
ମୃତ୍ୟୁ | ୨୩ ଫେବୃଆରୀ ୨୦୧୬(2016-02-23) (ବୟସ ୭୭)[1] ଭୁବନେଶ୍ୱର |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ଶିକ୍ଷା | ସ୍ନାତକୋତ୍ତର(ଇଂରାଜୀ ଭାଷା) |
ଶୈଳୀ | କବିତା |
ପୁରସ୍କାର | କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର |
Close
ସୌରୀନ୍ଦ୍ର ୧୯୩୮ମସିହାରେ ବାରିପଦାଠାରେ ଜନ୍ମଗ୍ରହଣ କରିଥିଲେ ।[4] ତାଙ୍କ ପିତା ଦୈତାରୀ ବାରିକ ବାରିପଦା ହାଇସ୍କୁଲର ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ । ସୌରିନ୍ଦ୍ର ବୃତ୍ତିରେ ଜଣେ ଅଧ୍ୟାପକ ଥିଲେ । ୨୦୧୬ ମସିହା ଫେବୃଆରୀ ୨୩ତାରିଖରେ ସୌରୀନ୍ଦ୍ର ବାରିକଙ୍କର ଭୁବନେଶ୍ୱରଠାରେ ମୃତ୍ୟୁବରଣ କରିଥିଲେ ।[5]