From Wikipedia, the free encyclopedia
ସ୍ୱାମୀ ନାରାୟଣ କିମ୍ବା ସହଜାନନ୍ଦ ସ୍ୱାମୀ (IAST: Svāmīnārāyaṇa) (୩ ଏପ୍ରିଲ ୧୭୮୧ - ୧ ଜୁନ ୧୮୩୦), ହିନ୍ଦୁ ଧର୍ମର ସ୍ୱାମୀ ନାରାୟଣ ସମ୍ପ୍ରଦାୟର ସଂସ୍ଥାପକ ଥିଲେ । ସେ ଜଣେ ଯୋଗୀ ଓ ତପସ୍ୱୀ ଥିଲେ ଯାହାଙ୍କ ଜୀବନ ଏବଂ ଶିକ୍ଷା ଧର୍ମ[1], ଅହିଂଶା[2][3] ଓ ବ୍ରହ୍ମାଚାର୍ଯ୍ୟର କେନ୍ଦ୍ରୀୟ ହିନ୍ଦୁ ପ୍ରଥାକୁ ପୁନର୍ଜୀବିତ କରିଥିଲେ ।[1] । ତାଙ୍କୁ ଅନୁଗାମୀମାନଙ୍କଦ୍ୱାରା ଭଗବାନଙ୍କ ଅଭିବ୍ୟକ୍ତି ରୂପେ ଗ୍ରହଣ କରାଯାଏ ।[4][5] ଭାଗବତ ପୁରାଣ ଓ ପଦ୍ମ ପୁରାଣରେ ସ୍ୱାମୀ ନାରାୟଣଙ୍କ ଅବତାରର ସଙ୍କେତ ରହିଛି ।[6] | ସ୍ୱାମୀ ନାରାୟଣଙ୍କ ଶିକ୍ଷାପତ୍ରୀକା ; ସ୍ୱାମୀ ନାରାୟଣ ସମ୍ପ୍ରଦାୟର ମୂଳ ଗ୍ରନ୍ଥ ଅଟେ ।
ସ୍ୱାମୀ ନାରାୟଣ સ્વામિનારાયણ | |
---|---|
ଜନ୍ମ | ଘନଶ୍ୟାମ ପାଣ୍ଡେ 3 ଏପ୍ରିଲ 1781 Chhapaiya (ବର୍ତ୍ତମାନ-ଦିନ ଉତ୍ତର ପ୍ରଦେଶ, ଭାରତ) |
ମୃତ୍ୟୁ | ୧ ଜୁନ ୧୮୩୦ ୪୯) Gadhada (ବର୍ତ୍ତମାନ-ଦିନ ଗୁଜରାଟ, ଭାରତ) | (ବୟସ
ସଂସ୍ଥାପକ | ସ୍ୱାମୀ ନାରାୟଣ |
ଗୁରୁ | ସ୍ୱାମୀ ରାମାନନ୍ଦ |
ସ୍ୱାମୀ ନାରାୟଣଙ୍କ ଜନ୍ମ ୧୭୮୧ ମସିହାରେ ଛପୈୟା, ଉତ୍ତରପ୍ରଦେଶ, ଭାରତରେ ଘନଶ୍ୟାମ ପାଣ୍ଡେଙ୍କ ରୂପେ ହୋଇଥିଲା । ୧୭୯୨ ମସିହାରେ ସେ ୧୧ ବର୍ଷ ବୟସରେ ଭାରତ ବର୍ଷରେ ୭ ବର୍ଷର ତୀର୍ଥଯାତ୍ରା ଆରମ୍ଭ କରିଥିଲେ, ଯାହାର ନାମ ନୀଳକଣ୍ଠ ବରଣୀ ଥିଲା । ଏହି ଯାତ୍ରା ଅନୁଶାରେ ସେ କଲ୍ୟାଣକାରୀ ଗତିବିଧି ଏବଂ ଏହି ଯାତ୍ରାର ୯ ବର୍ଷ ୧୧ ମାସ ପରେ, ସେ ୧୭୯୯ ମସିହା ପାଖାପାଖି ଗୁଜରାଟ ରାଜ୍ୟରେ ବସବାସ କରିଥିଲେ । ୧୮୦୦ ମସିହାରେ ତାଙ୍କୁ ତାଙ୍କ ଗୁରୁ ସ୍ୱାମୀ ରାମାନନ୍ଦ, ଉଦ୍ଧବ ସମ୍ପ୍ରଦାୟରେ ଦୀକ୍ଷା ଦେଇଥିଲେ ଓ ତାଙ୍କୁ ସହଜାନନ୍ଦ ସ୍ୱାମୀ ନାମ ଦିଆଗଲା । ୧୮୦୨ ମସିହାରେ ତାଙ୍କ ଗୁରୁ ମୃତ୍ୟୁ ପୂର୍ବରୁ ଉଦ୍ଧବ ସମ୍ପ୍ରଦାୟର ନେତୃତ୍ୱ ନାରାୟଣଙ୍କୁ ସମ୍ଭାଳୀବାକୁ ଦେଇଥିଲେ । ସହଜାନନ୍ଦ ସ୍ୱାମୀ ଏକ ସଭା ଆୟୋଜିତ କରିଥିଲେ ଏବଂ ସେହି ସଭାରେ ସ୍ୱାମୀ ନାରାୟଣ ମନ୍ତ୍ର ଶିଖେଇଥିଲେ । ଏହି ଦୃଷ୍ଟିରୁ ସେ ସ୍ୱାମୀ ନାରାୟଣ ସମ୍ପ୍ରଦାୟ ଋପେ ଗ୍ରହଣୀୟ ହୋଇଥିଲେ ।
ସ୍ୱାମୀ ନାରାୟଣ ବ୍ରିଟିଶ ରାଜ୍ୟ ସହିତ ଏକ ଭଲ ସମ୍ପର୍କର ବିକଶିତ ହୋଇଥିଲେ ।[7][8] ସେ ନିଜ ଜୀବନ କାଳରେ ଛ ଗୋଟି ମନ୍ଦିରର ନିର୍ମାଣ କରିଥିଲେ [9] ଏବଂ ତାଙ୍କ ଦର୍ଶନକୁ ଖେଳାଇବା ପାଇଁ 500 ପରମହଂସ ନିଯୁକ୍ତ କରିଥିଲେ ।[10] 1826 ମସିହାରେ, ସ୍ୱାମୀ ନାରାୟଣ ସାମାଜିକ ସିଦ୍ଧାନ୍ତର ପୁସ୍ତକ "ଶିକ୍ଷାଶ୍ରୀ" ଲେଖିଥିଲେ ।[11] 1 ଜୁନ 1830 ମସିହାରେ ତାଙ୍କର ମୃତ୍ୟୁ ହୋଇଥିଲା ଏବଂ ଗୁଜରାଟରେ ହିନ୍ଦୁ ସଂସ୍କାର ଅନୁସାରେ ତାଙ୍କର ଅନ୍ତିମ ସଂସ୍କାର କରାଗଲା । ନିଜ ମୃତ୍ୟୁ ପୂର୍ବରୁ ସ୍ୱାମୀ ନାରାୟଣ ନିଜ ଭଣଜାଙ୍କୁ ଆଚାର୍ଯ୍ୟ ରୂପେ ନିଯୁକ୍ତ କରିଥିଲେ, ଯିଏ ସ୍ୱାମୀ ନାରାୟଣ ସମ୍ପ୍ରଦାୟର ମୁଖିଆ ଥିଲେ । ସ୍ୱାମୀ ନାରାୟଣଙ୍କ ସମ୍ପ୍ରଦାୟରେ ମହିଳା [12] ଏବଂ ଗରିବ ମାନଙ୍କ ସୁଧାର ପାଇଁ ବହୁତ ସ୍ମରଣୀୟ କାର୍ଯ୍ୟ କରାଯାଏ ।[13]
ସ୍ୱାମୀ ନାରାୟଣଙ୍କ ଜନ୍ମ 3 ଏପ୍ରିଲ 1781 ମସିହାରେ ଉତ୍ତର ପ୍ରଦେଶ ନିକଟ ଏକ ଗ୍ରାମରେ ବ୍ରାହ୍ମଣ ପରିବାରରେ ହୋଇଥିଲା । ସ୍ୱାମୀ ନାରାୟଣଙ୍କ ନାମ "ଘନଶ୍ୟାମ ପାଣ୍ଡେ", ତାଙ୍କ ମାତା-ପିତା, ହରିପ୍ରସାଦ ପାଣ୍ଡେ (ପିତା)ଙ୍କ ନାମରେ ରଖାଯାଇଥିଲା । ତାଙ୍କୁ ଧର୍ମଦେବ ନାମରେ ମଧ୍ୟ ଜଣା ଯାଇଥାନ୍ତି ଏବଂ ପ୍ରେମବତୀ ପାଣ୍ଡେ (ମାତା), ଯାହାଙ୍କୁ ଶକ୍ତିମାତା କିମ୍ବା ମୂର୍ତ୍ତ ଦେବୀଙ୍କ ନାମରେ ମଧ୍ୟ ଜଣା ଯାଇଥାନ୍ତି । [14] ସ୍ୱାମୀ ନାରାୟଣଙ୍କ ଜନ୍ମ ରାମ ନବମୀ ଦିନ ହୋଇଥିଲା । ସ୍ୱାମୀ ନାରାୟଣଙ୍କ ବଡ଼ ଭାଇ ରାମ ପ୍ରତାପ ପାଣ୍ଡେ ଏବଂ ଛୋଟ ଭାଇ ଇଚ୍ଛାରାମ ପାଣ୍ଡେ ଥିଲେ ।[15] ସ୍ୱାମୀ ନାରାୟଣ ହିନ୍ଦୁ ଗ୍ରନ୍ଥ ଶାସ୍ତ୍ରରେ ମହାରତ ହାସିଲ କରିଥିଲେ, ଯେଉଁଥିରେ ବେଦ, ଉପନିଷଦ, ପୁରାଣ, ରାମାୟଣ ଓ ମହାଭାରତ ସାମିଲ ରହିଥିଲା ।[16]
ନିଜ ମାତା-ପିତାଙ୍କ ମୃତ୍ୟୁ ପରେ, ଘନଶ୍ୟାମ 29 ଜୁନ 1792 ମସିହାରେ ନିଜ ଘର ଛାଡ଼ି ଦେଇଥିଲେ । ସେ ନିଜ ଯାତ୍ରାରେ ନୀଳକଣ୍ଠ ବର୍ଣ୍ଣିଙ୍କ ନାମ ନେଇଥିଲେ । ନୀଳକଣ୍ଠ ବର୍ଣ୍ଣି ଏକ ଆଶ୍ରମ କିମ୍ବା ଧର୍ମଶାଳାର ଅନୁସନ୍ଧାନରେ ସମଗ୍ର ଭାରତ ଓ ନେପାଳରେ କିଛି ଅଞ୍ଚଳର ଯାତ୍ରା କରିଥିଲେ ଯାହା ବେଦାନ୍ତ, ସଂଖ୍ୟା, ଯୋଗ ଓ ପଞ୍ଚତନ୍ତ୍ର ଭଳି ହିନ୍ଦୁ ଦର୍ଶନର ଚାରିଗୋଟି ପ୍ରାଥମିକ ବିଦ୍ୟାଳୟ ସମ୍ବନ୍ଧରେ ସଠିକ ବିଚାର ରଖିଥାଏ । ଏହିପରି ଆଶ୍ରମକୁ ଖୋଜିବା ପାଇଁ , ନୀଳକଣ୍ଠ ବର୍ଣ୍ଣି ମୂଳ ବୈଷ୍ଣବ ବେଦାନ୍ତ ଶ୍ରେଣୀରେ ନିମ୍ନ ଲିଖିତ ପାଞ୍ଚୋଟି ପ୍ରଶ୍ନ ପଚାରିଥିଲେ :[17]
ନୀଳକଣ୍ଠ ବର୍ଣ୍ଣି ପୁରୀ, ଓଡ଼ିଶା ଜଗନ୍ନାଥ ମନ୍ଦିର ସହିତ ବଦ୍ରିନାଥ, ରାମେଶ୍ୱର, ନାସିକ ଓ ଦ୍ୱାରିକରେ ସମଗ୍ର ମନ୍ଦିରର ଦର୍ଶନ କରିଥିଲେ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.