From Wikipedia, the free encyclopedia
ହଜ (ଆରବୀ : (حج ହଜ "ତୀର୍ଥଯାତ୍ରା"), ଏକ ଇସଲାମୀୟ ତୀର୍ଥଯାତ୍ରା ଏବଂ ମୁସଲିମମାନଙ୍କ ପବିତ୍ର ସହର ମକ୍କା ସହରରେ ପ୍ରତିବର୍ଷ ହେଉଥିବା ବିଶ୍ୱର ସବୁଠାରୁ ସମ୍ମେଳନ ଅଟେ ।[1][2] ଏହା ଇସ୍ଲାମର ପାଞ୍ଚୋଟି ସ୍ତମ୍ଭରୁ ଏକ ଅଟେ, ତାସହ ଏହା ଏକ ଧାର୍ମିକ କର୍ତ୍ତବ୍ୟ ଅଟେ ଯାହା ନିଜ ଜୀବନ କାଳରେ ଅତି କମରେ ଗୋଟିଏ ଥର ପୁରଣ କରିବା ସମସ୍ତ ମୁସଲମାନ , ସେ ସ୍ତ୍ରୀ ହେଉ କିମ୍ବା ପୁରୁଷର କର୍ତ୍ତବ୍ୟ ଅଟେ ଯାହାର କି ସକ୍ଷମ ଶରୀର ହେବା ସହ ଏହାର ଖର୍ଚ୍ଚ ଉଠେଇବାରେ ସମର୍ଥ ହୋଇପାରୁଥିବେ ।[3] ଶାରୀରିକ ଏବଂ ଆର୍ଥିକ ରୂପରେ ହଜ କରିବାରେ ସକ୍ଷମ ହେବାର ସ୍ଥିତିକୁ ଇସ୍ତି'ତାହ କୁହାଯାଏ ଏବଂ ଯେଉଁ ମୁସଲମାନମାନେ ଏହି ସର୍ତ୍ତକୁ ପୁରଣ କରନ୍ତି ସେମାନଙ୍କୁ ମୁସ୍ତାତି କୁହାଯାଇଥାଏ । ହଜ ମୁସଲମାନମାନଙ୍କର ଏକଜୁଟ ପ୍ରଦର୍ଶନୀ ହେବା ସହ ସେମାନଙ୍କ ଆଲ୍ଲାହ(ଈଶ୍ୱର)ଙ୍କୁ ବିଶ୍ୱାସ କରିବାର ଏକ ମୁଖ୍ୟ ଆଦର୍ଶ ଅଟେ ।[4]
ଏହି ତୀର୍ଥଯାତ୍ରା ଇସ୍ଲାମି କ୍ୟାଲେଣ୍ଡରର ୧୨ବିଂ ଏବଂ ଅନ୍ତିମ ମାସର "ଧୂ ଅଲ ହିଜ୍ଜାହ"ର ୮ବିଂରୁ ୧୨ବିଂ ତାରିଖ ପର୍ଯ୍ୟନ୍ତ ଚାଲିଥାଏ । ଇସ୍ଲାମୀ କ୍ୟାଲେଣ୍ଡର ଏକ ଚନ୍ଦ୍ର କ୍ୟାଲେଣ୍ଡର ଅଟେ , ଏଥିପାଇଁ ଏଥିରେ ପଶ୍ଚିମୀ ଦେଶର ପ୍ରୟୋଗରେ ଆସୁଥିବା ଗ୍ରେଗୋରୀୟନ କ୍ୟାଲେଣ୍ଡରରେ ଏଗାର ଦିନ କମ ହୋଇଥାଏ , ଏଥିପାଇଁ ଗ୍ରେଗୋରୀୟନ କ୍ୟାଲେଣ୍ଡର ଅନୁସାରେ ହଜର ତାରିଖ ପ୍ରତିବର୍ଷ ବଦଳି ଥାଏ । ଇହରମ ଏକ ବିଶେଷ ଆଧ୍ୟାତ୍ମିକ ସ୍ଥିତି ଅଟେ ଯେଉଁଥିରେ ମୁସଲମାନ ହଜ ଅନୁସାରେ ରହିଥାଏ ।
୭ବିଂ ଶତାବ୍ଦୀରୁ ହଜ ଇସ୍ଲାମର ପୈଗମ୍ବର ମୁହମ୍ମଦଙ୍କ ଜୀବନ ସହିତ ଯୋଡିହୋଇ ରହିଛି , କିନ୍ତୁ ମୁସଲମାନମାନେ ମାନନ୍ତି କି, ମକ୍କାର ତୀର୍ଥ ଯାତ୍ରାର ଏହି ଚଳଣି ହଜାର ବର୍ଷରୁମାନେ ଇବ୍ରାହିମଙ୍କ ସମୟରୁ ଚାଲିଆସୁଛି । ତୀର୍ଥଯାତ୍ରୀ ସେହି ଲକ୍ଷ ଲୋକଙ୍କ ମଧ୍ୟରେ ସାମିଲ ହୁଅନ୍ତି ଯେଉଁମାନେ ଏକା ସଙ୍ଗେ ହଜର ସପ୍ତାହ ସମୟରେ ମକ୍କାର ଜମା ହୁଅନ୍ତି ଏବଂ ଏଠାରେ ବହୁ ଅନୁଷ୍ଠାନରେ ଅଂଶଗ୍ରହଣ କରନ୍ତି । ପ୍ରତ୍ୟେକ ବ୍ୟକ୍ତି ଏକ ଘନାକାର ଇମାରତ କାବାର ଚାରି ପାର୍ଶ୍ୱରେ ବାମ ପାର୍ଶ୍ୱ ଦେଇ ସାତ ଥର ଚାଲିଥା'ନ୍ତି, ଯାହାକି ମୁସଲମାନ ମାନଙ୍କପାଇଁ ପ୍ରାର୍ଥନାର ଦିଗ ଅଟେ । ଅଳ ସଫା ଏବଂ ଅଳ ମାରବାହ ନାମକ ପାହାଡ଼ ମଧ୍ୟରେ ଆଗକୁ ଏବଂ ପଛକୁ ଚାଲନ୍ତି , ଜମଜମର କୂଅରୁ ପାଣି ପିଅନ୍ତି । ଚୌକସୀରେ ଠିଆ ହେବାପାଇଁ ଅରଫାତ ପର୍ବତର ମଇଦାନକୁ ଯା'ନ୍ତି ଏବଂ ଏକ ସୈତାନକୁ ପଥର ମାରିବାର କର୍ମ ପୂରଣ କରିବା ପାଇଁ ପଥର ଫୋପାଡନ୍ତି । ଏହାପରେ ତୀର୍ଥଯାତ୍ରୀ ନିଜ ଚୁଟି ପକାନ୍ତି (ଲଣ୍ଡା ହେବା) , ଏହାପରେ ଈଦ ଉଲ-ଅଧା ନାମକ ତିନି ଦିବସୀୟ ବିଶ୍ୱ ଉତ୍ସବ ପାଳନ୍ତି । [5][6]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.