ହରପ୍ରସାଦ ପରିଛା ପଟ୍ଟନାୟକ
ଓଡ଼ିଆ ଲେଖକ / From Wikipedia, the free encyclopedia
ହରପ୍ରସାଦ ପରିଛା ପଟ୍ଟନାୟକ (୧୯ ଅକ୍ଟୋବର ୧୯୫୩- ୧୬ ଫେବୃଆରୀ ୨୦୨୨) ଜଣେ ଭାରତୀୟ ଶିକ୍ଷାବିତ ଓ ଓଡ଼ିଆ ଆଧୁନିକ ସାହିତ୍ୟ ରଚୟିତା ତଥା ସମ୍ପାଦକ ଥିଲେ ।[1] ସେ ସର୍ବସାଧାରଣ ସମ୍ବାଦପତ୍ରର ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ[2] ଏବଂ ଦୁଇ ଥର ଓଡ଼ିଶା ସାହିତ୍ୟ ଏକାଡେମୀର ସମ୍ପାଦକ ଥିଲେ ।[3][4] ସେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର[5] ଏବଂ ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥାର ନିର୍ଦ୍ଦେଶକ [6] ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।
Quick Facts ହରପ୍ରସାଦ ପରିଛା ପଟ୍ଟନାୟକ, ଜନ୍ମ ଓ ଜନ୍ମସ୍ଥାନ ...
ହରପ୍ରସାଦ ପରିଛା ପଟ୍ଟନାୟକ | |
---|---|
ଜନ୍ମ ଓ ଜନ୍ମସ୍ଥାନ | (1953-10-19)୧୯ ଅକ୍ଟୋବର ୧୯୫୩ ଖଲ୍ଲିକୋଟ ବିକ୍ରମପୁର, ଗଞ୍ଜାମ ଜିଲ୍ଲା |
ମୃତ୍ୟୁ | ୧୬ ଫେବୃଆରୀ ୨୦୨୨(2022-02-16) (ବୟସ ୬୮) |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ସାହିତ୍ୟ କୃତି | ନଷ୍ଟ ହୋଇଯିବାର ମୋହ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର |
ଜୀବନସାଥୀ | ଜ୍ୟୋତ୍ସ୍ନାମଞ୍ଜରୀ ପଟ୍ଟନାୟକ |
ସନ୍ତାନ | ଶ୍ୱେତପଦ୍ମ, ଶ୍ୱେତସ୍ୱପ୍ନ |
ପିତାମାତା | ଶିବରାମ ପରିଚ୍ଛା, ଗୋଲକମଣୀ ଦେବୀ |
Close