ହର୍ପିସ୍ ସିମ୍ପ୍ଲେକ୍ସ୍ ଭୁତାଣୁ ଯୋଗୁ ହେଉଥିବା ରୋଗ From Wikipedia, the free encyclopedia
ହର୍ପିସ୍ ସିମ୍ପ୍ଲେକ୍ସ୍ (ଗ୍ରୀସ୍ ଭାଷାରେ ἕρπηςର ଅର୍ଥ ଘୁସୁରିବା ବା ଲୁକ୍କାୟିତ) ଏକ ଭୁତାଣୁ ଜନିତ ରୋଗ ଯାହା ହର୍ପିସ୍ ସିମ୍ପ୍ଲେକ୍ସ୍ ଭୁତାଣୁଦ୍ୱାରା ହୁଏ ।[1] ସଂକ୍ରମିତ ହୋଇଥିବା ଶରୀରର ଅଂଶ ଅନୁସାରେ ଏହାର ନାମ ଦିଆଯାଇଥାଏ । ଓରାଲ୍ ହର୍ପିସ୍ ମୁହଁ ଓ ପାଟିରେ ହୁଏ । ଏହି ଭୁତାଣୁଦ୍ୱାରା ଛୋଟ ଫୋଟକା ଦଳବଦ୍ଧ ଭାବରେ ହୁଏ ଯାହାକୁ ଥଣ୍ଡା ଘାଆ ବା ଜରଷଣ୍ଢା[2] କୁହାଯାଏ ଓ ତଣ୍ଟି ସଂକ୍ରମଣ ମଧ୍ୟ ହୁଏ ।[3][4] ଯୌନ ହର୍ପିସ୍ରେ ସାମାନ୍ୟ ଲକ୍ଷଣ ପ୍ରକାଶ ପାଏ ବା ଫୋଟକା ହୋଇ ଫାଟିଯାଇ ଛୋଟ ଘାଆ ହୁଏ । ଏହା ୨ରୁ ୪ ସପ୍ତାହରେ ଶୁଖିଯାଏ । ଫୋଟକା ହେବା ପୂର୍ବରୁ ଝିମ୍ ଝିମ୍ ହୁଏ ବା ତୀବ୍ର ଯନ୍ତ୍ରଣା (shooting pain) ହୁଏ । ହର୍ପିସ୍ ସାଇକ୍ଲରେ ସାମୟିକ ଲକ୍ଷଣ ପ୍ରକାଶ ପାଏ ଓ ସାମୟିକ ଲକ୍ଷଣହୀନ ହୁଏ । ପ୍ରଥମରେ ଜ୍ୱର, ମାଂସପେଶୀ ଯନ୍ତ୍ରଣା, ଲସିକା ଗ୍ରନ୍ଥି ଫୁଲିବା ଓ ମୁଣ୍ଡବଥା ହୁଏ । ସମୟ କ୍ରମେ ଏହାର ଭୟାବହତା ଓ ସମୟ କମିଯାଏ । ଏହାଦ୍ୱାରା ହେଉଥିବା ଅନ୍ୟ ରୋଗମାନଙ୍କର ନାମ: ଅଙ୍ଗୁଳିରେ ହେଲେ ହର୍ପେଟିକ୍ ହୁଇଟ୍ଲୋ[5], ଚକ୍ଷୁ ହର୍ପିସ୍[6], ମସ୍ତିଷ୍କ ହର୍ପିସ୍[7], ଓ ନବଜାତ ହର୍ପିସ୍[8] ।
ଦୁଇ ପ୍ରକାର ହର୍ପିସ୍ ସିମ୍ପ୍ଲେକ୍ସ୍ ଭୁତାଣୁଦ୍ୱାରା ଏହି ରୋଗ ହୁଏ ।[1] ଟାଇପ ୧ ଭୁତାଣୁ (HSV-1) ପାଟିସଂକ୍ରମଣ କରେ, ଟାଇପ ୨ ଭୁତାଣୁ (HSV-2) ସାଧାରଣତଃ ଯୌନ ସଂକ୍ରମଣ କରେ ।[3] ଶରୀରରୁ ନିର୍ଗତ ତରଳ ପଦାର୍ଥ ଓ କ୍ଷତମାନଙ୍କର ପ୍ରତ୍ୟକ୍ଷ ସଂସ୍ପର୍ଷରେ ଆସିଲେ ଏହି ରୋଗ ସଂକ୍ରମିତ ହୁଏ । ଲକ୍ଷଣ ପ୍ରକାଶ ନ ହେଉ ଥିଲେ ମଧ୍ୟ ରୋଗ ଡେଇଁ ପାରେ । ଯୌନ ସଂକ୍ରମିତ ରୋଗ ଦଳରେ ଏହି ଯୌନ ହର୍ପିସ୍ ରୋଗ ସ୍ଥାନିତ ହୁଏ । ଶିଶିଟିଏ ଜନ୍ମ ହେବା ସମୟରେ ମଧ୍ୟ ଏହି ସଂକ୍ରମଣ ହୋଇପାରେ ।[1] ସଂକ୍ରମଣ ହେବା ପରେ ଏହି ଜୀବାଣୁ ସ୍ନାୟୁ ପଥ ମାଧ୍ୟମରେ ଗତି କରି ସ୍ନାୟୁକୋଷରେ ଆଜୀବନ ରହେ ।[3] ଇମ୍ମ୍ୟୁନିଟି କମିଗଲେ, ମାନସିକ ଚାପ ବଢ଼ିଲେ, ସୂର୍ଯାଲୋକ ପ୍ରଭାବିତ ହେଲେ ପୁନଃ ସଂକ୍ରମଣ ହୁଏ ।[9][3] ଲକ୍ଷଣ ଅନୁଧ୍ୟାନ କରି ପାଟି ଓ ଯୌନ ହର୍ପିସ୍ ରୋଗ ନିର୍ଣ୍ଣୟ କରାଯାଏ । [3] ଫୋଟକାର ତରଳ ପଦାର୍ଥରେ ଡି ଏନ୍ ଏ ଚିହ୍ନଟ କରି ଓ ଭୁତାଣୁ କଲ୍ଚର୍ କରି ଏହି ରୋଗ ନିର୍ଣ୍ଣୟ କରାଯାଏ । ରକ୍ତରେ ଆଣ୍ଟିବଡି ମିଳିଲେ ପୂର୍ବରୁ ହୋଇଥିବା ରୋଗ ଚିହ୍ନଟ ହୁଏ କିନ୍ତୁ ନୂଆ ସଂକ୍ରମଣରେ ଏହା ଫଳପ୍ରଦ ହୁଏନି ।[1]
ସମସ୍ତ ପ୍ରକାର ଯୌନ ସମ୍ପର୍କ ବର୍ଜନ କଲେ ଏହି ରୋଗ ହେବ ନାହିଁ । କଣ୍ଡୋମ ବ୍ୟବହାର କଲେ ଏହି ସଙ୍କଟ କିଛି କମିଯାଏ । ରୋଗୀ ଦୈନିକ ଏହାର ଔଷଧ ସେବନ କଲେ ସଂକ୍ରମଣ କମିଯାଏ । ଏଥି ନିମନ୍ତେ କୌଣସି ଟିକା ନାହିଁ, ତେଣୁ ଥରେ ରୋଗ ହେଲେ ଆରୋଗ୍ୟ ନାହିଁ । [1] ପାରାସେଟାମୋଲ (ଆସେଟାମିନୋଫେନ) ଖାଇବାଦ୍ୱାର ଓ କ୍ଷତ ସ୍ଥାନରେ ଲୋଡିକେନ୍ ଲଗାଇଲେ ଲକ୍ଷଣ ଉପସମ ହୁଏ ।[3] ଆସିକ୍ଲୋଭିର ବା ଭାଲାସିକ୍ଲୋଭିର ଆଣ୍ଟିଭାଇରସ୍ ଔଷଧ ବ୍ୟବହାର କଲେ ଲକ୍ଷଣ ଭୟାବହାତା କମିଯାଏ । [1][3]
ସାରା ପୃଥିବୀରେ ବୟସ୍କଲୋକ ସଂଖ୍ୟାର ୬୦ %ରୁ ୯୫ % ଯେ କୌଣସି ଗୋଟିଏ ପ୍ରକାର ହର୍ପିସ ହୁଏ । [10] ପିଲାଦିନେ ଏଚ.ଏସ.ଭି.-୧ ସଂକ୍ରମଣ ହୁଏ । [1] ବୟସ ବଢ଼ିବା ସଙ୍ଗେ ସଙ୍ଗେ ଏହି ରୋଗ ହାର ବଢ଼େ । [10] ନିମ୍ନ ସାମାଜିକ-ଅର୍ଥନୈତିକ ଶ୍ରେଣୀର ଲୋକଙ୍କ ମଧ୍ୟରେ ଏଚ.ଏସ.ଭି.-୧ର ହାର ୪୦ରୁ ୬୦ % ଓ ଉନ୍ନତ ଶ୍ରେଣୀର ଲୋକଙ୍କ ମଧ୍ୟରେ ଏହାର ହାର ୪୦ %ରୁ ୬୦ % । [10] ସନ ୨୦୦୩ର ହିସାବରେ ବିକାଶଶୀଳ ଦେଶମାନଙ୍କରେ ପୃଥିବୀର ପ୍ରାୟ ୫୩୬ ନିୟୁତ (୧୬ %) ଲୋକ ଏଚ.ଏସ.ଭି.-୨ ରୋଗରେ ପଡ଼ିତ ଥିଲେ ଯାହା ମଧ୍ୟରୁ ମହିଳାମାନଙ୍କ ସଂଖ୍ୟା ଅଧିକ ଥିଲା । [11] ଅଧିକାଂଶ ଲୋକ ଏଚ.ଏସ.ଭି.-୨ ରୋଗରେ ପଡ଼ିତ ହୋଇଥିବା ଅନୁଭବ କରିପାରନ୍ତି ନାହିଁ । [1]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.