From Wikipedia, the free encyclopedia
ହର୍ପିସ ଲେବିଆଲିସ (ଇଂରାଜୀ ଭାଷାରେ Herpes labialis, ଅନ୍ୟ ନାମ cold sores) ରୋଗ ହର୍ପିସ ସିମ୍ପ୍ଲେକ୍ସ ଭୁତାଣୁ (herpes simplex virus) ସଂକ୍ରମଣ ଯୋଗୁ ହୁଏ ଓ ମୁଖ୍ୟତଃ ଓଠରେ ଏହି ରୋଗ ହୁଏ ।[1] ଏଥିରେ ଜ୍ୱଳନ ଯନ୍ତ୍ରଣା ହେବା ପରେ ଫୋଟକା (blisters) ବା ଘାଆ (sores) ଦେଖାଯାଏ ।[1] ପ୍ରଥମ ରୋଗ ଆକ୍ରମଣରେ ଜ୍ୱର, ତଣ୍ଟି ଘାଆ ଓ ଲସିକା ଗ୍ରନ୍ଥି ବୃଦ୍ଧି ହୁଏ ।[1][8] ଏହି ରାସ୍ ସାଧାରଣତଃ ୧୦ ଦିନ ଭିତରେ ଭଲ ହୋଇଯାଏ କିନ୍ତୁ ଫେସିଆଲ ସ୍ନାୟୁ (facial nerve) ମଧ୍ୟରେ ଏହି ଭୁତାଣୁ ସୁଶୁପ୍ତ (dormant) ଅବସ୍ଥାରେ ରହିଥାଏ ।[1] ଭୁତାଣୁ ସମୟକ୍ରମେ ଆଉ ଥରେ ସକ୍ରିୟ ହୋଇ ପାଟି ଓ ଓଠରେ ଘାଆ ସୃଷ୍ଟି କରିପାରନ୍ତି । [1]
ହର୍ପିସ ଲେବିଆଲିସ | |
---|---|
କୋଲ୍ଡ ସୋର (Cold sore) ବା ଥଣ୍ଡା ଘାଆ,[1] ଫିଭର ବ୍ଲିସ୍ଟର (fever blisters),[1] ହର୍ପିସ ସିମ୍ପ୍ଲେକ୍ସ ଲେବିଆଲିସ (herpes simplex labialis),[2] ରିକରେଣ୍ଟ ହର୍ପିସ ଲେବିଆଲିସ (Recurrent herpes labialis),[3] ଓ ଓରୋଲେବିଆଲ ହର୍ପିସ (orolabial herpes)[4] | |
ବିଭାଗ | ସଂକ୍ରାମକ ରୋଗ (Infectious disease) |
ଲକ୍ଷଣ | ପୋଡ଼ା ଯନ୍ତ୍ରଣା ପରେ ଫୋଟକା (blisters) ଓ ଘାଆ (sores) ହୁଏ ।[1] |
ଆକ୍ରାନ୍ତ ସମୟ | ୨୦ ବର୍ଷ ବୟସରୁ କମ୍[1] |
ଅବଧି | ୧୦ ଦିନରେ ଆରୋଗ୍ୟ ହୋଇଯାଏ ।[1] |
କାରଣ | ହର୍ପିସ ସିମ୍ପ୍ଲେକ୍ସ ଭୁତାଣୁ ଟାଇପ ୧ (herpes simplex virus type 1) (ସଂସ୍ପର୍ଶ)[5][1] |
ରୋଗ ନିର୍ଣ୍ଣୟ ପଦ୍ଧତି | ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଏ ।[1] |
ସଠିକ ରୋଗ ନିର୍ଣ୍ଣୟ | ହର୍ପାଞ୍ଜିଓମା (Herpangina), ଆଫଥସ ସ୍ଟୋମାଟାଇଟିସ (aphthous stomatitis), ଚର୍ମସ୍ଫୋଟ (impetigo, ମୋନୋନ୍ୟୁକ୍ଲିଓସିସ (mononucleosis[6] |
ପ୍ରତିକାର | ସଂସ୍ପର୍ଶରେ ନ ଆସନ୍ତୁ, ଆଣ୍ଟିଭାଇରାଲ ଔଷଧ (antiviral medication)[7][3] |
ଚିକିତ୍ସା | ଜିଙ୍କ ଅକ୍ସାଇଡ (Zinc oxide, ନିଶ୍ଚେତକ (anesthetic), ବା ଆଣ୍ଟିଭାଇରାଲ କ୍ରିମ (antiviral cream),[1] ପାଟିରେ ଆଣ୍ଟିଭାଇରାଲ ଔଷଧ ।[3] |
Prognosis | Good[1] |
ପୁନଃପୌନିକ | ବାର୍ଷିକ ପ୍ରତି ୧,୦୦୦ରେ ୨.୫ ଜଣକୁ ଏହି ରୋଗ ହୁଏ ।[1] |
ହର୍ପିସ ସିମ୍ପ୍ଲେକ୍ସ ଭୁତାଣୁ ଟାଇପ ୧ (herpes simplex virus type 1) ବା (HSV-1) ଯୋଗୁ ମୁଖ୍ୟତଃ ଏହି ରୋଗ ହୁଏ ଓ ବେଳେ ବେଳେ ହର୍ପିସ ସିମ୍ପ୍ଲେକ୍ସ ଭୁତାଣୁ ଟାଇପ ୨ (herpes simplex virus type 2) ବା (HSV-2) ଯୋଗୁ ହୁଏ ।[1] ଏହି ସଂକ୍ରମଣ ଅଣଯୌନ ସଂସ୍ପର୍ଶରୁ ହୁଏ ।[5] ସୂର୍ଯ୍ୟାଲୋକ (sunlight), ଜ୍ୱର, ମାନସିକ ଚାପ (psychological stress) ଓ ଋତୁସ୍ରାବ ଯୋଗୁ ଏହି ରୋଗ ଟ୍ରିଗର ହୋଇପାରେ ।[1][8] ଯୌନାଙ୍ଗ (genitals) ସଂସ୍ପର୍ଶରୁ ଯୌନାଙ୍ଗ ହର୍ପିସ (genital herpes) ରୋଗ ହୋଇପାରେ ।[1] ଲକ୍ଷଣ ଦେଖି ରୋଗ ଚିହ୍ନଟ କରାଯାଏ ଓ ନିର୍ଦ୍ଦିଷ୍ଟ ଟେଷ୍ଟ କରି ନିଧାର୍ଯ୍ୟ କରାଯାଏ ।[1][8]
ସଂକ୍ରମିତ ବ୍ୟକ୍ତିର ବ୍ୟକ୍ତିଗତ ଜିନିଷ ନ ଛୁଇଁଲେ ବା ବ୍ୟବହାର ନ କଲେ ଓ ଚୁମ୍ବନ ନଦେଲେ ଏହି ରୋଗ ପ୍ରତିରୋଧ କରିହୁଏ ।[7] ଜିଙ୍କ ଅକ୍ସାଇଡ (zinc oxide), ନିଶ୍ଚେତକ (anesthetic) ଓ ଆଣ୍ଟିଭାଇରାଲ କ୍ରିମ (antiviral cream) ବ୍ୟବହାର କଲେ କିଛି ପରିମାଣର ଲକ୍ଷଣ କମିଯାଏ ।[1] ଆଣ୍ଟିଭାଇରାଲ ଔଷଧ ଦେଲେ ପୁନଃପୌନିକ ଆକ୍ରମଣ କମିଯାଏ । [1][3]
ବର୍ଷକୁ ପ୍ରତି ଏକ ହଜାର ଲୋକରେ ପ୍ରାୟ ୨.୫ଜଣ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି ।[1] ଥରେ ରୋଗ ହୋଇଗଲେ ଆଉ ଥରେ ଏହି ରୋଗ ୩୩% ଲୋକଙ୍କୁ ହୁଏ ।[1] କୋଡ଼ିଏ ବର୍ଷ ବୟସ ତଳେ ପ୍ରାୟ ଏହି ରୋଗ ହୁଏ ।[1] ବର୍ଷକୁ ପ୍ରାୟ ୩ ଥର ହୁଏ ।[9] ସମୟ କ୍ରମେ ଏହି ଆକ୍ରମଣ ହାର କମିଯାଏ । [1]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.