From Wikipedia, the free encyclopedia
ହାଇପରଟ୍ରଫିକ କାର୍ଡ଼ିଓମାୟୋପାଥି ବା ଏଚସିଏମ (ଇଂରାଜୀ ଭାଷାରେ Hypertrophic cardiomyopathy/ HCM) ଏକ ରୋଗ ଯେଉଁଥିରେ ହୃତ୍ପିଣ୍ଡର ଏହ ଅଂଶ ଅକାରଣ ହାଇପରଟ୍ରଫି (thickened) ବା ମୋଟା ହୋଇଯାଏ ।[7] ଏହା ଫଳରେ ରକ୍ତ ପମ୍ପ କରିବା ଦକ୍ଷତା ହୃତ୍ପିଣ୍ଡର କମିଯାଏ ।[8] ସାଧାରଣତଃ ଥକ୍କା ଅନୁଭବ, ପାଦ ଇଡିମା ବା ଫୁଲା (leg swelling), ଅଣନିଶ୍ୱାସୀ (shortness of breath) ଇତ୍ୟାଦି ଲକ୍ଷଣ ଦେଖାଯାଏ । [2] ଛାତି ଯନ୍ତ୍ରଣା (chest pain ଓ ଅଚେତ ମଧ୍ୟ ହୋଇପାରେ ।[2] ରୋଗ ଜଟିଳ ହେଲେ ହୃଦ୍ପାତ, ହୃତ୍ପିଣ୍ଡ ଆରିଦମିଆ (irregular heartbeat), ହଠାତ୍ ହୃତ୍ପିଣ୍ଡ ମୃତ୍ୟୁ (sudden cardiac death) ହୋଇପାରେ ।[8][9]
ହାଇପରଟ୍ରଫିକ କାର୍ଡ଼ିଓମାୟୋପାଥି (Hypertrophic cardiomyopathy) | |
---|---|
ଆସିମେଟ୍ରିକ ସେପ୍ଟାଲ ହାଇପରଟ୍ରଫି (Asymmetric septal hypertrophy), ଇଡିଓପାଥିକ ହାଇପରଟ୍ରଫିକ ସବଆଓର୍ଟିକ ସ୍ଟେନୋସିସ (idiopathic hypertrophic subaortic stenosis)[1] | |
ବିଭାଗ | ହୃଦ୍ରୋଗ ବିଜ୍ଞାନ Cardiology |
ଲକ୍ଷଣ | ଥକ୍କା ଅନୁଭବ, ପାଦ ଇଡିମା ବା ଫୁଲା (leg swelling), ଅଣନିଶ୍ୱାସୀ (shortness of breath), ଛାତି ଯନ୍ତ୍ରଣା (chest pain, ଅଚେତ[2] |
କାରଣ | ଜେନେଟିକ (Genetics), ଫାବ୍ରି ଡିଜିଜ (Fabry disease), ଫ୍ରିଡ୍ରିକ୍ସ ଆଟାକ୍ସିଆ (Friedreich's ataxia, କେତେକ ଔଷଧ [3][4] |
ରୋଗ ନିର୍ଣ୍ଣୟ ପଦ୍ଧତି | ଇସିଜି (Electrocardiogram), ଇକୋକାର୍ଡ଼ିଓଗ୍ରାମ (echocardiogram), ସ୍ଟେସ ଟେଷ୍ଟିଙ୍ଗ (stress testing), ଜେନେଟିକ ଟେଷ୍ଟିଙ୍ଗ (genetic testing[5] |
ସଠିକ ରୋଗ ନିର୍ଣ୍ଣୟ | ହାଇପରଟେନସିଭ ହୃତ୍ପିଣ୍ଡ ରୋଗ (en:Hypertensive heart disease), ଆଓର୍ଟିକ ସ୍ଟେନୋସିସ (aortic stenosis), ଖେଳାଳୀଙ୍କ ହୃତ୍ପିଣ୍ଡ (athlete's heart[3] |
ଔଷଧ | ବିଟା ବ୍ଲକର (en:Beta blockers), ଡାଇୟୁରେଟିକସ (diuretics), ଡାଇସୋପାଇରାମାଇଡ (disopyramide)[5] |
ଚିକିତ୍ସା | ଔଷଧ, ଇମ୍ପ୍ଲାଣ୍ଟେବ୍ଲ କାର୍ଡ଼ିଆକ ଡିଫିବ୍ରିଲେଟର (implantable cardiac defibrillator, ଅପରେଶନ[5] |
Prognosis | ଚିକିତ୍ସା ସତ୍ତ୍ୱେ <୧% ମୃତ୍ୟୁ ସଙ୍କଟ [6] |
ପୁନଃପୌନିକ | ୫୦୦ ଲୋକରେ ଜଣେ[7] |
ଏଚସିଏମ ରୋଗ ସାଧାରଣତଃ ପିତାମାତାଙ୍କଠାରୁ ବଂଶାନୁକ୍ରମରେ ଆସିଥାଏ । [4] ଅନେକ ସମୟରେ ହୃତ୍ପିଣ୍ଡର ମାଂସପେଶୀ ତିଆରି କରୁଥିବା ଜିନର ମ୍ୟୁଟେସନ ଯୋଗୁ ହୁଏ ।[4] ଫାବ୍ରି ଡିଜିଜ (Fabry disease), ଫ୍ରିଡ୍ରିକ୍ସ ଆଟାକ୍ସିଆ (Friedreich's ataxia ଓ ଟାକ୍ରୋଲିମସ (tacrolimus) ଭଳି ଔଷଧ ଯୋଗୁ ମଧ୍ୟ ହୋଇଥାଏ ।[3] ଏହା କାର୍ଡ଼ିଓମାୟୋପାଥି ଦଳର ଏକ ରୋଗ ଯାହା ମାୟୋକାର୍ଡ଼ିଅମକୁ (heart muscle) ଆକ୍ରମଣ କରେ ।[8] ଇସିଜି (Electrocardiogram), ଇକୋକାର୍ଡ଼ିଓଗ୍ରାମ (echocardiogram), ସ୍ଟେସ ଟେଷ୍ଟିଙ୍ଗ (stress testing) କରି ରୋଗ ନିର୍ଣ୍ଣୟ କରାଯାଏ ।[5] ଜେନେଟିକ ଟେଷ୍ଟିଙ୍ଗ (genetic testing ମଧ୍ୟ କରାଯାଏ ।[5]
ଚିକିତ୍ସାରେ ବିଟା ବ୍ଲକର (en:Beta blockers), ଡାଇୟୁରେଟିକସ (diuretics), ଡାଇସୋପାଇରାମାଇଡ (disopyramide) ଔଷଧ ଦିଆଯାଏ ।[5] ଅନିୟମିତ ହୃଦ୍ଗତି ସମ୍ପନ୍ନ କେତେକ ରୋଗଙ୍କୁ ଇମ୍ପ୍ଲାଣ୍ଟେବ୍ଲ କାର୍ଡ଼ିଆକ ଡିଫିବ୍ରିଲେଟର (implantable cardiac defibrillator ଦେବାକୁ ସୁପାରିସ କରାଯାଏ ।[5] କୌଣସି ଉପାୟରେ ଭଲ ନ ହେଲେ ସେପ୍ଟାଲ ମାୟେକ୍ଟୋମି (septal myectomy) ବା ହୃତ୍ପିଣ୍ଡ ଟ୍ରାନ୍ସପ୍ଲାଣ୍ଟ (heart transplant) ଅପରେଶନ କରାଯାଏ ।[5] ଉପଯୁକ୍ତ ଚିକିତ୍ସା ମିଳିଲେ ମୃତ୍ୟୁ ସଙ୍କଟ ବାର୍ଷିକ ୧%ରୁ କମ୍ ହୁଏ ।[6]
ପ୍ରତି ୫୦୦ଲୋକରେ ଜଣକର ଏହି ରୋଗ ଥାଏ ।[7] ପୁରୁଷ ଓ ମହିଳା ସମ ଭାବରେ ଆକ୍ରାନ୍ତ ହୁଅନ୍ତି । [7] ସବୁ ବୟସରେ ମଧ୍ୟ ଆକ୍ରନ୍ତ ହୋଇପାରିବେ ।[7] ସନ ୧୯୫୮ରେ ଏହି ବିଷୟ ପ୍ରଥମେ ଡୋନାଳ୍ଡ ଟିଅର (Donald Teare) ବର୍ଣ୍ଣନା କରିଥିଲେ ।[10][11]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.