ଏକ ପ୍ରକାରର ଭାଇରସ From Wikipedia, the free encyclopedia
୨୦୧୯ ନୂତନ କରୋନାଭୂତାଣୁ ବା ଊହାନ କରୋନାଭୂତାଣୁ[1][2] ଏକ ବିଶେଷ ପ୍ରକାରର ଭୂତାଣୁ ଯାହା ସଂକ୍ରାମକ ରୋଗ କରୋନାଭୂତାଣୁ ରୋଗ ୨୦୧୯ କରାଇଥାଏ । ବର୍ତ୍ତମାନ ଏହାକୁ କେବଳ କରୋନା ଭୂତାଣୁ କୁହାଯାଉଛି, କିନ୍ତୁ ଏହା ସାର୍ସ କୋଭିଡ-୨ ଭାବେ ନାମିତ ।[3][4] ୨୦୧୯ ନୂତନ କରୋନାଭୂତାଣୁଟି ପଜିଟିଭ ସେନ୍ସ ସିଙ୍ଗଲ-ସ୍ଟ୍ରାଣ୍ଡେଡ ଆରଏନଏ ଜେନୋମ(positive-sense single-stranded RNA genome) ବିଶିଷ୍ଟ ଅଟେ । ଏହା ପକ୍ଷୀ ଓ ସ୍ତନ୍ୟପାୟୀ ଜୀବଙ୍କ ଦେହରେ ରୋଗ କରାଉଥିବା ଏକ ପ୍ରକାର ଭୂତାଣୁ ଏହି ଭୂତାଣୁଦ୍ୱାରା ଘଟୁଥିବା ସର୍ବବ୍ୟାପୀ ମହାମାରୀ(Pandemic)କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆନ୍ତର୍ଜାତୀୟ ସ୍ୱାସ୍ଥ୍ୟ ଆପାତକାଳ ଘୋଷଣା କରିଛି ।[5]
ସାର୍ସ କୋଭି-୨ ଭୂତାଣୁ ସାର୍ସ କୋଭି ଭୂତାଣୁର ଏକ ପ୍ରକାର ।[6] ବିଶ୍ୱାସ କରାଯାଏ ଯେ ଏହା ଜୁନୋଟିକ (Zoonotic) ଅର୍ଥାତ ଅନ୍ୟ ପ୍ରାଣୀଙ୍କଠାରୁ ସୃଷ୍ଟି ହେଉଥିବା ଏବଂ ସେମାନଙ୍କଠାରୁ ମନୁଷ୍ୟଠାରେ ସଂକ୍ରମିତ ହୋଇଥିବା ଏକ ଭୁତାଣୁ । ବାଦୁଡ଼ିମାନଙ୍କଠାରେ ଦେଖାଯାଉଥିବା କରୋନା ଭୂତାଣୁ ସହିତ ଏହାର ଅନେକ ସମାନତା ଦେଖିବାକୁ ମିଳୁଥିବାରୁ ଏହାକୁ ବାଦୁଡ଼ିରୁ ଜନ୍ମିତ କରୋନା ଭୁତାଣୁ ବୋଲି ଗ୍ରହଣ କରାଯାଉଛି ।[7][8] ମାତ୍ର ବର୍ତ୍ତମାନ ସୁଦ୍ଧା ଏହାର ମନୁଷ୍ୟଙ୍କଠାରେ ସଂକ୍ରମଣ ପାଇଁ ଦାୟୀ ପ୍ରାଣୀକୁ ଚିହ୍ନଟ କରାଯାଇପାରିନାହିଁ ।
ଯେହେତୁ ଏହି ଭୂତାଣୁକୁ ପ୍ରଥମେ ଚୀନର ଊହାନ ସହରରେ ଚିହ୍ନଟ କରାଯାଇଥିଲା, ଏହାକୁ ଊହାନ ଭୂତାଣୁ ବା ଊହାନ କରୋନାଭୂତାଣୁ କୁହାଯାଇଥାଏ ।[9][10] ମାତ୍ର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିର୍ଦ୍ଦିଷ୍ଟ ସ୍ଥାନ ଉପରେ ଆଧାରିତ ଏହି ନାମଟି ବ୍ୟବହାର କରିବାରେ ପ୍ରତିବନ୍ଧକ ଲଗାଇଛି । ଅନ୍ତର୍ଜାତୀୟ ଭୂତାଣୁ ବର୍ଗୀକରଣ କମିଟି (ଆଇ.ସି.ଟି.ଭି) ୨୦୨୦ ମସିହା ଫେବୃଆରୀ ୧୧ ତାରିଖରେ ଆଧିକାରିକ ଭାବେ ଭୂତାଣୁଟିକୁ ତୀବ୍ର ଗୁରୁତର ଶ୍ୱାସରୋଗ କରୋନାଭାଇରସ ୨ (ସାର୍ସ କୋଭି-୨) ଭାବେ ନାମିତ କରିଛନ୍ତି । ଆମେରିକୀୟ ସରକାର ଏବଂ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଏହାକୁ ଚାଇନିଜ ଭାଇରସ ଅର୍ଥାତ ଚିନୀୟ ଭୂତାଣୁ ରୂପେ ସମ୍ବୋଧନ କରିଛନ୍ତି ।[11] ଏହି ଶବ୍ଦର ବ୍ୟବହାରକୁ ଅନେକ ଜାତିବାଦରୂପେ ବିଚାର କରନ୍ତି ।[12][13][14]
ଏହି କରୋନା ଭୂତାଣୁକୁ ସର୍ବପ୍ରଥମେ ଚୀନର ଊହାନ ନାମକ ସହରରୁ ଚିହ୍ନିତ ହୋଇଥିଲା । ଯଦିଓ ରୋଗ ସଂକ୍ରମଣର ପ୍ରାଥମିକ କାରକ ସମ୍ପର୍କରେ ଏ ପର୍ଯ୍ୟନ୍ତ କୌଣସି ତଥ୍ୟ ନାହିଁ, ଊହାନର ସାମୁଦ୍ରିକ ଖାଦ୍ୟହାଟରେ କାମ କରୁଥିବା କିଛି ଲୋକ ଏଥିରେ ପ୍ରଥମେ ସଂକ୍ରମିତ ହୋଇଥିଲେ ।[15][16]
କରୋନା ଭୂତାଣୁ ଦୁଇଟି ଉପାୟରେ ସଂକ୍ରମିତ ବ୍ୟକ୍ତିଙ୍କଠାରୁ ସୁସ୍ଥ ବ୍ୟକ୍ତିଙ୍କ ପାଖକୁ ବ୍ୟାପି ଥାଏ ।[17]
ଏହି ଭୂତାଣୁଦ୍ୱାରା ହେଉଥିବା ରୋଗ ପାଇଁ ଏ ପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ପଦ୍ଧତି ବାହାରି ନାହିଁ ।[19] ଏହା ଏକ ନୂତନ ଭୂତାଣୁ ହୋଇଥିବା ମାନବ ଶରୀର ଏହାକୁ ଲଢ଼ିବା ପାଇଁ ଆବଶ୍ୟକୀୟ ରୋଗ ପ୍ରତିଷେଧକ ଶକ୍ତି ମଧ୍ୟ ଉତ୍ପନ୍ନ କରିପାରି ନାହିଁ । ମାତ୍ର ପ୍ରତିଷେଧକ ଟୀକା ଏବଂ ଔଷଧ ତିଆରି ପାଇଁ ଗବେଷଣା ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ।[20]
ସଂକ୍ରମଣ ବଢ଼ିବା ଓ ସମ୍ଭାବିତ ମହାମାରୀ ସ୍ଥିତିକୁ ଏଡ଼ାଇବା ପାଇଁ ବହୁ ଦେଶ ସମ୍ପୂର୍ଣ୍ଣ ବା ଆଂଶିକ ସଙ୍ଗରୋଧ ଜାରିକରିଛନ୍ତି ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.