From Wikipedia, the free encyclopedia
ହିନ୍ଦୁଧର୍ମ ଏକ ଧାର୍ମିକ ମତବାଦ ବା ଧାରା ଯାହା ମୁଖ୍ୟତଃ ଭାରତୀୟ ଉପମହାଦେଶରେ ଅନୁସରଣ ହୋଇଥାଏ । ହିନ୍ଦୁ ଧର୍ମର ଉତ୍ପତ୍ତି ସମୟ ବିଷୟରେ ମତପାର୍ଥକ୍ୟ ଥିଲେ ମଧ୍ୟ ଏହା ପ୍ରାୟ ଖୀ.ପୂ. ୨୦୦୦ - ୧୫୦୦ ମଧ୍ୟରେ ଉତ୍ପତ୍ତି ହୋଇଥିଲା ବୋଲି ଅନେକ ମତ ଦିଅନ୍ତି । ବେଦ ହିନ୍ଦୁମାନଙ୍କର ପ୍ରଧାନ ଧର୍ମ ଗ୍ରନ୍ଥ । ୯୨ କୋଟି ଧର୍ମାବଲମ୍ବୀଙ୍କ ସହିତ ହିନ୍ଦୁଧର୍ମ, ଖ୍ରୀଷ୍ଟ ଓ ଇସଲାମ ଧର୍ମ ପରେ ଦୁନିଆର ୩ୟ ବଡ଼ ଧର୍ମ । ହିନ୍ଦୁଧର୍ମର ଅଧିକାଂଶ ଧର୍ମାବଲମ୍ବୀ ଭାରତ ଓ ନେପାଳରେ ବସବାସ କରନ୍ତି। [1]
ହିନ୍ଦୁଧର୍ମ କୈଣସି ବ୍ୟକ୍ତି ବିଶେଷଙ୍କଦ୍ୱାରା ସ୍ଥାପନା କରାଯାଇନାହିଁ । ଏହା ମୁଖ୍ୟତଃ ବେଦ ଉପରେ ପର୍ଯ୍ୟବସିତ । ତେବେ ହିନ୍ଦୁଧର୍ମରେ ବହୁମତ ବହୁପଥର ସହାବସ୍ଥାନ ଘଟିଛି । ଏଥି ପାଇଁ ହିନ୍ଦୁଧର୍ମକୁ ଏକ ବିକାଶଶୀଳ ଧର୍ମ କୁହାଯାଏ । ହିନ୍ଦୁଧର୍ମର ମୂଳସତ୍ତ୍ୱ - ସତ୍ୟ, ଅହିଂସା, ଦୟା, କ୍ଷମା ଓ ଦାନ। ସେଥିପାଇଁ ନିଜର ମନ, ବଚନ ଓ କର୍ମଦ୍ୱାରା ହିଂସାଠାରୁ ଦୂରେଇ ରହୁଥିବା ମଣିଷକୁ ହିନ୍ଦୁ କୁହାଯାଏ । ହିନ୍ଦୁ ଧର୍ମର ଇତିହାସ ବହୁତ ପ୍ରାଚୀନ। ପୁରାଣ ଅନୁସାରେ ପୃଥିବୀର ସୃଷ୍ଟି ସମୟରୁ ହିଁ ହିନ୍ଦୁଧର୍ମର ଆବିର୍ଭାବ ହେଇଥିଲା । ଏହାକୁ ସନାତନ ଧର୍ମ ମଧ୍ୟ କୁହାଯାଏ ।
ହିନ୍ଦୁ ଶବ୍ଦଟି ସିନ୍ଧୁନଦୀରୁ ଆସିଅଛି । ଆରବୀ ଭାଷାରେ ଅଲ୍-ହିନ୍ଦ୍ ଶବ୍ଦର ଅର୍ଥ ସିନ୍ଧୁ ନଦୀ ପାର୍ଶ୍ୱରେ ବାସ କରୁଥିବା ଲୋକମାନଙ୍କୁ ବୁଝାଉଥିଲା ଓ ଏହି ଶବ୍ଦକୁ ୟୁରୋପ ଦେଶମାନେ ଗ୍ରହଣ କରିଥିଲେ । ସିନ୍ଧୁନଦୀ ତୀରରେ ପଶ୍ଚିମରେ ବସବାସ କରୁଥିବା ପାରସୀ, ଆରବୀ ଅଧିବାସୀମାନେ ମଧ୍ୟ ହିନ୍ଦୁ ନାମରେ ପରିଚିତ । ସିନ୍ଧୁନଦୀର ପୂର୍ବଦେଶ ହିନ୍ଦୁସ୍ତାନ,ସେଠାରେ ରହୁଥିବା ଅଧିକାଂଶ ଅଧିବାସୀ ହିନ୍ଦୁ ।
ଏହାର ପ୍ରାଚୀନ ଇତିହାସ ହେଉଛି ମୁନି ରୁଷି ମାନଙ୍କର ବେଦ l
ଅନ୍ୟ ଧର୍ମ ପରି ଏଇ ଧର୍ମରେ କୌଣସି ସଂସ୍ଥାପକ ନାହାନ୍ତି, ଏହାର ଧର୍ମଗ୍ରନ୍ଥ, ନୈତିକ ଉପଦେଶ, ଦେବତା, ଶାସ୍ତ୍ର କୌଣସି ଗୋଟିଏ ନୁହେଁ, ଏହାର କୌଣସି ମୌଳିକ ଧର୍ମୀୟ ଅଧିକାରୀ ବା ମୁଖ୍ୟ ନାହାନ୍ତି କିମ୍ବା ଏଥିରେ ମସିହା(ପୟଗମ୍ବର)ବାଦ ନାହିଁ। [1]
ହିନ୍ଦୁଧର୍ମରେ ଅନେକ ଗ୍ରନ୍ଥ ହଜାର ବର୍ଷ ପୂର୍ବେ ରଚନା କରାଯାଇଛି।ପୁରାଣ ଓ ମହାକାବ୍ୟ ମଧ୍ୟରେ ରାମାୟଣ ଓ ମହାଭାରତଅନ୍ୟତମ। ଭଗବତ ଗୀତା ମହାଭାରତର ଏକ ଅଂଶ ଏବଂ ଏହାକୁ ଚାରି ବେଦର ସାର ବୋଲି କୁହାଯାଏ।
୧୦୮ ହେଉଛି ଏକ ସଂଖ୍ୟା । କିନ୍ତୁ ହିନ୍ଦୁ ସଂସ୍କୃତିରେ ବ୍ୟବହୃତ ହେଉଥିବା ବିଭିନ୍ନ ଧର୍ମ ସମ୍ବନ୍ଧୀୟ ଉପକରଣରେ ୧୦୮ ସଂଖ୍ୟାର ବହୁଳ ବ୍ୟବହାର ଦେଖିବାକୁ ମିଳିଥାଏ । ଜପ ମାଳିରେ ୧୦୮ଟି ମାଳି ଥାଏ । ବିଭିନ୍ନ ପୂଜାରେ ୧୦୮ଟି ନଡ଼ିଆ ହେଉ ବା ୧୦୮ଟି ବେଲ ପତ୍ର ହେଉ, ଏହିପରି ୧୦୮ଟି ପୂଜା ସାମଗ୍ରୀ ହିନ୍ଦୁ ଦେବାଦେବୀଙ୍କୁ ଅର୍ପଣ କରାଯାଇଥାଏ । ତେଣୁ ଦେଖିବାକୁ ଗଲେ ହିନ୍ଦୁ ଧର୍ମରେ ୧୦୮ ସଂଖ୍ୟାର ଗଭୀର ମାହାତ୍ମ୍ୟ ରହିଛି । ଏହି ସଂଖ୍ୟାଟି ହିନ୍ଦୁ ଧର୍ମ, ରୀତିନୀତି ଓ ପରମ୍ପରାରେ ଏକ ପବିତ୍ର ସଂଖ୍ୟା ରୂପେ ବିବେଚିତ ହୁଏ ।
ନିମ୍ନରେ ୧୦୮ର ବ୍ୟବହାର ଓ ମାହାତ୍ମ୍ୟ ସମ୍ପର୍କରେ ସଂକ୍ଷିପ୍ତରେ ବର୍ଣ୍ଣନା କରାଯାଇଛି ।[2]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.