From Wikipedia, the free encyclopedia
ଜାପାନ (日本, ନିପ୍ପୋଁ ବା ନିହୋଁ), ପୂର୍ବ ଏସିଆରେ ଅବସ୍ଥିତ ଏକ ଦ୍ୱୀପ ରାଷ୍ଟ୍ର । ଏହାର ପଶ୍ଚିମରେ ଜାପାନ ସାଗର, ଓଖୋତ୍ସକ ସାଗରଠାରୁ ପୂର୍ବ ଚୀନ ସାଗର ଓ ତାଇୱାନ ପର୍ଯ୍ୟନ୍ତ ବ୍ଯାପ୍ତ ହୋଇ ରହିଛି । ପ୍ରଶାନ୍ତ ଅଗ୍ନିବଳୟର ଏକ ଅଂଶ, ଜାପାନ ୬,୮୫୨ଟି ଦ୍ୱୀପରେ ଗଢାହୋଇଛି ଯାହାର ପ୍ରାୟ ୩,୭୭,୯୭୫ ବର୍ଗ କି.ମି. କ୍ଷେତ୍ରଫଳ ରହିଛି; ଦେଶର ପାଞ୍ଚଟି ମୁଖ୍ଯ ଦ୍ୱୀପ ହେଲା, ଉତ୍ତରରୁ ଦକ୍ଷିଣକୁ କ୍ରମେ ହୋକାଇଦୋ, ହୋଁଶୁ, ଶିକୋକୁ, କ୍ଯୁଶୁ ଏବଂ ଓକିନାୱା । ଟୋକିଓ ଜାପାନର ରାଜଧାନୀ ଓ ବୃହତ୍ତମ ସହର । ଅନ୍ଯାନ୍ଯ ମୁଖ୍ଯ ସହରଗୁଡ଼ିକ ହେଲା; ୟୋକୋହାମା, ଓସାକା, ନାଗୋୟା, ସାପ୍ପୋରୋ, ଫୁକୁଓକା, କୋବେ ଓ କ୍ଯୋଟୋ ଇତ୍ୟାଦି ।
ଜାପାନ 日本国 ନିପ୍ପୋଁ-କୋକୁ ବା ନିହୋଁ-କୋକୁ | |||||
---|---|---|---|---|---|
| |||||
ଜାତୀୟ ସଙ୍ଗୀତ: | |||||
ରାଜଧାନୀ | ଟୋକିଓ (ବାସ୍ତବିକ) | ||||
ବୃହତ୍ତମ ସହର | ଟୋକିଓ | ||||
ସରକାରୀ ଭାଷା | None[1] | ||||
Recognised regional languages | ଆଇନୁ ଇତାକ, ରିଉକ୍ଯୁ ଭାଷାସମୂହ, ପୂର୍ବ ଜାପାନୀ, ପଶ୍ଚିମ ଜାପାନୀ, ତଥା ଅନ୍ଯାନ୍ଯ ଜାପାନୀ ଉପଭାଷାସମୂହ | ||||
National language | ଜାପାନୀ ଭାଷା | ||||
ଜାତି | ୯୮.୫% ଜାପାନୀ, ୦.୫% କୋରୀୟ, ୦.୪% ଚୀନା, ୦.୬% ଅନ୍ଯ[2] | ||||
ଜାତୀୟତା | ଜାପାନୀ | ||||
Government | ଏକକ ସଂସଦୀୟ ଗଣତନ୍ତ୍ର ଏବଂ ସାମ୍ବିଧାନିକ ଏକତନ୍ତ୍ର | ||||
• ସମ୍ରାଟ | ନାରୁହିତୋ | ||||
ଗଠନ | |||||
• ଜାତୀୟ ଗଠନ ଦିବସ | ଫେବୃଆରୀ ୧୧, ୬୬୦ ଖ୍ରୀ.ପୂ. [3] | ||||
• ମେଜ୍ଜି ସମ୍ବିଧାନ | ନଭେମ୍ବର ୨୯, ୧୮୯୦ | ||||
• ଏବେକାର ସମ୍ବିଧାନ | ମେ ୩, ୧୯୪୭ | ||||
• ସାନଫାନ୍ସିସକୋ | ଏପ୍ରିଲ୍ ୨୮, ୧୯୫୨ | ||||
• ଜଳଭାଗ (%) | ୦.୮ | ||||
ଲୋକସଂଖ୍ୟା | |||||
• ୨୦୧୦ estimate | ୧୨୭,୩୬୦,୦୦୦[4] (୧୦) | ||||
• ୨୦୦୦ census | ୧୨,୭୩,୩୩,୦୦୨ | ||||
• ଘନତା | 337.1/km2 (873.1/sq mi) (୩୬) | ||||
ମୋଟ ଘରୋଇ ଉତ୍ପାଦ (ସମତୁଲ୍ୟ କ୍ରୟଶକ୍ତି) | ୨୦୧୦ estimate | ||||
• ମୋଟ | $୪.୩୦୮ trillion[5] (୩) | ||||
• ମୁଣ୍ଡପିଛା | $୩୩,୮୨୮[5] (୨୪ ତମ) | ||||
ମୋଟ ଘରୋଇ ଉତ୍ପାଦ (ସାଙ୍କେତିକ) | ୨୦୧୦ estimate | ||||
• ମୋଟ | $୫,୩୯୦ trillion[5] (୩ୟ) | ||||
• ମୁଣ୍ଡପିଛା | $୪୨,୩୨୫[5] (୧୭ଶ) | ||||
ଜିନି ଗୁଣାଙ୍କ | 38.1 (2002)[6] Error: Invalid Gini value | ||||
ମାନବ ବିକାଶ ସୂଚନାଙ୍କ (2010) | 0.884[7] Error: Invalid HDI value · 11th | ||||
ମୁଦ୍ରା | ଅନ୍ତର୍ରାଷ୍ଟ୍ରୀୟ ସଙ୍କେତ ¥ (ୟେନ) ଜାପାନୀ ସଙ୍କେତ 円 ବା ପାରମ୍ପରିକ କାଞ୍ଜିରେ (圓)) ଏନ ଭାବେ ଉଚ୍ଚାରିତ (JPY) | ||||
ସମୟ ମଣ୍ଡଳ | UTC+9 (ଜେ.ଏସ.ଟି.) | ||||
• Summer (DST) | UTC+9 (ଜଣାନାହିଁ) | ||||
ରାସ୍ତା ଚାଲିବା ପାଖ | left | ||||
ଟେଲିଫୋନ କୋଡ଼ | 81 | ||||
Internet TLD | .jp |
ଜାପାନ, ବିଶ୍ୱର ଏକାଦଶ ଜନବହୁଳ ଦେଶ ତଥା ଅଧିକ ଘନତ୍ୱ ବିଶିଷ୍ଟ ଏବଂ ଅଧିକ ସହରୀକୃତ ଦେଶମାନଙ୍କ ମଧ୍ଯରୁ ଅନ୍ଯତମ । ଦେଶର ତିନି-ଚତୁର୍ଥାଂଶ ଅଞ୍ଚଳ ପାର୍ବତ୍ଯାଞ୍ଚଳ ହୋଇଥିବାରୁ ପ୍ରାୟ ୧୨.୬୨ କୋଟି ଲୋକ ସଂକୀର୍ଣ୍ଣ ଉପକୂଳବର୍ତ୍ତୀ ସମତଳ ଅଞ୍ଚଳରେ ବାସକରନ୍ତି । ଜାପାନକୁ ୪୭ଟି ପ୍ରଶାସନିକ ରାଜ୍ଯରେ ବିଭକ୍ତ କରାଯାଇଛି । ଏହା ପାରମ୍ପରିକ ରୂପେ ଆଠଟି ଅଞ୍ଚଳରେ ଗଠିତ । ୩୭.୪ ନିୟୁତ ଲୋକଙ୍କ ସହ, ବୃହତ୍ତ୍ ଟୋକିଓ ଅଞ୍ଚଳ ବିଶ୍ୱର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ମହାନଗର ଅଞ୍ଚଳ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.