ଅକ୍ଷାଂଶ
From Wikipedia, the free encyclopedia
ନିରକ୍ଷବୃତ୍ତଠାରୁ ଉତ୍ତର ବା ଦକ୍ଷିଣ ଦିଗରେ କୌଣସି ସ୍ଥାନର ଦୁରତ୍ୱର କୌଣିକ ପରିମାଣକୁ ଅକ୍ଷାଂଶ କୁହାଯାଏ ବିଷୁବରେଖାର ଏକ ସମାନ୍ତରରେ ଅବସ୍ଥିତ ସମସ୍ତ ଅକ୍ଷାଂଶ (latitude) ଏକ ଅକ୍ଷାଂଶ ଉତ୍ତର ଦିଗରେ ବା ଦକ୍ଷିଣ ଦିଗରେ ଶୁନ୍ୟ ଡିଗ୍ରୀଠାରୁ ୯୦ ଡିଗ୍ରୀ ପର୍ଯ୍ୟନ୍ତ ଗଣନା କରାଯାଏ
ଅକ୍ଷାଂଶ (latitude of a place) ଏବଂ ଦ୍ରାଘିମା (longitude of a place)ଏହି ଦୁଇଗୋଟିକୁ ଗଣିତ ଶାସ୍ତ୍ରରେ ଭୁଜକୋଟି (Co-ordinates) କହନ୍ତି ଭୂଗୋଲକର କୌଣସି ସ୍ଥାନର ଅବସ୍ଥିତି ଜାଣିବା ସକାଶେ ଏହି ଦୁଈଟି ଦରକାର ଏହି ଦୁହିଁଙ୍କ ମଧ୍ୟରେ ସମ୍ବନ୍ଧ ଏହି ଯେ ଗୋଟିକର ବିନା ଅନ୍ୟଟିଦ୍ୱାରା ଉକ୍ତସ୍ଥାନର ଅବସ୍ଥିତି ସମ୍ବନ୍ଧେ କୌଣସି ନିର୍ଦ୍ଧିଷ୍ଟ ଧାରଣା ମନ ମଧ୍ୟରେ ହୋଇପାରେ ନାହିଁ