କାନନାଦ
କୌଣସି ବାହ୍ୟ ଶବ୍ଦ ନ ଥାଇ କାନକୁ ଶୁଣାଯାଉଥିବା ଶବ୍ଦ From Wikipedia, the free encyclopedia
Remove ads
କାନନାଦ (ଇଂରାଜୀ ଭାଷାରେ Tinnitus, /ˈtɪnɪtəs/ or /tɪˈnaɪtəs/) ସଂଜ୍ଞା: କୌଣସି ବାହ୍ୟ ଶବ୍ଦ ନ ଥାଇ କାନକୁ ଶୁଣାଯାଉଥିବା ଶବ୍ଦ ବା ଧ୍ୱନୀକୁ କାନନାଦ କୁହାଯାଏ ।[୧] ଝିଁ ଝିଁ, ଟିକ ଟିକ, ହିସ୍ (ସାପର ସ୍ୱନ) ବା ଗର୍ଜନ ଭଳି ବିଭିନ୍ନ ଶବ୍ଦ କାନକୁ ଶୁଣାଯାଏ । [୨] ଅସ୍ପଷ୍ଟ କଥା ଓ ସଙ୍ଗୀତ ସ୍ୱନ ମଧ୍ୟ କ୍ୱଚିତ ଶୁଣାଯାଏ ।[୩] ଗୋଟିଏ ବା ଦୁଇ କାନରେ ଶୁଣାଯାଉଥିବା ସ୍ୱର କୋମଳ ହୋଇପାରେ ବା ଉଚ୍ଚ ସ୍ୱର ହୋଇପାରେ; ସଙ୍ଗୀତର ଉଚ୍ଚ ବା ନିମ୍ନ ତାନ ଭଳି ସ୍ୱନ ଶୁଣାଯାଇପାରେ । [୨] ଅଧିକାଂଶ ସମୟରେ ଏହି ରୋଗ ଧୀରେ ଧୀରେ ଆରମ୍ଭ ହୁଏ ।[୩] ଏହି ରୋଗୀଙ୍କର ଅବସାଦ, ଉତ୍କଣ୍ଠା ଇତ୍ୟାଦି ହୁଏ ଓ ଧ୍ୟାନ (concentration) ରହେନାହିଁ । [୨]
କାନନାଦ ଏକ ଲକ୍ଷଣ, ରୋଗ ନୁହେଁ, ଯାହା ଅନେକ ଅନ୍ତର୍ନିହିତ କାରଣରୁ ଉତ୍ପନ୍ନ ହୁଏ । ଏହାର ଏକ ପ୍ରମୁଖ କାରଣ ହେଲା ଶବ୍ଦ ପ୍ରଭାବିତ ଶ୍ରବଣ କ୍ଷତି । କାନ ସଂକ୍ରମଣ, ହୃତ୍ପିଣ୍ଡ କିମ୍ବା ରକ୍ତନଳୀର ରୋଗ, ମିନିଅର ରୋଗ (Meniere's disease), ମସ୍ତିଷ୍କ ଅର୍ବୁଦ, କେତେକ ଔଷଧ, ମୁଣ୍ଡ ଆଘାତ ଓ କାନଗୁହା । [୨] ଅବସାଦଗ୍ରସ୍ତ ଲୋକଙ୍କର ସାଧାରଣତଃ କାନନାଦ ହୁଏ । [୩]
ଲୋକର ଲକ୍ଷଣ ବର୍ଣ୍ଣନା ଅନୁଯାୟୀ ଏହି ବେମାରୀ ନିର୍ଣ୍ଣୟ କରାଯାଏ । ବେଳେ ବେଳେ ସ୍ଟେଥୋସ୍କୋପରେ ଶୁଣୁଥିବା ବ୍ୟକ୍ତିକୁ ଶୁଣାଯାଏ: ସେତେବେଳେ ତାହାକୁ ଅବଜେକ୍ଟିଭ କାନନାଦ କୁହାଯାଏ । ଲୋକର ଜୀବନ କେତେଦୂର ବିପର୍ଯ୍ୟସ୍ତ ତାହା ଏକ ପ୍ରଶ୍ନାବଳୀଦ୍ୱାରା ନିରୂପଣ କରାଯାଏ । [୩] ଅଡଡ଼ଓଗ୍ରାମ ଓ ସ୍ନାୟବିକ ପରୀକ୍ଷା ମଧ୍ୟ କରାଯାଏ ।[୧][୩] ଅଧିକ ଅସୁବିଧା ଦେଖାଗଲେ ଏମଆରଆଇ ଭଳି ମେଡିକାଲ ଇମେଜିଙ୍ଗ ଆବଶ୍ୟକ ହୋଇପାରେ । ହୃତ୍ସ୍ପନ୍ଦନ ଅନୁଯାୟୀ କାନନାଦ ହେଉଥିଲେ ଅଧିକ ପରୀକ୍ଷା ଆବଶ୍ୟକ ହୁଏ । [୩]
ଉଚ୍ଚମାନର ଶବ୍ଦ ଶ୍ରବଣକୁ ଏଡ଼େଇବା ଏହାର ଏକ ପ୍ରତିଷେଧ । [୨] ଅନ୍ତିର୍ନିହିତ କାରଣ ଥିଲେ ତାହାର ଚିକିତ୍ସା କଲେ ଅବସ୍ଥା ସୁଧୁରିଯାଏ । [୩] ଏହାର ଅନ୍ୟ ଚିକିତ୍ସା ହେଉଛି ବାର୍ତ୍ତାଳାପ ଥେରାପି ।[୪] ଶବ୍ଦ ଜନକ (ଟିନାଇଟସ ମାସ୍କର) or ଶ୍ରବଣ ସହାୟକ ଯନ୍ତ୍ର(ହିଅରିଂ ଏଡ଼) ସାହାଯ୍ୟକାରୀ ହୋଇପାରେ । [୨] ସନ ୨୦୧୩ ସୁଦ୍ଧା କୋଣସି ଔଷଧ ଏହା ନିମନ୍ତେ ନାହିଁ । [୩] ସାଧାରଣତଃ ୧୦ରୁ ୧୫ % ଲୋକ ଏହାର ଶିକାର ହୁଅନ୍ତି । ଅଧିକାଂଶ ଏହାକୁ ସହନ କରନ୍ତି ଓ କେବଳ ୨% ଲୋକଙ୍କର ଉଲ୍ଲେଖନୀୟ ଅସୁବିଧା ରହେ ।[୪] ଟିନାଇଟସ ଶବ୍ଦଟି ଲାଟିନ ଶବ୍ଦ tinnīreରୁ ନିଆଯାଇଛି ଯାହାର ଅର୍ଥ ବଜେଇବା (to ring) । [୩]
Remove ads
ଆଧାର
Wikiwand - on
Seamless Wikipedia browsing. On steroids.
Remove ads