ଜଗନ୍ନାଥ ମନ୍ଦିର, ପାରାଦୀପ

From Wikipedia, the free encyclopedia

ଜଗନ୍ନାଥ ମନ୍ଦିର, ପାରାଦୀପ
Remove ads

ବନ୍ଦର ସହର ପାରାଦ୍ୱୀପର ମଧୁବନଠାରେ ଏହି ମନ୍ଦିରଟି ଅବସ୍ଥିତ । ଏଠାରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାସୁଦର୍ଶନଙ୍କର ଚତୁର୍ଦ୍ଧା ମୂର୍ତ୍ତୀ ପୂଜା ପାଆନ୍ତି । ଏହି ମନ୍ଦିରରେ ସବୁ ଧର୍ମର ଲୋକଙ୍କୁ ଦର୍ଶନ ଓ ପୂଜା କରିବାର ଅଧିକାର ଅଛି ।[]

Quick facts ଜଗନ୍ନାଥ ମନ୍ଦିର, ପାରାଦୀପ, Religion ...
Remove ads

ବିଶେଷତ୍ୱ

ବିଶ୍ୱର ଅନ୍ୟ ଜଗନ୍ନାଥ ମନ୍ଦିରଠାରୁ ଏହି ମନ୍ଦିରର ରୀତିନୀତି ଟିକିଏ ଭିନ୍ନ । ୧୯୭୨ ମସିହାରେ ନିର୍ମିତ ଏହି ମନ୍ଦିରଟି "ସର୍ବ ଧର୍ମ ସମନ୍ୱୟ" ନୀତିରେ ଗଢ଼ିଉଠିଛି । ଏହି ମନ୍ଦିରରେ ହିନ୍ଦୁ ଧର୍ମ ସମେତ ଅନ୍ୟସବୁ ଧର୍ମାବଲମ୍ବୀ ଭକ୍ତମାନଙ୍କୁ ପୂଜା କରିବାର ଅଧିକାର ଦିଆଯାଇଥାଏ ।[]ସବୁ ଜଗନ୍ନାଥ ମନ୍ଦିରରେ ଥିବା ଅରୁଣ ସ୍ତମ୍ଭ ରହିଥାଏ । କିନ୍ତୁ ଏହି ମନ୍ଦିରରେ ଅରୁଣ ସ୍ତମ୍ଭ ସ୍ଥାନରେ "ସର୍ବଧର୍ମ ସମନ୍ୱୟ ସ୍ତମ୍ଭ" ରହିଛି । ସ୍ତମ୍ଭର ଉପରିଭାଗରେ, ଏକ ଗୋଲାକାର ଚକ୍ର ମଧ୍ୟରେ ସନାତନ ଧର୍ମର ପ୍ରତୀକ "ଓଁ" ସ୍ଥାପିତ ହୋଇଛି । ଚକ୍ରର ବାହାର ପାର୍ଶ୍ୱରେ ଇସଲାମ , ଖ୍ରୀଷ୍ଟ, ବୌଦ୍ଧ, ଜୈନ ଧର୍ମା ଆଦି ପ୍ରମୂଖ ଧର୍ମର ପ୍ରତୀକ ସ୍ଥାପିତ ହୋଇଛି । ମନ୍ଦିର ଭିତରେ ଚତୁର୍ଦ୍ଧା ମୂର୍ତ୍ତୀ ବ୍ୟତିତ ମାଳିକାରେ ବର୍ଣ୍ଣିତ କଳକୀ ଅବତାରର କଳକୀ ଓ ଅନନ୍ତ ମୂର୍ତ୍ତୀ ମଧ୍ୟ ପୂଜା ପାଉଛନ୍ତି । ମନ୍ଦିର ପ୍ରତିଷ୍ଠା ସମୟରେ, ପୋର୍ଟ ଟ୍ରଷ୍ଟର ସେତେବେଳର ଅଧ୍ୟକ୍ଷ ଏମ୍, ୱାଇ. ରାଓ, ଯେ କି ନିଜେ ଜଣେ ଖ୍ରୀଷ୍ଟ ଧର୍ମାବଲମ୍ବି ଥିଲେ, ଏହି ମନ୍ଦିରର ଉଦଘାଟନ କରି ଜଗନ୍ନାଥଙ୍କ ପାଖରେ ଭୋଗ ଓ ପୂଜା ଅର୍ପଣ କରିଥିଲେ । ପ୍ରତିବର୍ଷ ରଥଯାତ୍ରାରେ ପାରାଦୀପ ବନ୍ଦରର ଅଧ୍ୟକ୍ଷ ରଥରେ ଛେରା ପହଁରା କରିଥାନ୍ତି ।[]

ମନ୍ଦିର ପରିଚାଳନା ପାଇଁ ୧୯୭୨ମସିହାରେ "ଜଗନ୍ନାଥ ସମାଜ" ଗଠନ କରାଯାଇଥିଲା । ଏଯାବତ ମନ୍ଦିର ପରିଚାଳନାର ଦାୟିତ୍ୱ "ଜଗନ୍ନାଥ ସମାଜ" ଉପରେ ନ୍ୟସ୍ତ ଅଛି ।[] ମନ୍ଦିର ବାହାରେ ଏକ ଛାପାଖାନା ଅଛି । ଉଦୟନ୍ତୁ ନାମକ ଏକ ପତ୍ରିକା ଏଠାରୁ ରଥଯାତ୍ରା ଓ କାର୍ତ୍ତିକ ପୂର୍ଣ୍ଣିମା ବେଳେ ଛପାଯାଏ । ପତ୍ରିକାଟି ଓଡ଼ିଆ, ହିନ୍ଦୀଇଂରାଜୀ ଭାଷାରେ ପ୍ରକାଶ କରାଯାଏ ।

Remove ads

ଇତିହାସ

୬୦ଦଶକର ଶେଷଭାଗକୁ ବନ୍ଦର ସହର ପାରାଦୀପରେ ଟାଉନସିପ ପ୍ରତିଷ୍ଠିତ ହୋଇଥିଲା । "ପଦ୍ମଚରଣ ତ୍ରିପାଠୀ" ନାମକ ବ୍ୟକ୍ତିଙ୍କୁ ମଧୁବନରେ ଏକ ସର୍ବଧର୍ମ ସମନ୍ୱୟ କ୍ଷେତ୍ର ପ୍ରତିଷ୍ଠା କରେଇବାକୁ ସ୍ୱପ୍ନାଦେଶ ହୋଇଥିଲା । ପଦ୍ମଚରଣ, ତାଙ୍କର ବହୁ ସାଥି ଓ ବନ୍ଦରରେ କାମ କରୁଥିବା କିଛି ବ୍ୟକ୍ତିବିଶେଷ ଜଗନ୍ନାଥ ମନ୍ଦିରଟିଏ ନିର୍ମାଣ କରିବାକୁ ଇଚ୍ଛାପ୍ରକାଶ କଲେ । ଜାତିଧର୍ମ ନିର୍ବିଶେଷରେ ପାରାଦୀପ ପୋର୍ଟ ଟ୍ରଷ୍ଟର ସମସ୍ତ କର୍ମଚାରୀ ଏହି ମନ୍ଦିର ନିର୍ମାଣ ପାଇଁ ଅର୍ଥଦାନ କରିଥିଲେ । ଜଗନ୍ନାଥ ମନ୍ଦିରଟି ୧୯୭୨ ମସିହାରେ ପ୍ରତିଷ୍ଠିତ ହୋଇଥିଲା । ୧୯୭୪ ମସିହାରେ ରାଜ୍ୟ ସରକାରଙ୍କ ଦେବୋତ୍ତର ବିଭାଗଦ୍ୱାରା ମନ୍ଦିରଟିକୁ ତାଲିକାଭୁକ୍ତ କରାଯାଇଥିଲା ।[]

Remove ads

ଆଧାର

Loading related searches...

Wikiwand - on

Seamless Wikipedia browsing. On steroids.

Remove ads