ଜଗନ୍ନାଥ ମନ୍ଦିର, ରାଞ୍ଚି

ଏହା ଓଡିଶାର ଏକ ସର୍ବପୁରାତନ ମନ୍ଦିର ଅଟେ From Wikipedia, the free encyclopedia

ଜଗନ୍ନାଥ ମନ୍ଦିର, ରାଞ୍ଚି
Remove ads

ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିର ଧୁର୍ୱରେ ଥିବା ଏହି ଜଗନ୍ନାଥ ମନ୍ଦିରକୁ ବରକାଗଡ଼ ଜଗନ୍ନାଥପୁରର ରାଜା ଠାକୁର ଅନିନାଥ ସିଂହଦେଓ ୧୬୯୧ମସିହାରେ ନିର୍ମାଣ କରିଥିଲେ । ନିର୍ମାଣ କାର୍ଯ୍ୟ ୧୬୯୧ ମସିହା ଖ୍ରୀଷ୍ଟମାସ ଦିନ ସମାପ୍ତ ହୋଇଥିଲା ।  [] ମନ୍ଦିରଟି ମୁଖ୍ୟ ସହରଠାରୁ ପ୍ରାୟ ୧୦କିମି ଦୂରତାରେ ଅବସ୍ଥିତ । ଏହା ଏକ ପର୍ବତଚୂଡାରେ ନିର୍ମିତ ।[][]

Quick facts ଜଗନ୍ନାଥ ମନ୍ଦିର, ରାଞ୍ଚି, Religion ...

ଏହି ମନ୍ଦିରଟି ଆକାରରେ କ୍ଷୁଦ୍ର ହେଲେ ମଧ୍ୟ ପୁରୀ ଜଗନ୍ନାଥ ମନ୍ଦିର ଢାଞ୍ଚାରେ ନିର୍ମାଣ କରାଯାଇଛି ।  ମନ୍ଦିରରେ ପ୍ରତିବର୍ଷ ରଥଯାତ୍ରା ମହାସମାରୋହରେ ପାଳନ କରାଯାଏ । ରାଞ୍ଚି [] ତଥା ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଏହି ରଥଯାତ୍ରରେ ଅଂଶଗ୍ରହଣ କରିଥାନ୍ତି ।[][]

ଏହି ମନ୍ଦିରଟି ଏକ ପର୍ବତଚୂଡାରେ ଅବସ୍ଥିତ । ମନ୍ଦିରକୁ ଯିବା ପାଇଁ ଗୋଟିଏ ପାହାଡ଼ କଟା ହୋଇ ତିଆରି କରାଯାଇଥିବା ପାହାଚ ଚଢା ରାସ୍ତା ଓ ଆଉଗୋଟିଏ ଗାଡିମଟର ଯିବା ଭଳି ରାସ୍ତା ରହିଛି । ପାହାଡ଼ ଚଢା ରାସ୍ତାରେ ଥିବା ବଡ଼ ବଡ଼ ଗଛଛାଇ ଯାତ୍ରୀମାନଙ୍କ କ୍ଲିଷ୍ଟ ନିବାରଣ କରିଥାଏ । ପର୍ବତ ଉପରୁ ରାଞ୍ଚି ସହରର ଦୃଶ୍ୟ ଅତି ମନରୋମ ହୋଇଥାଏ ।[]

୧୯୯୦ ମସିହା ଅଗଷ୍ଟ ୬ତାରିଖରେ ମନ୍ଦିରଟି ଭୂଷୁଡି ପଡିଥିଲା । ତତ୍କାଳୀନ ବିହାର ରାଜ୍ୟ ସରକାର ଓ ଭକ୍ତମାନଙ୍କ ସହାୟତାରେ ୧୯୯୨ ଫେବୃଆରୀ ୮ତାରିଖରେ ମନ୍ଦିର ପୁଣି ପୁନଃନିର୍ମିତ ହୋଇପାରିଥିଲା ।  []

Remove ads

ଚିତ୍ର ଗ୍ୟାଲେରି

ଆଧାର

Loading related searches...

Wikiwand - on

Seamless Wikipedia browsing. On steroids.

Remove ads