ନର୍ଏପିନେଫ୍ରିନ
From Wikipedia, the free encyclopedia
Remove ads
ନର୍ଏପିନେଫ୍ରିନ ବା ଏନଇ (Norepinephrine (NE), ଅନ୍ୟ ନାମ ନରଆଡ୍ରେନାଲିନ/ noradrenaline (NA), କାଟେକୋଲାମିନ (catecholamine) ପରିବାରର ଏକ ଜୈବିକ ରାସାୟନିକ ପଦାର୍ଥ ଯାହା ମସ୍ତିଷ୍କ ଓ ଶରୀରରେ ଏକ ହରମୋନ (hormone) ଓ ନିଉରୋଟ୍ରାନ୍ସମିଟର (neurotransmitter) କାମ କରେ । ନରଆଡ୍ରେନାଲିନ ନାମଟି ଲାଟିନ ଭାଷାରୁ ନିଆଯାଇଛି ଯାହାର ଅର୍ଥ ବୃକ୍କ ପାଖରେ, ଓ ଏହା ସାଧାରଣତଃ ସଂଯୁକ୍ତ ରାଷ୍ଟ୍ରରେ ବ୍ୟବହୃତ ହୁଏ; ଯୁକ୍ତରାଷ୍ଟ ଆମେରିକାରେ ତାହାକୁ ନର୍ଏପିନେଫ୍ରିନ କୁହାଯାଏ ଓ ସେହି ଶବ୍ଦ ଗ୍ରୀକ୍ ଭାଷାରୁ ନିଆଯାଇଛି ଓ ସମାନ ଅର୍ଥବୋଧକ ଅଛି ।[୧] "ନର୍ଏପିନେଫ୍ରିନ" ନାମଟି ସମାନ ନାମରେ ନର୍ଏପିନେଫ୍ରିନ (ଔଷଧ) ଭାବରେ ମଧ୍ୟ ପ୍ରସ୍ତୁତ ହେଉଛି ।[୨] ନାମ ନିର୍ବିଶେଷରେ ଏହା ଶରୀରରେ ପ୍ରସ୍ତୁତ ହୁଏ ଓ ଏହାଦ୍ୱାରା ପ୍ରଭାବିତ ହୁଏ, ତେଣୁ ଏହାକୁ ନରଆଡ୍ରେନର୍ଜିକ (noradrenergic) ନାମ ଦିଆଯାଇଛି ।
ଶରୀର ଓ ମସ୍ତିଷ୍କକୁ ନର୍ଏପିନେଫ୍ରିନ କ୍ରିୟାଶୀଳ କରିଦିଏ । ଶୟନ ସମୟରେ ନର୍ଏପିନେଫ୍ରିନ ସବୁଠାରୁ କମ୍ ନିର୍ଗତ ହୁଏ ଓ ଶୟନରୁ ଜାଗିଲା ବେଳେ, ଚାପ ଓ ବିପଦ ସମୟରେ ସର୍ବାଧିକ ନିର୍ଗତ ହୁଏ ଯାହାକୁ 'ପଳାୟନ-ଯୁଦ୍ଧ ପ୍ରତିକ୍ରିୟା' କୁହାଯାଏ । ନର୍ଏପିନେଫ୍ରିନ ମସ୍ତିଷ୍କରେ କାମ ଉତ୍ତେଜନା ଓ ଜାଗରୁକତା ବୃଦ୍ଧି କରେ, ସତର୍କତା ସୃଷ୍ଟି କରେ, ସ୍ମରଣଶକ୍ତି ଅଧିକ ଓ ପୁନସ୍ଥାପନ କରେ, ଧ୍ୟାନ କେନ୍ଦ୍ରିଭୂତ କରେ ଓ ତାହା ସହିତ ଅସ୍ଥିରତା ଓ ଉତ୍କଣ୍ଠା ମଧ୍ୟ ଅଧିକ କରାଏ । ଦେହାର ଅନ୍ୟାନ୍ୟ ସ୍ଥାନରେ ନର୍ଏପିନେଫ୍ରିନ ଯୋଗୁ ହୃତ୍ପିଣ୍ଡ ଗତିହାର, ରକ୍ତ ଚାପ ଅଧିକ ହୁଏ, ଶକ୍ତି ଭଣ୍ଡାରରୁ ଗ୍ଲୁକୋଜ ନିର୍ଗତ ହୁଏ, ସ୍କେଲିଟାଲ ପେଶୀକୁ ରକ୍ତ ସରବରାହ ଅଧିକ ହୁଏ, ପାକଅନ୍ତନାଳୀ ପ୍ରଣାଳୀକୁ ରକ୍ତ ସ୍ରୋତ କମିଯାଏ ଓ ତାହାର ଚଳନ କ୍ରିୟା ମଧ୍ୟ କମିଯାଏ, ମୂତ୍ରାଶୟରୁ ମୂତ୍ର ନିଷ୍କାସନ ପରିମାଣ କମିଯାଏ ।
ମସ୍ତିଷ୍କରେ ଥିବା ନିଉକ୍ଲିଅସରୁ ନରଆଡ୍ରେନାଲିନ ପ୍ରସ୍ତୁତ ହୁଏ, ଯାହାର ମସ୍ତିଷ୍କର ଅନ୍ୟାନ୍ୟ ସ୍ଥାନମାନଙ୍କରେ ଶକ୍ତିଶାଳୀ ପ୍ରଭାବ ପଡ଼ିଥାଏ । ଏହିଭଳି ନିଉକ୍ଲିଅସମାନଙ୍କ ମଧ୍ୟରୁ 'ଲୋକସ ସେରୁଲିଅସ' ଏକ ଗୁରୁତ୍ତ୍ୱପୁର୍ଣ୍ଣ ନିଉକ୍ଲିଅସ ଯାହା ପନ୍ସରେ ଥାଏ । ମସ୍ତିଷ୍କ ବାହାରେ ମେରୁଦଣ୍ଡ ପାଖରେ ସିମ୍ପାଥେଟିକ ଗାଙ୍ଗ୍ଲିଅନରୁ ଏକ ନିଉରୋଟ୍ରାନ୍ସମିଟର ଭାବରେ ନର୍ଏପିନେଫ୍ରିନ କାମ କରିଥାଏ । ଏହା ଆବଡୋମେନରେ ଥିବା ଆଡ୍ରେନାଲିନ ଗ୍ରନ୍ଥିରୁ ନିର୍ଗତ ହୋଇ ରକ୍ତସ୍ରୋତରେ ମିଶିଯାଏ । ଜୀବକୋଷର ପୃସ୍ଠଦେଶରେ ଥିବା ଆଡ୍ରେନର୍ଜିକ ରିସେପ୍ଟର ସହିତ ନର୍ଏପିନେଫ୍ରିନ ସଂଯୁକ୍ତ ହୋଇଯାଏ ଅଥବା ତାହାକୁ ସକ୍ରିୟ କରିଦିଏ ।
ଆଡ୍ରେନାଲିନ ପ୍ରଣାଳୀକୁ ପରିବର୍ତ୍ତନ କରି ବିଭିନ୍ନ ଧରଣର ବିଶିଷ୍ଟ ଔଷଧ ପ୍ରସ୍ତୁତ କରାଯାଉଛି । ଗମ୍ଭୀର ରୂପରେ ନିମ୍ନ ରକ୍ତଚାପ ଥିଲେ ନର୍ଏପିନେଫ୍ରିନ (ଔଷଧ) ଔଷଧ ଦିଆଯାଏ । ରିସେପ୍ଟର ଉପରେ ନରାଆଡ୍ରେନାଲିନର ପ୍ରଭାବକୁ ବିଟା ବ୍ଲକର (Beta blockers) ଅବରୋଧ କରିଦିଏ ଓ ସେଥିନିମନ୍ତେ ଗ୍ଲକୋମା, ଅଧକପାଳି ଓ ଅନେକ ଗୁଡ଼ିଏ ହୃତ୍ପିଣ୍ଡ-ରକ୍ତନାଳୀ ସମସ୍ୟାଗୁଡ଼ିକରେ ଏହା ଦିଆଯାଏ । ଆଲଫାବ୍ଲକର (Alpha blockers) ଏକ ଭିନ୍ନ ଦଳର ନରଆଡ୍ରନାଲିନ ପ୍ରଭାବକୁ ଅବରୋଧ କରେ ଯାହା ଯୋଗୁ କେତେକ ମାନସିକ ରୋଗ ଓ ହୃତ୍ପିଣ୍ଡ-ରକ୍ତନାଳୀ ରୋଗମାନଙ୍କର ଚିକିତ୍ସା ସମ୍ଭବ ହୁଏ । ଅନେକ ମହତ୍ତ୍ୱପୂର୍ଣ୍ଣ ମନରୋଗ ଔଷଧମାନଙ୍କର ନରଆଡ୍ରେନାଲିନ ପ୍ରଣାଳୀ ଉପରେ ଗମ୍ଭୀର ପ୍ରଭାବ ରହୁଥିବା ଫଳରେ ଅନେକ ପାର୍ଶ୍ୱପ୍ରତିକ୍ରିୟା ସୃଷ୍ଟି ହୁଏ ଯାହା ଯୋଗୁ ଉପକାର ବା ବିପତ୍ତି ମଧ୍ୟ ମିଳିପାରେ ।
Remove ads
ସ୍ତନ୍ୟପାୟୀ ପ୍ରାଣୀମାନଙ୍କ ଦେହରେ ନର୍ଏପିନେଫ୍ରିନର ଅଧଃକ୍ରିୟା ହୋଇ ଅନେକ ମେଟାବୋଲାଇଟରେ (metabolite) ପରିଣତ ହୋଇଯାଏ । ପ୍ରଥମ ସୋପାନରେ ମୋନୋଆମିନୋ ଅକ୍ସିଡଜ (monoamine oxidase) ବା କାଟେକଲ-ଓ-ମିଥାଇଲ ଟ୍ରାନ୍ସଫରେଜ (COMT) ଭଳି ଏଞ୍ଜାଇମଦ୍ୱାରା କାଟାଲାଇଜ ହୁଏ ।[୩] ତାହା ପରେ ଅନେକ ଗୁଡ଼ିଏ ରାସ୍ତା ମାଧ୍ୟମରେ ଭାଙ୍ଗିବା କାମ ଜାରି ରହେ । ଅବଶେଷରେ ଏହା ଭାନିଲିଲମାଣ୍ଡେଲିକ ଏସିଡ (Vanillylmandelic acid) ବା କଞ୍ଜୁଗେଟେଡ ୩-ମେଥୋକ୍ସି-୪-ହାଇଡ୍ରୋକ୍ସିଫିନାଇଲଏଥିଲିନ ଗ୍ଲାଇକଲ (MHPG|) ପ୍ରସ୍ତୁତ ହୁଏ ଯାହା ଏକ ନିଷ୍କ୍ରିୟ ପଦାର୍ଥ ଓ ମୁତ୍ର ସାଥିରେ ଦେହରୁ ନିଷ୍କାସିତ ହୋଇଯାଏ । [୪]

Remove ads
ଆଧାର
Wikiwand - on
Seamless Wikipedia browsing. On steroids.
Remove ads