ନିଫେଡିପିନ
From Wikipedia, the free encyclopedia
Remove ads
ନିଫେଡିପିନ, ଅନ୍ୟ ନାମ ଅଦାଲତ, ଏକ ଔଷଧ ଯାହା ଆଞ୍ଜାଇନା, ଉଚ୍ଚ ରକ୍ତଚାପ, ରେନଡ ଫେନୋମେନନ୍ ରୋଗମାନଙ୍କରେ ଓ ଅସମୟ ପ୍ରସବ (premature labour) ଅବସ୍ଥାରେ ବ୍ୟବହାର କରାଯାଏ । [୧] ପ୍ରିଞ୍ଜମେଟାଲ ଆଞ୍ଜାଇନା ରୋଗରେ ଏହା ପସନ୍ଦତମ ଚିକିତ୍ସା ।ଗର୍ଭାବସ୍ଥାରେ ସାଂଘାତିକ ଉଚ୍ଚ ରକ୍ତଚାପ ରୋଗରେ ଏହା ବ୍ୟବହାର କରାଯାଇପାରେ । ଅସମୟ ପ୍ରସବ ଯନ୍ତ୍ରଣା ଆରମ୍ଭରେ ଏହା ଦେଲେ କର୍ଟିକୋସ୍ଟିରଏଡ ଦେଇ ଶିଶୁର ଫୁସଫୁସ ଅବସ୍ଥରେ ଉନ୍ନତି ଆଣି ପ୍ରସୂତିକୁ ଏକ ଉପଯୁକ୍ତ ଅନୁଷ୍ଠାନକୁ ନେଇଯିବାକୁ ସମୟ ମିଳେ । ନିଫେଡିପିନ ପାଟିରେ ଦିଆଯାଏ ଓ ଏହା ଦୁଇ ଆକାରରେ ମିଳେ ଯଥା: ଧୀର ଓ ଦୃତ କାର୍ଯ୍ୟକାରୀ । [୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ହାଲୁକା ମୁଣ୍ଡ, ମୁଣ୍ଡବଥା, ଥକ୍କା, ଗୋଡ଼ ଫୁଲା, କାଶ ଓ ଛୋଟ ଶ୍ୱାସକ୍ରିୟା ଇତ୍ୟାଦି ଦେଖାଯାଏ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ନିମ୍ନ ରକ୍ତଚାପ ଓ ହୃଦ୍ପାତ ହୋଇପାରେ ।[୧] ଗର୍ଭାବସ୍ଥାରେ ଏହା ନିରାପଦ ଥିବା ଅସମର୍ଥିତ ପ୍ରମାଣ ମିଳେ ତେଣୁ ଏହା ଦିଆଯାଏ ନାହିଁ ।[୨] ଏହା ଡାଇହାଇଡ୍ରୋପାଇରିଡିନ ଟାଇପର କ୍ୟାଲସିଅମ ଚ୍ୟାନେଲ ବ୍ଲକର ।[୧]
ସନ ୧୯୬୯ରେ ନିଫେଡିପିନ ଆବିଷ୍କୃତ ହୋଇ ସନ ୧୯୮୧ରେ ଯୁକ୍ତରାଷ୍ଟ୍ର ଆମେରିକାରେ ବ୍ୟବହାର ନିମନ୍ତେ ସ୍ୱିକୃତି ପାଇଲା ।[୩][୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ । [୧] ଧୀରେ କାମ କରୁଥିବା ଔଷଧର ହୋଲସେଲ ମୁଲ୍ୟ ମାସକୁ ପ୍ରାୟ ୧.୯୦ରୁ ୩.୮୦ ଆମେରିକୀୟ ଡଲାର । [୫] ଯୁକ୍ତରାଷ୍ଟ୍ର ଆମେରିକାରେ ଏକ ମାସର ଖର୍ଚ୍ଚ ପ୍ରାୟ ୪୦ରୁ ୬୦ ଡଲାର ।[୧]
Remove ads
ଆଧାର
Wikiwand - on
Seamless Wikipedia browsing. On steroids.
Remove ads