ନିମ୍ବ
From Wikipedia, the free encyclopedia
Remove ads
ନିମ୍ବ ବା ଲିମ୍ବ ଏକ ଦ୍ରୁମ ଜାତୀୟ ଉଦ୍ଭିଦ। ଏହା ଭାରତରେ ପ୍ରାୟ ସବୁସ୍ଥାନରେ ଦୃଷ୍ଟି ଗୋଚର ହୁଏ ।
Remove ads
ଭାରତୀୟ ପ୍ରାଦେଶିକ ଭାଷା ନାମାବଳୀ
ଶାସ୍ତ୍ରୋକ୍ତ ଗୁଣ
ଏହା ତିକ୍ତରସ, ଶୀତବୀର୍ଯ୍ୟ, ଧାରକ, କାମ ନିବାରକ, ଜ୍ୱର, ତୃଷ୍ଣା, କଣ୍ଡୁ, କ୍ଷତ, ବ୍ରଣ, କୁଷ୍ଠ, ବାୟୁ, ଶ୍ଳେଷ୍ମ, ବିସର୍ପ, କୃମି, କାଶ, ଅର୍ଶ, ପିତ୍ତବିକାର, ରକ୍ତବିକୃତି, ବମନ, ଯାବତୀୟ ଚର୍ମରୋଗ, ଅରୁଚି, ଦଦ୍ରୁ ନିବାରକ ଅଟେ।
ବ୍ୟବହାର
ଅତି ଗୁଣକାରୀ ବନୌଷଧୀମାନଙ୍କ ଭିତରୁ ନିମ୍ବ ଅନ୍ୟତମ । ଏହି ଗଛର ସବୁ ଅଂଶ ଔଷଧି ରୂପେ ବ୍ୟବହାର କରାଯାଏ[୧] । ଶ୍ରୀ ଲକ୍ଷ୍ମଣ ମିଶ୍ରଙ୍କ ମତରେ ଏହାର ପତ୍ରକୁ ବିଷୁବ ସଂକ୍ରାନ୍ତି ଦିନ ସେବନ କଲେ ବର୍ଷସାରା ଚର୍ମରୋଗ ହେବାର ଭୟ ରହେ ନାହିଁ । ନିମ୍ବତେଲ ଅନେକ ପ୍ରକାରର ଚର୍ମରୋଗରେ ବ୍ୟବହାର କରାଯାଏ । ଘରର ଯେ କୌଣସି ଦିଗରେ ବିଶେଷ କରି ଦକ୍ଷିଣ ପାଖରେ ଏ ଗଛ ରହିଲେ ଘରେ ସମସ୍ତଙ୍କ ଦେହ ଭଲରହେ ବୋଲି ମାନ୍ୟତା ରହିଛି । ବସନ୍ତ ଋତୁ ଆଗରୁ ନିମ୍ବକଢ଼ର ଭଜା ଖାଇଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢେ ।
ବିଶେଷ ନିମ୍ବ ଗଛରୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ମହାପ୍ରଭୁ ମାନଂକ ନବକଳେବର ବେଳେ ଦାରୁ ଆସିଥାଏ, ଯେଉଁଥିରୁ ନୂଆ ମୂର୍ତ୍ତି ମାନ ତିଆରି କରାଯାଇଥାଏ[୨] ।
ଗ୍ୟାଲେରି
- ନିମ୍ବ ଗଛରେ ଗୁଣ୍ଡୁଚି
- ନିମ୍ବ ଫୁଲ
- ନିମ୍ବ ଗଣ୍ଡି
- ନିମ୍ବ ଗଛ
- ନିମ୍ବ ଫୁଲ
- ନିମ୍ବ ଫୁଲ ଫୁଟିଥିବା ଗଛ
- ନିମ୍ବ ଫୁଲ
- ନିମ୍ବ ଫୁଲ
- Azadirachta indica - Museum specimen

ଉଇକିମିଡ଼ିଆ କମନ୍ସରେ ନିମ୍ବ
ବାବଦରେ ମାଧ୍ୟମ ରହିଛି ।
ବାହାର ଆଧାର
- ବନୌଷଧି ବିଜ୍ଞାନ. କୃଷ୍ଣବ୍ରହ୍ମା ଶତପଥି
- ଅନୁଭୂତ ଯୋଗମାଳା ବା ସହଜ ଚିକିତ୍ସା. ଲକ୍ଷ୍ମଣ ମିଶ୍ର
ଆଧାର
Wikiwand - on
Seamless Wikipedia browsing. On steroids.
Remove ads