ମଧୁମେହ ଟାଇପ ୧
From Wikipedia, the free encyclopedia
Remove ads
ମଧୁମେହ ଟାଇପ ୧ (ଇଂରାଜୀ ଭାଷାରେ Diabetes mellitus type 1 ବା type 1 diabetes) ଏକ ପ୍ରକାର ମଧୁମେହ ରୋଗ ଯେଉଁଥିରେ ଯଥେଷ୍ଟ ଇନସୁଲିନ ତିଆରି ହୁଏନାହିଁ ।[୪] ଇନସୁଲିନ ଅଭାବ ଯୋଗୁ ରକ୍ତ ଶର୍କରା ସ୍ତର ବୃଦ୍ଧି ପାଏ ।[୧] ବାରମ୍ବାର ପରିଶ୍ରା କରିବା), ଅଧିକ ଶୋଷ ହେବା (increased thirst), ଅଧିକ ଭୋକ ହେବା (increased hunger) ଓ ଓଜନ ହ୍ରାସ ଇତ୍ୟାଦି ସ୍ୱାଭାବିକ ଲକ୍ଷଣ ପ୍ରକାଶ ପାଏ ।[୪] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଝାପସା ଦୃଷ୍ଟି (blurry vision), ଥକ୍କା ଲାଗିବା (feeling tired) ଓ କ୍ଷତ ବା ଘାଆ ଶୁଖିବାରେ ଡେରି ହୁଏ ।[୨] ଅଳ୍ପ ଦିନ ମଧ୍ୟରେ ଏହି ଲକ୍ଷଣ ଗୁଡ଼ିକ ପ୍ରକାଶ ପାଏ । [୧]
ଅଦ୍ୟାବଧି ମଧୁମେହ ଟାଇପ ୧ ରୋଗର କାରଣ ଅଜ୍ଞାତ ଅଛି ।[୪] ପରିବେଶ ଓ ଜେନେଟିକ କାରଣ ଯୋଗୁ ଏହି ରୋଗ ହେଉଥିବା ବିଶ୍ୱାସ କରାଯାଏ ।[୧] ପରିବାର ସଦସ୍ୟଙ୍କ ମଧ୍ୟରୁ ଜଣକର ଏ ରୋଗ ଥିଲେ ଅନ୍ୟମାନଙ୍କର ସଙ୍କଟ ରହେ ।[୫] ଅଟୋଇମ୍ମ୍ୟୁନିଟି (autoimmune) କାରଣରୁ ଅଗ୍ନାଶୟ ମଧ୍ୟରେ ଥିବା ବିଟା ଜୀବକୋଷ ନଷ୍ଟ ହେବା ଯୋଗୁ ଏହା ହୁଏ ।[୨] ରକ୍ତରେ ଥିବା ରକ୍ତ ଶର୍କରା ସ୍ତର ବା ଏ୧ସି (A1C) ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ ।[୬][୫] ଅଟୋଆଣ୍ଟିବଡି (autoantibody) ପରୀକ୍ଷା କରି ମଧୁମେହ ଟାଇପ ୨ ରୋଗରୁ ପୃଥକ୍ କରାଯାଏ । [୫]
ଟାଇପ ୧ ମଧୁମେହ ନିମନ୍ତେ କୌଣସି ପ୍ରତିଷେଧ ବ୍ୟବସ୍ଥା ନାହିଁ ।[୪] ବଞ୍ଚିବା ନିମନ୍ତେ ସ୍ୱାଭାବିକ ଭାବରେ ଇନସୁଲିନ ଚିକିତ୍ସା ଆବଶ୍ୟକ ହୁଏ ।[୧] ଇନସୁଲିନ ଠିକ ଚର୍ମ ତଳେ ଇଞ୍ଜେକସନ ଆକାରରେ ଦିଆଯାଏ ବା ଇନସୁଲିନ ପମ୍ପ insulin pump ସାହାଯ୍ୟରେ ଦିଆଯାଏ ।[୭] ଏହାର ଚିକିତ୍ସାରେ ମଧୁମେହ ଖାଦ୍ୟ (diabetic diet ଓ ବ୍ୟାୟାମ ଅତି ଆବଶ୍ୟକ ହୁଏ ।[୨] ଚିକିତ୍ସିତ ନ ହେଲେ ଅନେକ ଜଟିଲାତା ପ୍ରକାଶ ପାଏ ।[୪] ଶୀଘ୍ର ହେଉଥିବା ଜଟିଳ ଅବସ୍ଥା: ମଧୁମେହ କିଟୋଏସିଡୋସିସ (diabetic ketoacidosis) ଓ ନନ୍ କିଟୋଟିକ ହାଇପରଅସମୋଲାର କୋମା (nonketotic hyperosmolar coma ନାମ ଉଲ୍ଲେଖନୀୟ ।[୫] ହୃଦରୋଗ, ସ୍ଟ୍ରୋକ, ବୃକ୍କ ଫେଲ, ପାଦ ଘାଆ ଓ ମଧୁମେହ ରେଟିନୋପାଥି ଇତ୍ୟାଦି ଦୀର୍ଘକାଳୀନ ଜଟିଳ ରୋଗ ହୋଇପାରେ । [୪] ଅଧିକନ୍ତୁ, ଅତ୍ୟଧିକ ଇନସୁଲିନ ଦେବାଯୋଗୁ ସ୍ୱଳ୍ପ ରକ୍ତଶର୍କରା ଜନିତ ଜଟିଳତା ସୃଷ୍ଟି ହୁଏ ।[୫]
ସମସ୍ତ ମଧୁମେହ ରୋଗର ୫ରୁ ୧୦% ଟାଇପ ୧ ମଧୁମେହ ରୋଗ ।[୮] ପୃଥିବୀରେ ଏହି ରୋଗ ପୀଡ଼ିତ ଲୋକ ସଂଖ୍ୟା ଅଜ୍ଞାତ ଅଛି, ଯଦିଓ ହିସାବରୁ ଦେଖାଯାଏ, ୮୦,୦୦୦ପିଲାଙ୍କୁ ପ୍ରତିବର୍ଷ ଏହି ରୋଗ ହେଉଛି ।[୫] କେବଳ ଯୁକ୍ତରାଷ୍ଟ୍ର ଆମେରିକାରେ ୧ରୁ ୩ ନିୟୁତ ଲୋକଙ୍କର ଏହି ରୋଗ ଥିବା ହିସାବରୁ ଜଣାଯାଏ ।[୫][୯] ନୂଆ ରୋଗ ହେବା ହାର ଦେଶ ଅନୁଯାୟୀ ପୃଥକ୍ ହୁଏ: ପ୍ରତି ଏକ ଲକ୍ଷ ଲୋକରେ ପୂର୍ବ ଏସିଆ ଓ ଲାଟିନ ଆମେରିକାରେ ଜଣେ, ସ୍କାଣ୍ଡିନେଭିଆ ଓ କୁଏଟରେ ୩୦ ଜଣଙ୍କୁ ନୂଆ ରୋଗ ହୁଏ ।[୧୦][୧୧] ପିଲା ଦିନରୁ ଓ ଅଳ୍ପ ବୟସ୍କ ଯୁବାବସ୍ଥାରୁ ଏହି ରୋଗ ଆରମ୍ଭ ହୁଏ ।[୧]
Remove ads
ଆଧାର
Wikiwand - on
Seamless Wikipedia browsing. On steroids.
Remove ads