ଲିଉକେମିଆ

From Wikipedia, the free encyclopedia

ଲିଉକେମିଆ
Remove ads

ଲିଉକେମିଆ (ଆମେରିକିୟ ଇଂରାଜୀରେ Leukemia ଓ ଇଂଲିସ ଇଂରାଜୀରେ leukaemia) ଏକ କର୍କଟ ଦଳର ନାମ ଯାହା ଅସ୍ଥିମଜ୍ଜାରେ ଆରମ୍ଭ ହୁଏ ଓ ଏହା ଯୋଗୁ ଶ୍ୱେତ ରକ୍ତ କଣିକା ସଂଖ୍ୟ ବଢ଼ିଯାଏ । [] ଏହି ରକ୍ତ କଣିକାଗୁଡ଼ିକ ସମ୍ପୁର୍ଣ୍ଣଭାବେ ତିଆରି ହୋଇ ନ ଥାଆନ୍ତି, ତେଣୁ ଏମାନଙ୍କର ନାମ ପ୍ରିକର୍ସର ଜୀବକୋଷ ବା ବ୍ଲାଷ୍ଟ ଜୀବକୋଷ ବା ଲିଉକେମିଆ ଜୀବକୋଷ ଦିଆଯାଇଥାଏ ।[] ରକ୍ତସ୍ରାବ ଅସୁବିଧା, ଥକ୍କାଣଜ୍ୱର ହୁଏ ତ‌ଥା ସଂକ୍ରମଣ ସଂକଟ ଅଧିକ ରହେ । [] ସାଧାରଣ ରକ୍ତ କଣିକା ଅଭାବ ହେତୁ ଏହ ଲକ୍ଷଣ ସମୂହ ପ୍ରକାଶ ପାଏ । [] ରକ୍ତ ପରୀକ୍ଷାଅସ୍ଥି ମଜ୍ଜା ବାୟୋପ୍ସିଦ୍ୱାରା ଏହି ରୋଗ ନିର୍ଣ୍ଣୟ କରାଯାଏ । []

Quick facts ଲିଉକେମିଆ, ବିଭାଗ ...

ଲିଉକେମିଆର ନିର୍ଦ୍ଦିଷ୍ଟ କାରଣ ଅଜଣା ଥିଲେ ମଧ୍ୟ ଜେନେଟିକ ଓ ପରିବେଶ ପ୍ରଭାବ ଯୋଗୁ ଏହା ହେବା ବିଶ୍ୱାସ କରାଯାଏ ।[] ଏହାର ସଙ୍କଟ ସୃଷ୍ଟିକାରୀ ଅବସ୍ଥା ମଧ୍ୟରେ ଧୁମ୍ରପାନ, ଆୟୋନାଇଜିଙ୍ଗ ରାଡିଏସନ, କେତେକ ରାସାୟନିକ ଦ୍ରବ୍ୟ ଯେପରିକି ବେଞ୍ଜିନ, ପୂର୍ବ ପ୍ରଦତ୍ତ କେମୋଥେରାପିଡାଉନ ସିଣ୍ଡ୍ରୋମ ଉଲ୍ଲେଖ୍‌ଯୋଗ୍ୟ ।[][] ଲିଉକେମିଆ ଇତିହାସ ଥିବା ପରିବାରର ସଦସ୍ୟମାନଙ୍କର ଅଧିକ ସଙ୍କଟ ଥାଏ ।[] ମୂଖ୍ୟତଃ ଚାରି ପ୍ରକାର ଲିଉକେମିଆ ଦେଖାଯାଏ; ଆକ୍ୟୁଟ ଲୋମ୍ଫୋବ୍ଳାସ୍ଟିକ ଲିଉକେମିଆ ବା ଏ.ଏଲ.ଏଲ., ଆକ୍ୟୁଟ ମାୟେଲଏଡ ଲିଉକେମିଆ ବା ଏ.ଏମ.ଏଲ., କ୍ରନିକ ଲିମ୍ଫୋସାଇଟିକ ଲିଉକେମିଆ ସି.ଏଲ.ଏଲ. ଓ କ୍ରନିକ ମାୟେଲଏଡ ଲିଉକେମିଆ ବା ସି.ଏମ.ଏଲ. ସ‌ହିତ କେତେକ ବିରଲ ଟାଇପର ଲିଉକେମିଆ ମଧ୍ୟ ଦେଖାଯାଏ ।[][] ଲିଉକେମିଆ ଏକ ବଡ଼ ଅର୍ବୁଦ ଦଳର ଏକ ଅଂଶ ଯାହା ରକ୍ତ, ଅସ୍ଥି ମଜ୍ଜା, ଲିମ୍ଫାଟିକ ସିସ୍ଟମକୁ ନେଇ ଗଢ଼ା ଓ ଯାହାର ନାମ ହେମାଟୋପଏଟିକ ଓ ଲିମ୍ଫଏଡ ସିସ୍ଟମ[][]

କେମୋଥେରାପି, ରାଡିଏସନ ଥେରାପି, ଟାର୍ଗେଟେଡ ଥେରାପିଅସ୍ଥି ମଜ୍ଜା ଟ୍ରାନ୍ସପ୍ଲାଣ୍ଟର ମିଳିତ ପଦ୍ଧତିକୁ ନେଇ ଏହାର ଚିକିତ୍ସା କରାଯାଏ । ଅଳ୍ପ କେତେକ ଲିଉକେମିଆରେ 'ଦେଖା ଓ ଅପେକ୍ଷା' ଚିକିତ୍ସା କରାଯାଏ । [] ରକ୍ତ କିମ୍ବା ପ୍ଲାଟେଲେଟ ଟ୍ରାନ୍ସଫ୍ୟୁଜନ ସ‌ହ ଯନ୍ତ୍ରଣା ଚିକିତ୍ସା ଆବଶ୍ୟକ ହୁଏ । [] ପାଲିଏଟିଭ ଯତ୍ନ ସ‌ହ ବା ବିହୁନେ ଅନ୍ୟ ଚିକିତ୍ସା ଦରକାର ହୋଇପାରେ । [] ରୋଗୀର ବୟସ ଓ ଲିଉକେମିଆ ଟାଇପ ଉପରେ ଚିକିତ୍ସା ସଫଳତା ନିର୍ଭର କରେ । ବିକଶିତ ଦେଶମାନଙ୍କରେ ଫଳାଫଳ ଉନ୍ନତି କରୁଛି । [] ହାରାହାରି ପାଞ୍ଚବର୍ଷିଆ ଆୟୁଷ ହାର ଆମେରିକାରେ ୫୭ % । [] ପନ୍ଦର ବର୍ଷରୁ କମ ପିଲାଙ୍କର ପାଞ୍ଚବର୍ଷିଆ ଆୟୁଷ ହାର ଲିଉକେମିଆର ଟାଇପ ନେଇ ୬୦ରୁ ୮୫ %ରୁ ଅଧିକ ହୋଇପାରେ । [୧୦] ଆକ୍ୟୁଟ ଲିଉକେମିଆରୁ ଲୋକ ପାଞ୍ଚ ବର୍ଷ ରୋଗମୁକ୍ତ ହୋଇଥିଲେ ଏହା ଆଉଥରେ ହେବା ସମ୍ଭାବନା କମ ।[୧୦]

ସନ ୨୦୧୨ରେ ୩୫୨,୦୦୦ ଲୋକଙ୍କୁ ଲିଉକେମିଆ ହୋଇ ୨୬୫,୦୦୦ ମୃତ୍ୟୁ ହୋଇଥିଲା ।[] ପିଲାଙ୍କର କର୍କଟ ମଧ୍ୟରେ ଏହା ଅତି ସାଧାରଣ ଓ ଦୁଇ ତୃତୀୟାଂସ ପିଲା ଏ.ଏଲ.ଏଲ. ଅନ୍ତର୍ଭୁକ୍ତ । [] ସମୁଦାୟ ଲିଉକେମିଆର ୯୦ % ବଡ଼ମାନଙ୍କୁ ହୁଏ ତ‌ଥା ସେଥିରେ ଏ.ଏମ.ଏଲ. ଓ ସି.ଏଲ.ଏଲ. ସଂଖ୍ୟା ଅଧିକ ।[] ବିକଶିତ ଦେଶମାନଙ୍କରେ ଏହା ଅଧିକ ହୁଏ । []

Remove ads

ଆଧାର

Loading related searches...

Wikiwand - on

Seamless Wikipedia browsing. On steroids.

Remove ads