ମେଦ ବହୁଳତା
From Wikipedia, the free encyclopedia
Remove ads
ମେଦ ବହୁଳତା ବା ଓବେସିଟି ଏକ ମେଡିକାଲ ରୋଗ ଯେଉଁଥିରେ ଅତ୍ୟଧିକ ଶରୀର ଚର୍ବି ଜମାହୋଇଯାଏ ଯାହା ସ୍ୱାସ୍ଥ୍ୟ ଉପରେ ପ୍ରତିକୁଳ ପ୍ରଭାବ ପକାଏ ।[୧] ଯାହାର ବଡି ମାସ ଇଣ୍ଡେକ୍ସ (ବିଏମଆଇ) (ଲୋକର ଓଜନ ହରଣ ଲୋକର ମିଟରରେ ଉଚ୍ଚତାର ବର୍ଗ) ୩୦ରୁ ଅଧିକ ଥାଏ, ତାହାକୁ ମେଦ ବହୁଳତା କୁହାଯାଏ ଓ ୨୫ରୁ ୩୦ ଭିତରେ ଥିଲେ ଅଧିଭାର କୁହାଯାଏ । [୧] କେତେକ ପୂର୍ବ ଏସିଆ ଦେଶମାନଙ୍କରେ ଏହାଠାରୁ କମ ମୂଲ୍ୟାୟନ କରନ୍ତି ।[୨] ମେଦ ବହୁଳତା ଥିଲେ ଅନେକ ରୋଗ ହେବା ସମ୍ଭାବନା ଥାଏ ଯଥା; ହୃତ୍ପିଣ୍ଡ ରୋଗ, ଡାଏବେଟିସ ୨, ଅବସ୍ଟ୍ରକ୍ଟିଭ ସ୍ଲିପ ଆପନିଆ, କେତେକ କର୍କଟ ଓ ଓଷ୍ଟିଓଆର୍ଥ୍ରାଇଟିସ ।[୩]ମେଦ ବହୁଳତାର କେତେକ ପ୍ରତିଶବ୍ଦମାନଙ୍କର ନାମ: ସ୍ଥୌଲ୍ୟତା, ମେଦୋବୃଦ୍ଧି, ସ୍ଥୁଳକାୟତ୍ତ୍ୱ, ନୁଦ୍ବୁଦ ବ୍ୟାଧି[୪]
ମେଦ ବହୁଳତା ହେବାର ଅନେକ କାରଣ ମଧ୍ୟରେ ଅତ୍ୟଧିକ ଶକ୍ତିଦାୟକ ଖାଦ୍ୟ, ଶାରୀରିକ ପରିଶ୍ରମର ଅଭାବ ଓ ଜେନେଟିକ ସମ୍ବେଦନଶୀଳତା ଉଲ୍ଲେଖନୀୟ ।[୧][୫] କେତେକ କେସ୍ରେ ଜିନ୍, ଅନ୍ତସ୍ରାବୀ ଗ୍ରନ୍ଥି ସମସ୍ୟା, ଔଷଧ ବା ମାନସିକ ବେମାରୀ ମୂଖ୍ୟ କାରଣ ହୋଇପାରେ ।[୬] କେତେକ ମତରେ ଅଳ୍ପ ଖାଦ୍ୟ ଖାଇଲେ ମଧ୍ୟ ଏହି ରୋଗ ହୁଏ, ଏ ମତବାଦର ପ୍ରମାଣ ସାଧାରଣ ଭାବରେ ଅନୁମୋଦିତ ହୁଏ ନାହିଁ ।[୭] ସାଧାରଣତଃ ମେଦ ବହୁଳ ଲୋକଙ୍କର ଶକ୍ତି କ୍ଷୟ ଅନ୍ୟମାନଙ୍କ ଅପେକ୍ଷା ଅଧିକ ହୁଏ କାରଣ ଏମାନଙ୍କର ବଡି ମାସ ନିମନ୍ତେ ଅଧିକ ଶକ୍ତି ଆବଶ୍ୟକ ହୁଏ ।[୭][୮]
ମେଦ ବହୁଳତାକୁ ସାମାଜିକ ଓ ବ୍ୟକ୍ତଗତ ପସନ୍ଦର ପରିବର୍ତ୍ତନ କରି ପ୍ରତିରୋଧ କରିହୁଏ ।[୧] ଖାଦ୍ୟ ଓ ଶାରୀରିକ ବ୍ୟାୟାମଦ୍ୱାରା ଏହାର ମୂଖ୍ୟ ଚିକିତ୍ସା କରାଯାଏ ।[୩] ଶକ୍ତି ସମ୍ପନ୍ନ ଖାଦ୍ୟ ଯେପରିକି ଚର୍ବି ଓ ଶର୍କରା ଜାତୀୟ ଖାଦ୍ୟ କମ୍ କରି ତନ୍ତୁ ଯୁକ୍ତ ଖାଦ୍ୟ ଅଧିକ ଖାଇଲେ ଖାଦ୍ୟର ଗୁଣବତ୍ତା ଉନ୍ନତ ହୁଏ ।[୧] ଉପଯୁକ୍ତ ଖାଦ୍ୟ ସହିତ ଔଷଧ ଖାଇଲେ ଖାଦ୍ୟ ରୁଚି କମିଯାଏ ବା ଚର୍ବି ଅବଶୋଷଣ କମିଯାଏ ।[୯] ଖାଦ୍ୟ, ବ୍ୟାୟାମ ଓ ଔଷଧ କାର୍ଯ୍ୟକାରୀ ନ ହେଲେ ଗ୍ୟାସ୍ଟ୍ରିକ ବେଲୁନ ବା ଅପରେଶନ କରି ପାକସ୍ଥଳୀର ଲମ୍ବ ଓ ପରିମାଣ ବା ଭଲ୍ୟୁମ କମେଇ ଦେଲେ ଶୀଘ୍ର ପେଟ ପୂର୍ଣ୍ଣ ଲାଗିବ ଓ ପୋଷକ ଅବଶୋଷଣ କମିଯିବ ।[୧୦][୧୧]
ମୃତ୍ୟୁର ଏକ କାରଣ ମେଦ ବହୁଳତାକୁ ପ୍ରତିରୋଧ କରାଯାଇ ପାରିବ । ମେଦାଳତା ଏକ ମୃତ୍ୟୁ ପ୍ରତିରୋଧକ୍ଷମ ଅବସ୍ଥା ଯାହା ପୃଥିବୀବ୍ୟାପି ବୟଃପ୍ରାପ୍ତ ଓ ପିଲାଙ୍କର ରୋଗ ହାରରେ ବୃଦ୍ଧି ଘଟୁଛି ।[୧][୧୨] ସନ ୨୦୧୪ରେ ୬୦୦ ନିୟୁତ ବୟସ୍କ (୧୩%) ଓ ୪୨ ନିୟୁତ ୫ ବର୍ଷ ବୟସରୁ କମ୍ ପିଲାଙ୍କର ମେଦାଳତା ହୋଇଥିଲା ।[୧]ଏହା ପୁରୁଷଙ୍କ ଅପେକ୍ଷା ମହିଳାଙ୍କୁ ଅଧିକ ହୁଏ ।[୧] ବିଶାରଦମାନଙ୍କ ମତରେ ଏହା ଏକବିଂଶ ଶତାବ୍ଦୀର ଏକ ସାଂଘାତିକ ଜନସ୍ୱାସ୍ଥ୍ୟ ସମସ୍ୟା ।[୧୩] ମେଦାଳତା ଏକ କଳଙ୍କ ରୂପେ ଆଧୁନିକ ପୃଥିବୀ ବିଶେଷତଃ ପଶ୍ଚିମ ପୃଥିବୀରେ ପରିଚିତ ଯଦିଓ ଏକ ସମୟରେ ଏହା ସମ୍ପତ୍ତି ଓ ପ୍ରଜନନକ୍ଷମ (fertility) ଅବସ୍ଥା ବୋଲି ବିବେଚିତ ହେଉଥିଲା ଓ ଅଦ୍ୟାବଧି କେତେକ ସ୍ଥାନରେ ହେଉଛି ।[୩][୧୪] ସନ ୨୦୧୩ରେ ଆମେରିକାଲ ମେଡିକାଲ ଆସୋସିଏସନ ଏହାକୁ ଏକ ରୋଗ ଶ୍ରେଣୀରେ ଅନ୍ତର୍ଭୁକ୍ତ କରିଛନ୍ତି ।[୧୫][୧୬]
Remove ads
ଆଧାର
Wikiwand - on
Seamless Wikipedia browsing. On steroids.
Remove ads