ଆଡ୍ରେନାଲ ସଙ୍କଟ

From Wikipedia, the free encyclopedia

ଆଡ୍ରେନାଲ ସଙ୍କଟ
Remove ads

ଆଡ୍ରେନାଲ ସଙ୍କଟ ହେଉଛି ଆଡ୍ରେନାଲ୍ ଅଭାବର ଏକ ଜଟିଳତା ଯାହା ଏକ ଟ୍ରିଗର ଘଟଣା ପରେ ହୋଇପାରେ ।[] ଲକ୍ଷଣ ହଠାତ୍ ଆରମ୍ଭ ହୁଏ ଏବଂ ଏଥିରେ ଦ୍ୱନ୍ଦ୍ୱ,ଅଇ, ପେଟ ଯନ୍ତ୍ରଣା, ବାନ୍ତି, ଜ୍ୱର ଏବଂ ନିମ୍ନ ରକ୍ତଚାପ ଅନ୍ତର୍ଭୁକ୍ତ ହୋଇପାରେ । [] ଜଟିଳତା ମଧ୍ୟରେ ବାତ, ଅନିୟମିତ ହୃଦସ୍ପନ୍ଦନ ଏବଂ ଅଙ୍ଗ ବିଫଳତା ଅନ୍ତର୍ଭୁକ୍ତ ହୋଇପାରେ । []

Quick facts Adrenal crisis, ବିଭାଗ ...

ଆଡିସନ୍ ରୋଗ, ୱାଟରହାଉସ-ଫ୍ରିଡେରିକସନ ସିଣ୍ଡ୍ରୋମ, କ୍ରନିକ୍ ଗ୍ଲୁକୋକୋର୍ଟିକଏଡ୍ ବ୍ୟବହାର କିମ୍ବା ପିଟୁଇଟାରି ଆପୋଲେକ୍ସି କାରଣରୁ ଆଡ୍ରେନାଲ୍ ଅଭାବ ହୋଇପାରେ ।[] ତଥାପି, ଅଧାରୁ ଅଧିକ ସଙ୍କଟରେ ଲୋକମାନେ ଅନୁଭବ କରନ୍ତି ନାହିଁ ଯେ ସେମାନଙ୍କର ଆଡ୍ରେନାଲ୍ ଅଭାବ ରହିଛି । [] ଦୀର୍ଘ ସମୟର କର୍ଟିକୋଷ୍ଟିରଏଡ ବ୍ୟବହାର, ସଂକ୍ରମଣ, ଆଘାତ, ଥାଇରୋଟକ୍ସିକୋସିସ୍, କଠିନ ବ୍ୟାୟାମ, ମଦ୍ୟପାନ ଏବଂ ଭାବପ୍ରବଣ ଚାପ ପରେ ଏହି ରୋଗର ଟ୍ରିଗର ହୋଇପାରେ । [] ଅନ୍ତର୍ନିହିତ ପ୍ରଣାଳୀରେ ସ୍ୱଳ୍ପ କର୍ଟିସୋଲ ହରମୋନ ଯୋଗୁ ଏହି ରୋଗ ହୁଏ ।[] ଉଚ୍ଚ ରକ୍ତ ପୋଟାସିୟମ, ନିମ୍ନ ରକ୍ତ ସୋଡିୟମ ଏବଂ ନିମ୍ନ କର୍ଟିସୋଲ ସ୍ତର ଥିଲେ ଏହି ରୋଗ ନିର୍ଣ୍ଣୟ କରାଯାଏ। [] [] ଏକ ଏସିଟିଏଲ ଉତ୍ତେଜନା ପରୀକ୍ଷାଦ୍ୱାରା ଏହି ନିଶ୍ଚିତ କରାଯାଏ | []

ଅସୁସ୍ଥତା ସମୟରେ ବ୍ୟକ୍ତିର ସାଧାରଣ ସ୍ଟିରଏଡ ମାତ୍ରାକୁ ଦ୍ୱିଗୁଣିତ କରି ପ୍ରତିରୋଧ କରାଯାଏ | [] ହାଇଡ୍ରୋକୋର୍ଟିସୋନ ଇଞ୍ଜେକ୍ସନ୍ ଦେଇ ଚିକିତ୍ସା ସାଧାରଣତଃ କରାଯାଏ ଯଦିଓ ମିଥାଇଲପ୍ରେଡନିସୋଲୋନ୍ କିମ୍ବା ଡେକ୍ସାମେଥାସୋନ୍ ମଧ୍ୟ ବ୍ୟବହାର କରାଯାଇପାରେ ।[] ଶିରାଭ୍ୟନ୍ତର ତରଳ ପଦାର୍ଥ, ଭାଷୋପ୍ରସର, ଡେକ୍ଡଟ୍ରୋଜ ଏବଂ ଆଣ୍ଟିବାୟୋଟିକ୍ ମଧ୍ୟ ଆବଶ୍ୟକ ହୋଇପାରେ ।[]

ପ୍ରାଥମିକ ଆଡ୍ରେନାଲ୍ ଅଭାବ ୧୦୦,୦୦୦ ଲୋକଙ୍କ ମଧ୍ୟରୁ ୫ ଜଣକୁ ପ୍ରଭାବିତ କରୁଥିବାବେଳେ ସେକେଣ୍ଡାରୀ ଆଡ୍ରେନାଲ୍ ଅଭାବ ୧୦୦,୦୦୦ ଲୋକଙ୍କ ମଧ୍ୟରୁ ୨୨ ଜଣକୁ ପ୍ରଭାବିତ କରିଥାଏ ।[] [୧୦] ଆଡ୍ରେନାଲ୍ ଅଭାବ ଥିବା ଲୋକଙ୍କ ମଧ୍ୟରେ ବର୍ଷକୁ ପ୍ରାୟ ୫%ରୁ ୧୦% ଆଡ୍ରେନାଲ୍ ସଙ୍କଟ ଦେଖାଯାଏ । [୧୧] ବୟସ୍କ ଲୋକମାନେ ଅଧିକ ପ୍ରଭାବିତ ହୁଅନ୍ତି | [] ଆଡ୍ରେନାଲ୍ ଅଭାବ ଥିବା ବ୍ୟକ୍ତିଙ୍କ ମଧ୍ୟରେ ୨୦୦ ଲୋକାରୁ ଜଣେ ଏହି ଜଟିଳତାରୁ ପ୍ରତିବର୍ଷ ମରନ୍ତି । [] ଏକ ଆଡ୍ରେନାଲ୍ ସଙ୍କଟ ସମୟରେ ମୃତ୍ୟୁ ହେବାର ଆଶଙ୍କା ୨୫%ରୁ ଅଧିକ ଥାଏ ।[]

Remove ads

ଆଧାର

Loading related searches...

Wikiwand - on

Seamless Wikipedia browsing. On steroids.

Remove ads