ଆଞ୍ଜିଓଟେନସିନ ୨ ରିସେପ୍ଟର ବ୍ଲକର୍ସ

From Wikipedia, the free encyclopedia

ଆଞ୍ଜିଓଟେନସିନ ୨ ରିସେପ୍ଟର ବ୍ଲକର୍ସ
Remove ads

ଆଞ୍ଜିଓଟେନସିନ ୨ ରିସେପ୍ଟର ବ୍ଲକର୍ସ (ଏଆରବି), ଯାହା ଆଞ୍ଜିଓଟେନସିନ୍ ରିସେପ୍ଟର ବ୍ଲକର୍ ଭାବରେ ମଧ୍ୟ ଜଣାଶୁଣା, ଏକ ଔଷଧ ଯାହା ଉଚ୍ଚ ରକ୍ତଚାପ, ହୃଦ୍‌ପାତ, କରୋନାରି ହୃଦ୍ ରୋଗ ଏବଂ ବୃକ୍‌କ ରୋଗର ଚିକିତ୍ସା ପାଇଁ ବ୍ୟବ‌ହୃତ ହୁଏ | [] ସେଗୁଡିକ ପାଟିରେ ଦିଆଯାଏ | [] ଏସିଇ ଇନହିବିଟର ସହିତ ସେମାନଙ୍କର ବ୍ୟବହାର ସୁପାରିଶ କରାଯାଏ ନାହିଁ | []

Thumb
Losartan, the first ARB

ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ରକ୍ତଚାପ, ଉଚ୍ଚ ପୋଟାସିୟମ୍ ଏବଂ ବୃକ୍‌କ ସମସ୍ୟା ଅନ୍ତର୍ଭୁକ୍ତ ହୋଇପାରେ | [] ବୃକ୍କ ଧମନୀ ଷ୍ଟେନୋସିସ୍ ରୋଗୀଙ୍କ କ୍ଷେତ୍ରରେ ବୃକ୍‌କ ସମସ୍ୟା ଅଧିକ ଥାଏ | [] ACE ଇନହିବିଟର ତୁଳନାରେ କାଶ କିମ୍ବା ଆଞ୍ଜିଓଇଡିମା ହେବାର ସମ୍ଭାବନା କମ୍ | [] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ | [] ସେମାନେ ଆଞ୍ଜିଓଟେନସିନ ୨ ରିସେପ୍ଟର ପ୍ରକାର ୧କୁ ଅବରୋଧ କରି ଆଞ୍ଜିଓଟେନସିନ ୨ର ପ୍ରାଭାବକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଅନ୍ତି । | [] ଏହାଦ୍ୱାରା ରକ୍ତନଳୀମାନଙ୍କର ବିସ୍ତାର ହୁଏ ଏବଂ ଏହାଦ୍ୱାରା ବୃକ୍‌କରୁ ଜଳ ତ‌ଥା ସୋଡିୟମ୍ ନିଷ୍କାସନ କମିଯାଏ । []

ଏଆରବି, ବିଶେଷ ଭାବରେ ଲୋସାର୍ଟାନ୍, ୧୯୯୫ ମସିହାରେ ଡାକ୍ତରୀ ବ୍ୟବହାର ନିମନ୍ତେ ଆସିଥିଲା |[]ଏହା ଜେନେରିକ ଔଷଧ ଭାବରେ ଉପଲବ୍ଧ ଏବଂ ମହଙ୍ଗା ନୁହେଁ | [] ଯୁକ୍ତରାଷ୍ଟ୍ରରେ ଲୋସାର୍ଟାନ ଏବଂ ଇର୍ବେସାର୍ଟାନ ୨୯୧୬ରେ ମାସିକ ପ୍ରାୟ ୯୦ ଡଲାରରେ ସର୍ବନିମ୍ନ ମହଙ୍ଗା ଥିଲା । [] ଯୁକ୍ତରାଷ୍ଟ୍ରରେ ଏହା ଉଚ୍ଚ ରକ୍ତଚାପ ପାଇଁ କ୍ୟାଲସିଅମ ଚାଲେଲ ବ୍ଲକର, ଥିଆଜାଇଡ ଡାଇୟୁରେଟିକ, ଏସିଇ ଇନହିବିଟର ସହିତ ପ୍ରଥମ ଧାଡ଼ିର ଚିକିତ୍ସା ଥାଏ | []

Remove ads

ଆଧାର

Loading related searches...

Wikiwand - on

Seamless Wikipedia browsing. On steroids.

Remove ads