ଭୁବନେଶ୍ୱର ବେହେରା

ଓଡ଼ିଆ ପ୍ରାବନ୍ଧିକ, ଅଧ୍ୟାପକ From Wikipedia, the free encyclopedia

ଭୁବନେଶ୍ୱର ବେହେରା
Remove ads

ଭୁବନେଶ୍ୱର ବେହେରା (୧ ଜାନୁଆରୀ ୧୯୧୬ - ୧୬ ଅପେଲ ୨୦୦୧)[] ଜଣେ ଓଡ଼ିଆ ପ୍ରାବନ୍ଧିକ, ଅଧ୍ୟାପକବିଜ୍ଞାନ ଲେଖକ ଥିଲେ ।[]

Quick facts ଭୁବନେଶ୍ୱର ବେହେରା, ଜନ୍ମ ଓ ଜନ୍ମସ୍ଥାନ ...

ପ୍ରାରମ୍ଭିକ ଜୀବନ

ବେହେରା ତାତ୍କାଳିକ କଳାହାଣ୍ଡି ଜିଲ୍ଲାର କାଶିବାହାଲ ଗାଆଁରେ ୦୧ ଜାନୁଆରୀ ୧୯୧୬ରେ ଜନ୍ମିତ ।[] ତାଙ୍କର ପ୍ରାରମ୍ଭିକ ପାଠପଢ଼ା ଭବାନୀପାଟଣାରେ ହୋଇଥିଲା ।[]

ଉଚ୍ଚଶିକ୍ଷା

ସେଠାରୁ ୧୯୩୫ ମସିହାରେ ଦଶମ ପାସ କଲା ପରେ ସେ ୧୯୩୯ ମସିହାରେ ରେଭେନ୍ସା କଲେଜରୁ ପଦାର୍ଥ ବିଜ୍ଞାନରେ ବିଏସସି (ଅନର୍ସ) ପାସକରିଥିଲେ । ସେ ପାଟଣାର ବିହାର କଲେଜ ଅଫ ଇଞ୍ଜିନିୟରିଂରୁ ୧୯୪୩ ମସିହାରେ ସିଭିଲ ଇଞ୍ଜିନିୟରିଂ ବିଭାଗରେ ବିଏସସି (ଇଞ୍ଜିନିୟରିଂ) ପାସକରିଥିଲେ ।[]

ଚାକିରି

ଓଡ଼ିଶା ସରକାରଙ୍କ ଏକ ଆପ୍ରେଣ୍ଟିସ କରିବା ପରେ ସେ ସେ ମହୀଶୂର ରାଜ୍ୟର କାର୍ଯ୍ୟ ଓ ଜଳସେଚନ ବିଭାଗ ଅଧୀନରେ ଜଗ ଜଳବିଦ୍ୟୁତ କେନ୍ଦ୍ରରେ ସହଯନ୍ତ୍ରୀ ଭାବେ ଯୋଗଦେଇଥିଲେ । ଏହି ସମୂରେ କଳାହାଣ୍ଡି ରାଜଦରବାର ଅଧୀନରେ ୧୯୪୫ ମସିହା ଯାଏ ବିଶେଷ ଭାବେ ଜଳସେଚନ କାର୍ଯ୍ୟ ତଦାରଖ ମଧ୍ୟ କରୁଥିଲେ ।[]

ସେ ଭାରତ ସରକାରଙ୍କଦ୍ୱାରା ଯୁଦ୍ଧ ପରର ପୁନର୍ନିମାଣ ଅଧ୍ୟୟନ ନିଯୁକ୍ତ ହୋଇ ପରେ ଆମେରିକାର ଆଇଓଆ ବିଶ୍ୱବିଦ୍ୟାଳୟରୁ ୧୯୪୭ ମସିହାରେ ପିଏଚଡି ଲାଭ କରିଥିଲେ । ତାହାପରେ ସେ କଳାହାଣ୍ଡି ରାଜ୍ୟର ଇରିଗେସନ ଅଫିସର ଭାବେ ଯୋଗଦେଇଥିଲେ । ପରେ କଳାହାଣ୍ଡି ଓଡ଼ିଶା ସହ ୧୯୪୮ରେ ମିଶିଥିଲା । ହିରାକୁଦ ନଦୀବନ୍ଧ ନିର୍ମାଣରେ ସେ ୧୯୫୬ରେ କନିଷ୍ଠଯନ୍ତ୍ରୀ ଭାବେ ଯୋଗଦେଇ ପରେ ନିର୍ବାହୀ ଯନ୍ତ୍ରୀ ଭାବେ ଯୋଗଦେଇଥିଲେ । ୧୯୫୮ରେ ସେ ୟୁନିଭର୍ସିଟି କଲେଜ ଅଫ ବୁର୍ଲାରେ ସିଭିଲ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଭାବେ ଯୋଗଦେଇଥିଲେ । ପରେ ୧୯୬୧ ମସିହାରେ ସେ ସେହି କଲେଜର ଅଧ୍ୟକ୍ଷ ହୋଇଥିଲେ । ୧୯୬୨ ଫେବୃଆରୀ ମାସରେ ସେ ରିଜିଓନାଲ ଇଞ୍ଜିନିୟରିଂ କଲେଜରେ ଯୋଗଦେଇ ୧୯୭୧ରେ ସେହି କଲେଜର ପ୍ରଥମ ଅଧ୍ୟକ୍ଷ ହୋଇଥିଲେ । ୧୯୭୧ରେ ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଥମ କୁଳାଧିପତି ହୋଇ ୧୯୭୬ ମସିହା ଯାଏ ସେଠାରେ କାର୍ଯ୍ୟକରିଥିଲେ । ୧୯୭୭ରେ ଭାରତ ସରକାର ତାଙ୍କୁ ପଶ୍ଚିମ ଆଫ୍ରିକାର ଡେମୋକ୍ରାଟିକ ରିପବ୍ଲିକ ଅଫ ଲାଇବେରିଆକୁ ଜଣେ ବୈଷୟିକ ଶିକ୍ଷା ଉପାଦେଷ୍ଟା ଭାବେ ପଠେଇଥିଲେ । ପରେ ସେ ଓଡ଼ିଶା ରାଜ୍ୟ ଯୋଜନା ବୋର୍ଡ଼ର ସଭ୍ୟ ଭାବେ ଯୋଗ ଦେଇଥିଲେ । ସେ କେନ୍ଦ୍ର ପବ୍ଲିକ ସର୍ଭିସ କମିଶନର ସଭ୍ୟ ଭାବେ ଯୋଗଦେଇ ୧୯୮୧ ମସିହା ଯାଏ ସେଠାରେ କାମକରିଥିଲେ ।[]

Remove ads

ରଚନାବଳୀ

ସେ ମୋଟ ୭ଟି ବହି ଓ ଅନେକ ଗବେଷଣା ନିବନ୍ଧ ଲେଖିଥିଲେ ।

କବିତା

  • ଭୟ

ପ୍ରବନ୍ଧ

  • ଶୁଣ ପରୀକ୍ଷ (୧୯୭୬)
  • ଦଇବ ଦଉଡ଼ି
  • ସହାବସ୍ଥାନ(୧୯୭୯)

ଭ୍ରମଣ ସାହିତ୍ୟ

  • ପଶ୍ଚିମ ଆଫ୍ରିକାରେ ଓଡ଼ିଆ ଢେଙ୍କି (୧୯୭୯)

ଆତ୍ମଜୀବନୀ

  • ଗାଁର ଡାକ (୧୯୯୩)

ଭୁବନେଶ୍ୱର ବେହେରା ତାଙ୍କର ଏକମାତ୍ର ଆତ୍ମଜୀବନୀରେ ଗାଁର ଡାକରେ ତାଙ୍କ ସମ୍ପୂର୍ଣ୍ଣ ଜୀବନୀ ଉଲ୍ଲେଖ କରିଛନ୍ତି

ସମ୍ମାନ

ଆଧାର

Loading related searches...

Wikiwand - on

Seamless Wikipedia browsing. On steroids.

Remove ads