କ୍ୟାଣ୍ଡିଡିଆସିସ୍

From Wikipedia, the free encyclopedia

କ୍ୟାଣ୍ଡିଡିଆସିସ୍
Remove ads

କ୍ୟାଣ୍ଡିଡିଆସିସ୍ (ଇଂରାଜୀରେ Candidiasis) ଏକ ପ୍ରକାର ଫିମ୍ପି ବା କବକ ସଂକ୍ରମଣ ଯାହା ଯେ କୌଣସି ପ୍ରକାର କ୍ୟାଣ୍ଡିଡାଦ୍ୱାରା (ଏକ ପ୍ରକାର yeast) ହୁଏ । [] ପାଟିରେ ଏହି ସଂକ୍ରମଣ ହେଲେ ଥ୍ରସ୍ କୁହାଯାଏ । [] ଚିହ୍ନ ଓ ଲକ୍ଷଣ ମଧ୍ୟରେ ଜିଭରେ, ପାଟିରେ ବା ଗଳାରେ ଗୋଟିଏ ଧଳା ପ୍ୟାଚ୍ ଦେଖାଯାଏ । [] ଅନ୍ୟ ଲକ୍ଷଣ ମଧ୍ୟରେ ତଣ୍ଟି ପ୍ରଦାହ ହୋଇ ଗିଳିବାରେ ଅଦୁବିଧା ହୁଏ । [] ଯୋନୀପଥ ଏହି ରୋଗଦ୍ୱାରା ସଂକ୍ରମିତ ହେଲେ ସାଧାରଣତଃ ଇଷ୍ଟ ସଂକ୍ରମଣ (yeast) ହୋଇଛି ବୋଲି କୁହାଯାଏ । [] ethire ଯୌନାଙ୍ଗ କୁଣ୍ଡେଇ ହୁଏ, ଜଳାପୋଡ଼ା କରେ ଓ ବେଳେ ବେଳେ ଯୋନୀପଥରୁ ଛେନା ଭଳି ପଦାର୍ଥ ବିସର୍ଜିତ ହୁଏ ।[] ଲିଙ୍ଗ ସଂକ୍ରମଣ ହେଲେ କୁଣ୍ଡେଇ ହୁଏ । [] କ୍ୱଚିତ୍ ଏହି ସଂକ୍ରମଣ ଦେହସାରା ବ୍ୟାପିଯାଇ ଜ୍ୱର ସ‌ହ ଅନ୍ୟାନ୍ୟ ଅଙ୍ଗ ଅନୁଯାୟୀ ଲକ୍ଷଣ ଦେଖାଯାଏ । []

Quick facts କ୍ୟାଣ୍ଡିଡିଆସିସ୍, ବିଭାଗ ...

୨୦ ପ୍ରକାରରୁ ଅଧିକ କ୍ୟାଣ୍ଡିଡା ମଧ୍ୟରେ କ୍ୟାଣ୍ଡିଡା ଆଲ୍‌ବିକାନ୍‌ସ୍ ଅତି ସାଧାରଣ । [] ପାଟି ସଂକ୍ରମଣ ଅତି ସାଧାରଣ ଓ ଏହା ଏକ ମାସରୁ କମ୍ ବ‌ୟସର ପିଲାଙ୍କଠାରେ, ବୟଷ୍କଙ୍କଠାରେ ଓ ଦୂର୍ବଳ ଇମ୍ମ୍ୟୁନ୍ ସିସ୍ଟମ ଥିଲେ ଏହି ରୋଗ ହୁଏ । ଏଚ.ଆଇ.ଭି./ ଏଡସ, ଅଙ୍ଗ ପ୍ରତିରୋପଣ ପରେ, ଡାଏବେଟିସକର୍ଟିକୋସ୍ଟିରଏଡ ବ୍ୟବ‌ହାର କଲେ ଦୂର୍ବଳ ଇମ୍ମ୍ୟୁନିଟି ହୁଏ . କୃତ୍ରିମ ଦାନ୍ତ ଓ ଆଣ୍ଟିବାୟୋଟିକ୍ ଚିକିତ୍ସା ପରେ ମଧ୍ୟ ଏହି ରୋଗ ସଙ୍କଟ ବାହାରେ । [] ଗର୍ଭାବସ୍ଥାରେ, ଦୂର୍ବଳ ଇମ୍ମ୍ୟୁନିଟି ଥିଲେ ଓ ଆଣ୍ଟିବାୟୋଟିକ୍ ବ୍ୟବ‌ହାର ପରେ ଯୋନୀପଥ ସଂକ୍ରମଣ ସାଧାରଣତଃ ହୁଏ । [] ଇଣ୍ଟେନ୍‌ସିଭ୍ କେୟାର ୟୁନିଟରେ ରହିଲେ, ଅପରେଶନ୍ ପରେ, ସ୍ୱଳ୍ପ ଓଜନର ଛୁଆ ଓ ଦୂର୍ବଳ ଇମ୍ମ୍ୟୁନିଟି ଥିଲେ ଶରୀରସାରା ସଂକ୍ରମଣ ସଙ୍କଟ ଥାଏ । []

ଦୂର୍ବଳ ଇମ୍ମ୍ୟୁନିଟି ଥିବା ଲୋକ ଓ ସ୍ଟିରଏଡ୍ ନାକରେ ନେଉଥିବା ଲୋକ କ୍ଲୋରୋହେକ୍ସିଡିନ୍ ପାଟି ଧୁଆ କଲେ ସଂକ୍ରମଣ ପ୍ରତିରୋଧ କରିହୁଏ । [] ପ୍ରତିଷେଧ ବା ଚିକିତ୍ସା ନିମନ୍ତେ ପ୍ରୋବାୟୋଟିକ ବ୍ୟବ‌ହାର କଲେ କୌଣସି ଉପକାରର ପ୍ରମାଣ ମିଳୁନି । [][୧୦] ପାଟି ସଂକ୍ରମଣ ନିମନ୍ତେ ସ୍ଥାନୀୟ କ୍ଲୋଟ୍ରାଇମାଜୋଲ କିମ୍ବା ନିସ୍ଟାଣ୍ଟିନ ବ୍ୟବ‌ହାର ଫଳପ୍ରଦ ହୁଏ । ଏହି ଔଷଧ ଫଳପ୍ରଦ ନ ହେଲେ ପାଟିରେ କିମ୍ବା ଶୀରାମାଧମରେ ଫ୍ଲୁକୋନାଜୋଲ, ଇଟ୍ରାକୋନାଜୋଲ କିମ୍ବା ଆମ୍ଫୋଟେରିସିନ୍ ବି ଦିଆଯାଏ । [] ଯୋନୀପଥ ସଂକ୍ରମଣ ନିମନ୍ତେ କ୍ଲୋଟ୍ରାଇମାଜୋଲ ସ‌ହ ଅନେକ ଗୁଡ଼ିଏ ଆଣ୍ଟିଫଙ୍ଗାଲ ଔଷଧ ଦିଆଯାଏ । [୧୧] ଦେହର ଚାରିଆଡ଼େ ହୋଇଥିଲେ ଶୀରାମାଧ୍ୟମ ଆମ୍ଫୋଟେରିସିନ୍ ବି ଅଧିକାଂଶ ସମୟରେ ଦିଆଯାଏ । [୧୨] ଅତ୍ୟଧିକ ସଙ୍କଟାପନ୍ନ ଲୋକଙ୍କୁ ପ୍ରତିଷେଧକ ଆଣ୍ଟିଫଙ୍ଗାଲ ଔଷଧ ଦିଆଯାଏ । []

ଏକ ମାସରୁ କମ୍ ବୟସର ଶିଶୁଙ୍କ ମଧ୍ୟରୁ ୬ % ଶିଶୁଙ୍କୁ ସଂକ୍ରମଣ ହୁଏ । ଆଣ୍ଟିବାୟୋଟିକ ଗ୍ରହଣ କରୁଥିବା ୨୦ % କର୍କଟ ରୋଗୀ ଓ ୨୦ % ଏଡ୍‌ସ୍ ରୋଗୀ ଏହି ସଂକ୍ରମଣର ଶିକାର ହୁଅନ୍ତି । [୧୩] ତିନି ଚତୁର୍ଥାଂଶ ମହିଳା ଜୀବନର କୌଣସି ନା କୌଣସି ସମୟରେ ଗୋଟିଏ ଥର ସଂକ୍ରମଣ ଭୋଗନ୍ତି । [୧୪] କୌଣସି ସଙ୍କଟ ନ ଥିଲେ ବିସ୍ତୃତ ରୋଗ କ୍ୱଚିତ୍ ଦେଖାଯାଏ । [୧୫] ଏହି ରୋଗକୁ କ୍ୟାଣ୍ଡିଡୋସିସ୍, ମୋନିଲିଆସିସ୍ଓଏଡିଓମାକୋସିସ୍ ନାମ ମଧ୍ୟ ଦିଆଯାଇଥାଏ । [୧୬]

Remove ads

ଆଧାର

Loading related searches...

Wikiwand - on

Seamless Wikipedia browsing. On steroids.

Remove ads