ରାସାୟନିକ ମୌଳିକ

From Wikipedia, the free encyclopedia

ରାସାୟନିକ ମୌଳିକ
Remove ads

ରାସାୟନିକ ମୌଳିକ ହେଉଛି ଏକ ବିଶୁଦ୍ଧ ରାସାୟନିକ ବସ୍ତୁ ଯାହାକି ଗୋଟିଏ ପ୍ରକାରର ପରମାଣୁ ବହନ କରିଥାଏ । କୌଣସି ବସ୍ତୁରେ ଏକାଧିକ ପ୍ରକାରର ପରମାଣୁ ଥିଲେ ତାହାକୁ ଯୌଗିକ କୁହାଯାଏ । ମୌଳିକ ମୁଖ୍ୟତଃ କଠିନ, ତରଳ କିମ୍ବା ଗ୍ୟାସ୍‌ ହୋଇପାରେ । ମୌଳିକର ଗୁଣ ବହନ କରୁଥିବା କ୍ଷୁଦ୍ରତମ କଣିକାକୁ ପରମାଣୁ କୁହାଯାଏ ।

Thumb
ଗନ୍ଧକ ସ୍ପଟିକ
Thumb
ବ୍ରୋମିନ ହେଉଛି ଏକ ତରଳ ମୌଳିକ

ଗୋଟିଏ ମୌଳିକରେ ଗୋଟିଏ ପ୍ରକାରର ପରମାଣୁ ଥାଆନ୍ତି । ପରମାଣୁରେ ଥିବା ପ୍ରୋଟନ୍‌ ସଂଖ୍ୟାକୁ ଏହାର 'ପରମାଣୁ ସଂଖ୍ୟା' ବା 'ପରମାଣୁ କ୍ରମାଙ୍କ' କୁହାଯାଏ । ଦୃଷ୍ଟାନ୍ତ ସ୍ୱରୂପ, ୬ଟି ପ୍ରୋଟନ୍‌ ଥିବା ପରମାଣୁ ଗୁଡ଼ିକ ଅଙ୍ଗାରକର ଓ ୯୨ଟି ପ୍ରୋଟନ୍‌ ଥିବା ପରମାଣୁ ଗୁଡ଼ିକ ହେଉଛି ୟୁରାନିୟମ୍‌ର ।

ସମସ୍ତ ବସ୍ତୁର ମୂଳ ହେଉଛି ମୌଳିକ । ଏମାନେ ମିଶି ଅଣୁ ଗଠନ କରନ୍ତି ।

Thumb
ମୌଳିକମାନଙ୍କର ପର୍ଯ୍ୟାୟ ସାରଣୀ

ଆଜି ପର୍ଯ୍ୟନ୍ତ ୧୧୮ଟି ମୌଳିକ ଆବିଷ୍କାର କରାଯାଇଛି । ତନ୍ମଧ୍ୟରୁ ୯୨ଟି ମୌଳିକ ପ୍ରକୃତିରୁ ମିଳେ ଏବଂ ମାନବ ଶରୀର ୨୬ଟି ମୌଳିକକୁ ନେଇ ଗଠିତ । ଅନ୍ୟଗୁଡ଼ିକ ଗବେଷଣାଗାରରେ ପ୍ରସ୍ତୁତ କରାଯାଏ । ୧୭୮୯ରେ ଶେଷ ପ୍ରାକୃତିକ ମୌଳିକ ଭାବେ ୟୁରାନିୟମ୍ ଆବିଷ୍କାର କରାଯାଇଥିଲା । ୧୯୩୭ରେ ପ୍ରଥମ କୃତ୍ରିମ ମୌଳିକ ଟେକ୍ନେଟିୟମ୍ ପ୍ରସ୍ତୁତ କରାଯାଇଥିଲା ।

ରାସାୟନିକ ମୌଳିକମାନଙ୍କୁ ପର୍ଯ୍ୟାୟ ସାରଣୀରେ ସଜାଯାଇଥାଏ । ସାରଣୀରୁ ମୌଳିକମାନଙ୍କର ଗୁଣ ଓ ଅନ୍ୟ ମୌଳିକମାନଙ୍କ ସହ ତୁଳନା ଜଣା ପଡ଼ିଥାଏ ।

Remove ads

ପ୍ରତୀକ

ମୌଳିକମାନଙ୍କୁ ଅନନ୍ୟ ପ୍ରତୀକ ଦିଆଯାଇଥାଏ । ସାରା ବିଶ୍ୱରେ ଏଗୁଡ଼ିକ ବ୍ୟବହାର କରାଯାଇଥାଏ । ଅର୍ଥାତ୍‌, ଯେକୌଣସି ଭାଷାରେ ମଧ୍ୟ କୌଣସି ପ୍ରତୀକର ଅର୍ଥ ସମାନ । କୌଣସି ମୌଳିକର ପ୍ରତୀକ ଇଂରାଜୀ କିମ୍ବା ଲାଟିନ୍‌ ନାମରୁ ଆସିଥାଏ । ଯଥା, ଅଙ୍ଗାରକ (English: Carbon;କାର୍ବନ୍)ର ପ୍ରତୀକ ହେଉଛି 'C' ଓ ସୋଡ଼ିଅମ୍‌(‌ର ଲାଟିନ୍ ନାମ ନାଟ୍ରିଅମ୍ (natrium) ଓ ଏହାର ପ୍ରତୀକ ହେଉଛି 'Na' । ଜର୍ମାନ୍‌ ନାମ ୱଲ୍‌ଫ୍ରାମ୍‌ (wolfram)ରୁ ଟଙ୍ଗଷ୍ଟନ୍‌ର ପ୍ରତୀକ ହେଉଛି 'W'। କିଛି ପ୍ରତୀକ ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କ ନାମରେ ନାମିତ, ଯଥା ଆଲବର୍ଟ ଆଇନଷ୍ଟାଇନଙ୍କ ନାମରେ ଆଇନଷ୍ଟାନିଅମ୍

Remove ads

ଯୌଗିକ

ମୌଳିକମାନେ ମିଶି ବା ପ୍ରତିକ୍ରିୟା କରି ଯୌଗିକ ଗଠନ କରନ୍ତି (ଯଥା: ଜଳ, ଲବଣ, ଅକ୍ସାଇଡ୍‌ ଓ ଜୈବଯୌଗିକ) । ଯୌଗିକମାନଙ୍କର ନିଜସ୍ୱ ଗଠନ ଓ ଗୁଣଧର୍ମ ରହିଥାଏ । ଗଠିତ ମୌଳିକମାନଙ୍କର ଗୁଣଠାରୁ ଯୌଗିକର ଗୁଣ ଅଲଗା ହୋଇପାରେ । ସୋଡ଼ିଅମ୍‌ ଏକ ଦହନଶୀଳ ଧାତୁ ଓ କ୍ଲୋରିନ୍‌ ଏକ ବିଷାକ୍ତ ଗ୍ୟାସ୍‌ । ଉଭୟେ ପ୍ରତିକ୍ରିୟା କରିଲେ ଖାଇବାଯୋଗ୍ୟ ସୋଡ଼ିଅମ୍‌ କ୍ଲୋରାଇଡ଼୍‌ (ଲୁଣ) ତିଆରି ହୁଏ ।

ମିଶ୍ରଣ

କିଛି ମୌଳିକ, ବିଶେଷତଃ ଧାତବ ମୌଳିକ ଅନିର୍ଦ୍ଦିଷ୍ଟ ଅନୁପାତରେ ମିଶି ମିଶ୍ରଣ ଗଠନ କରନ୍ତି । ଏଗୁଡ଼ିକ ଯୌଗିକ ନୁହନ୍ତି । ଏହାକୁ ମିଶ୍ରଣ କୁହାଯାଏ ।

ସମସ୍ତାନିକ

ଗୋଟିଏ ମୌଳିକର ପରମାଣୁର ନାଭି ବା ନ୍ୟୁକ୍ଲିୟସ୍‌ରେ ଭିନ୍ନ ସଂଖ୍ୟାର ନ୍ୟୁଟ୍ରନ୍ ଥିଲେ ଏଗୁଡ଼ିକୁ ମୌଳିକର ବିଭିନ୍ନ ସମସ୍ତାନିକ ବା ଇଂରାଜୀରେ ଆଇସୋଟୋପ୍ କୁହାଯାଏ । ଯେମିତି ଅଙ୍ଗାରକର ଗୋଟିଏ ସାଧାରଣ ସମସ୍ତାନିକ ହେଉଛି ଅଙ୍ଗାରକ-୧୪ । ଏହା ତେଜଷ୍କ୍ରିୟ ଅଟେ ଓ ଅଙ୍ଗାରକର-୧୨ଠାରୁ ୨ଟି ଅଧିକ ନ୍ୟୁଟ୍ରନ୍‌ ଧାରଣ କରେ ।

ଅନ୍ୟାନ୍ୟ ପୃଷ୍ଟା

ଟୀକା

ଆଧାର

ଅଧିକ ପଢ଼ନ୍ତୁ

ବାହାର ଲିଙ୍କ

Loading related searches...

Wikiwand - on

Seamless Wikipedia browsing. On steroids.

Remove ads