ଶର୍ଦ୍ଦି

ଉର୍ଦ୍ଧ୍ୱ ଶ୍ୱାସନଳୀରେ ହେଉଥିବା ଭୂତାଣୁ ସଂକ୍ରମଣ । From Wikipedia, the free encyclopedia

ଶର୍ଦ୍ଦି
Remove ads

ଶର୍ଦ୍ଦି, ଇଂରାଜୀ ଭାଷାରେ ଏହାକୁ Common cold ବା cold, କୁହାଯାଏ ଓ ଉର୍ଦ୍ଧ୍ୱ ଶ୍ୱାସନଳୀର ଏହା ଏକ ଭୁତାଣୁ ଜନିତ ସଂକ୍ରମଣ ।[][] ଅନେକ ଏହାକୁ ନସମ ବା ନଶମ ବା ନସ୍ମ ନାମ ଦିଅନ୍ତି । ଭୁତାଣୁ ସଂସ୍ପର୍ଷରେ ଆସିବାର ୨ ଦିନ ମଧ୍ୟରେ ଏହାର ଚିହ୍ନ ଓ ଲକ୍ଷଣ ପ୍ରକାଶ ପାଏ । [] ଏହି ରୋଗରେ ନାକରୁ ପାଣି ବୁହେ, କାଶ, ତଣ୍ଟି ଦରଜ, ଛିଙ୍କ, ମୁଣ୍ଡବଥାଜର ହୁଏ ।[][] ସାଧାରଣତଃ ୭ରୁ ୧୦ ଦିନ ମଧ୍ୟରେ ରୋଗ ଉପଶମ ହୋଇଯାଏ ।[] କେତେକ ଲକ୍ଷଣ ୩ ସପ୍ତାହ ପର୍ଯ୍ୟନ୍ତ ରହେ ।[] ଅନ୍ୟ କୌଣସି ସ୍ୱାସ୍ଥ୍ୟ ସମସ୍ୟା ଥିଲେ ନିମୋନିଆ ବାହାରିପାରେ ।[]

Quick facts ଶର୍ଦ୍ଦି, ବିଭାଗ ...

ଦୁଇ ଶହରୁ ଅଧିକ ଭୁତାଣୁ ପ୍ରଜାତି ଏହି ରୋଗ ସୃଷ୍ଟି କରୁଥିଲେ ମଧ୍ୟ ରାଇନୋ ଭୁତାଣୁ ଯୋଗୁ ଏହା ସାଧାରଣତଃ ହୁଏ ।[] ଏହା ବାୟୁ ମାଧ୍ୟମରେ ସଞ୍ଚାରିତ ହୁଏ ବା ଭୁତାଣୁ ଥିବା ଜିନିଷ ସ୍ପର୍ଶ କରିବା ପରେ ନାକ ବା ପାଟିରେ ସଞ୍ଚାରିତ ହୁଏ ।[] ଦିବାଯତ୍ନ, ନିଦ୍ରାହୀନତା ଓ ମାନସିକ ଚାପ ଇତ୍ୟାଦି ଏହି ରୋଗ ସଙ୍କଟ ସୃଷ୍ଟି କରେ ।[] ଶର୍ଦ୍ଦିର ଲକ୍ଷଣ ସଂକ୍ରମଣ ଜନିତ ତନ୍ତୁ କ୍ଷୟ ଯୋଗୁ ନ ହୋଇ ଇମ୍ମ୍ୟୁନ ପ୍ରତିକ୍ରିୟା ଯୋଗୁ ହୋଇଥାଏ ।[] ଇନଫ୍ଲୁଏଞ୍ଜା ରୋଗରେ ଶର୍ଦ୍ଦି ଭଳି ଲକ୍ଷଣ ପ୍ରକାଶ ପାଉଥିଲେ ମଧ୍ୟ ଶର୍ଦ୍ଦିଠାରୁ ଅଧିକ ସାଂଘାତିକ ହୋଇଥାଏ । []

ଶର୍ଦ୍ଦି ନିମନ୍ତେ କୌଣସି ଟିକା ନାହିଁ । ହସ୍ତ ପ୍ରକ୍ଷାଳନ, ଆଖି, ନାକ ଓ ପାଟିକୁ ହାତ ଧୋଇ ଛୁଇଁବା ଓ ରୋଗୀଠାରୁ ଦୂରରେ ରହିଲେ ଏହି ରୋଗରୁ ରକ୍ଷା ମିଳିପାରିବ ।[] ମୁଖା ପିନ୍ଧିଲେ ରକ୍ଷା ମିଳିବାର କିଛି ପ୍ରମାଣ ମିଳୁଛି ।[] ଏହି ଆରୋଗ୍ୟ ହୁଏ ନାହିଁ କିନ୍ତୁ ଲକ୍ଷଣ ସମୂହର ଚିକିତ୍ସା କରାଯାଏ ।[] କଷ୍ଟ ହେଉଥିଲେ ନନ୍ ସ୍ଟିରଏଡାଲ ଆଣ୍ଟି-ଇନଫ୍ଲାମେଟରି ଔଷଧ, (ଏନଏସଏଆଇଡି) ଯେପରିକି ଆଇବୁପ୍ରୋଫେନ୍ ଉପକାର କରିପାରେ ।[୧୦] ଆଣ୍ଟିବାୟୋଟିକ ବ୍ୟବ‌ହାର କରିବା ଉଚିତ ନୁହେଁ ।[୧୧] କାଶ ଔଷଧ ସେବନରେ କୌଣସି ଉପକାରର ପ୍ରମାଣ ମିଳୁନାହିଁ ।[]

ମଣିଷ ଦେହରେ ଶର୍ଦ୍ଦି ରୋଗ ଏକ ଅତି ସାଧାରଣ ସଂକ୍ରମଣ ରୋଗ ।[୧୨] ବୟଃପ୍ରାପ୍ତ ଲୋକ ବର୍ଷରେ ୨ରୁ ୪ ଥର ଆକ୍ରନ୍ତ ହୁଏ ଓ ପିଲା ୬ରୁ ୮ଥର ଆକ୍ରନ୍ତ ହୁଏ ।[୧୩] ଶୀତ ଦିନେ ଏହି ରୋଗ ଅଧିକ ହୁଏ । [] ପୁରାକାଳରୁ ଏହି ରୋଗ ମାନବ ସ‌ହ ରହିଆସିଛି ।[୧୪]

Remove ads

ଚିହ୍ନ ଓ ଲକ୍ଷଣ

ଶର୍ଦ୍ଦିର ସାଧାରଣ ଲକ୍ଷଣ: ନାକରୁ ଅନବରତ ପାଣି ବୁହେ, ନାକ ଭିତର ରକ୍ତିମ ହୁଏ, ତଣ୍ଟି ଦରଜ ହୁଏ, କାଶ ହୁଏ ଓ ବେଳେ ବେଳେ ମାଂସପେଶୀ ଯନ୍ତ୍ରଣା, ଥକ୍କା ଲାଗିବା, ମୁଣ୍ଡ ବଥା ଓ ଭୋକ ମରିଯିବା[୧୫] । ୪୦ % ଲୋକଙ୍କର ତଣ୍ଟି ଦରଜ ହୁଏ, ୫୦ % ଲୋକଙ୍କର କାଶ ହୁଏ ଓ ୫୦% ଲୋକଙ୍କର ପେଶୀ ଯନ୍ତ୍ରଣା ହୁଏ[] । ବଡ଼ ମଣିଷଙ୍କର ଜର ହୁଏ ନାହିଁ କିନ୍ତୁ ପିଲାମାନଙ୍କର ହୁଏ []। ଇନଫ୍ଲୁଏଞ୍ଜା ତୁଳନାରେ କାଶ ବହୁତ ଅଳ୍ପ ହୁଏ । ବଡ଼ ମଣିଷମାନଙ୍କର ଜର ଓ କାଶ ହେଲେ ଇନଫ୍ଲୁଏଞ୍ଜା ନିର୍ଣ୍ଣୟ କରାଯାଏ । ଖଙ୍କାର ରଙ୍ଗ ପରିସ୍କାର, ହଳଦିଆ ବା ଶାଗୁଆ ଦେଖାଯାଏ[୧୬]

ଅଗ୍ରଗତି(‌Progress)

Remove ads

କାରଣ

Thumb
Coronaviruses are a group of viruses known for causing the common cold. They have a halo, or crown-like (corona) appearance when viewed under an electron microscope.

ବିଭିନ୍ନ ପ୍ରକାରର ଭୁତାଣୁ ଯୋଗୁ ଶର୍ଦ୍ଦି ରୋଗ ହୁଏ । ରାଇନୋ ଭୁତାଣୁ (୩୦-୩୮ %), ୯୯ ରକମର ପିକୋର୍ନା ଭୁତାଣୁ[୧୭][୧୮] । କୋରାନୋ (୧୦-୧୫%), ଆଡେନୋ (୫ %), ହ୍ୟୁମ୍ୟନ୍ ପାରାଇନଫ୍ଲୁଏଞ୍ଜା ଇତ୍ୟାଦି । ଅନେକ ସମୟରେ ଏକାଧିକ ଭୁତାଣୁ ଏକ ସମୟରେ ଆକ୍ରମଣ କରନ୍ତି ।

ସଞ୍ଚାରଣ

ବାୟୁ ମଣ୍ଡଳରେ ଉଡି ବୁଲୁଥିବା ନାସିକା ନିର୍ଗତ ଅଜସ୍ର କଫ/ଖଙ୍କାର କଣିକାରେ ଥିବା ଭୁତାଣୁଦ୍ୱାରା ଏହି ରୋଗ ସଞ୍ଚାରଣ ହୁଏ [୧୯] । ଏହା ଛଡା ସଂସ୍ପର୍ଷରେ ଆସିଲେ ରୋଗ ହୁଏ । ବାୟୁ ମଣ୍ଡଳରେ ପ୍ରାୟ ୧୮ ଘଣ୍ଟା ପର୍ଯ୍ୟନ୍ତ ଭୁତାଣୁ ରହି ପାରନ୍ତି ।

Remove ads

ରୋଗ ନିର୍ଣ୍ଣୟ

ଏହି ରୋଗ ନିଜେ ରୋଗୀ ନିର୍ଣ୍ଣୟ କରେ । ଏହା ଏକ ନାସିକା ପ୍ରଦାହ ରୋଗ । ଭାଇରସ ଚିହ୍ନଟ ଅନାବଶ୍ୟକ ।

ଚିକିତ୍ସା

Thumb
Poster encouraging citizens to "Consult your Physician" for treatment of the common cold

ଅଧୁନା ଡାକ୍ତରୀ ଶାସ୍ତ୍ରରେ ବା ଅନ୍ୟ କୌଣସି ଶାସ୍ତ୍ରରେ ଶର୍ଦ୍ଦି ରୋଗ ଭୋଗର ସମୟ ସୀମା କମେଇବା ନିମନ୍ତେ ଔଷଧ ନାହିଁ [୨୦]। କଷ୍ଟ ଲାଘବ ନିମନ୍ତେ ଔଷଧ ଦିଆଯାଏ । ବିଶ୍ରାମ, ଜଳ ପାନ, ଉଷୁମ ଲୁଣ ପାଣିରେ କୁଳି କରିବା ଭଳି ସଧାରଣ ଚିକିତ୍ସା କରାଯାଏ । ଏହାର ଯାହାବି ଉପକାର ମିଳେ ତାହାର କୌଣସି ବିଜ୍ଞାନ ସମ୍ମତ ତଥ୍ୟ ନାହିଁ ଓ ଏହାକୁ ପ୍ଲାସେବୋ ଇଫେକ୍ଟ କୁହାଯାଏ [୨୧]

ଲକ୍ଷଣ ଅନୁଯାୟୀ

ଲକ୍ଷଣ ଉପସମ ନିମନ୍ତେ ଆଇବୁପ୍ରୋଫେନ[୨୨] ଓ ପାରାସେଟାମଲ୍[୨୩] ଭଳି ଔଷଧ ଦେଲେ ଯନ୍ତ୍ରଣା ଲାଘବ ହୁଏ । କାଶ ଔଷଧଦ୍ୱାରା ଯନ୍ତ୍ରଣା ଉପସମକାରୀ ଔଷଧ ଅପେକ୍ଷା ଅଧିକ ଉପକାର ମିଳିବାର କୌଣସି ତଥ୍ୟ ନାହିଁ [୨୪] ବରଂ ପିଲାମାନଙ୍କର ହାନିକାରକ ହେବା ପ୍ରମାଣ ଅଛି[୨୫][୨୬] । ବୟସ୍କମାନଙ୍କୁ ନାକରେ ପକେଇବା ଔଷଧ ଦିଆଯାଇ ପାରେ ।

Remove ads

ପୂର୍ବାନୁମାନ

ଏହି ରୋଗ ଆପେ ଆପେ ୭ ଦିନରେ ଭଲ ହୋଇଯାଏ । ଅତି ବୟଷ୍କ, ଅତି ଛୋଟ ପିଲା ଓ ଇମ୍ମ୍ୟୁନିଟି କମ ଥିଲେ ଭୟାବହ ସଂକ୍ରାମକ ରୋଗ ହୁଏ । ଜଟୀଳତା ମଧ୍ୟରେ ଜୀବାଣୁ ଜନିତ ରୋଗ ଯଥା ସାଇନୁସାଇଟିସ୍, ଫାରିଞ୍ଜାଇଟିସ୍ ଓ କାନରେ ପ୍ରଦାହ ହୁଏ ।

ଆଧାର

Loading related searches...

Wikiwand - on

Seamless Wikipedia browsing. On steroids.

Remove ads