ଡାଇଫେନହାଇଡ୍ରାମିନ

From Wikipedia, the free encyclopedia

ଡାଇଫେନହାଇଡ୍ରାମିନ
Remove ads

ଡାଇଫେନହାଇଡ୍ରାମିନ (ଇଂରାଜୀ ଭାଷାରେ Diphenhydramine) ଏକ ପ୍ରକାର ଆଣ୍ଟିହିସ୍ଟାମିନ (antihistamine) ଯାହା ଆଲର୍ଜି (allergies) ରୋଗର ଚିକିତ୍ସାରେ ବ୍ୟବ‌ହୃତ ହୁଏ ।[] ନିଦ୍ରାହୀନତା, ଶର୍ଦ୍ଦି ଲକ୍ଷଣର ଉପଶମ, ପାର୍କିନସୋନିଜ୍ମର (parkinsonism) କମ୍ପନ, ଓ ଅଇ (nausea) ଇତ୍ୟଦି ଲକ୍ଷଣମାନଙ୍କ ଚିକିତ୍ସା ନିମନ୍ତେ ମଧ୍ୟ ଦିଆଯାଏ [] ଏହା ପାଟିରେ ଦିଆଯାଏ, ପେଶୀରେ (injection into a muscle) ଓ ଶିରାଭ୍ୟନ୍ତରରେ (injection into a vein) ମଧ୍ୟ ଇଞ୍ଜେକସନ ଆକାରରେ ଦିଆଯାଏ ।[] ଔଷଧ ଦେବାର ୨ ଘଣ୍ଟା ପରେ ଏହାର ସର୍ବାଧିକ ପ୍ରଭାବ ଅନୁଭୁତ ହୁଏ ଓ ପ୍ରାୟ ୭ ଘଣ୍ଟା ପର୍ଯ୍ୟନ୍ତ ରହେ । []

Quick facts Clinical data, Pronunciation ...

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ନିଦ୍ରାଳୁତା, ପାକସ୍ଥଳୀ ଗୋଳମାଳ ଓ ଶରୀର ସମନ୍ୱୟ (coordination) ଅଭାବ ଦେଖାଯାଏ ।[] ଶିଶୁମାନଙ୍କୁ ଏହା ଦିଆଯାଏ ନାହିଁ ।[] ଗର୍ଭାବସ୍ଥାରେ ଦେଲେ ଏହାର କୌଣସି ସ୍ପଷ୍ଟ ସଙ୍କଟ ଦେଖାଯାଇନାହିଁ, କିନ୍ତୁ ସ୍ତନ୍ୟପାନ ସମୟରେ ଦିଆଯାଏନାହିଁ । [] ଏହା ଏକ ପ୍ରଥମ ପିଢ଼ୀର ଏଚ୧ ଆଣ୍ଟିହିସ୍ଟାମିନ (first generation H1-antihistamine) ଓ ହିସ୍ଟାମିନର (histamine) ପ୍ରଭାବକୁ ଅବରୋଧ କରି କାମ କରେ []

ଜର୍ଜ ରିଭେସଙ୍କଦ୍ୱାରା (George Rieveschl) ଏହା ପ୍ରସ୍ତୁତ କରାଯାଇଥିଲା ଓ ସନ ୧୯୪୬ରେ ବ୍ୟବସାୟିକ ଭିତ୍ତିରେ ବ୍ୟବ‌ହାର କରାଯାଇଥିଲା ।[][] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ।[] ସନ ୨୦୧୪ରେ ଏହାର ହୋଲସେଲ ମୂଲ୍ୟ ଏକ ଡୋଜ ପିଛା ୦.୦୧ ଆମେରିକୀୟ ଡଲାର ଥଲା ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏକ ମାସର ଏହି ଔଷଧ ଖର୍ଚ୍ଚ ପ୍ରାୟ ୨୫ ଡଲାର ।[୧୦] ଏହାର ଏନେକ ନାମ ମଧ୍ୟରୁ ଏକ ବେନାଡ୍ରିଲ ନାମରେ ଏହା ବିକ୍ରୟ ହୁଏ । []

Remove ads

ଆଧାର

Loading related searches...

Wikiwand - on

Seamless Wikipedia browsing. On steroids.

Remove ads