ଫୋକାଲ ସେଗମେଣ୍ଟାଲ୍ ଗ୍ଲୋମେରୁଲୋସ୍କ୍ଲେରୋସିସ
ଏହା ଏକ ବୃକ୍କ ରୋଗ । From Wikipedia, the free encyclopedia
Remove ads
ଫୋକାଲ ସେଗମେଣ୍ଟାଲ୍ ଗ୍ଲୋମେରୁଲୋସ୍କ୍ଲେରୋସିସ (FSGS) ଶବ୍ଦଟି ବୃକ୍କର ଏକ ନିର୍ଦ୍ଦିଷ୍ଟ ଢ଼ାଞ୍ଚାର କ୍ଷତି ପାଇଁ ବ୍ୟବହାର କରାଯାଏ | [୫] ଏହାର ଲକ୍ଷଣରେ ମୂତ୍ରରେ ପୁଷ୍ଟିସାର ବା ପ୍ରୋଟିନ ବାହାରେ ଓ ଇଡିମା ହୁଏ ।[୧] [୨] ରୋଗ ଜଟିଳ ହେଲେ ଉଚ୍ଚ ରକ୍ତ ଚାପ ଏବଂ ବୃକକ୍ ବିଫଳତା ହୁଏ ।[୨] [୩]
ଅଧିକାଂଶ କ୍ଷେତ୍ରରେ ଏହାର କାରଣ ଅଦ୍ୟାବଧି ଅସ୍ପଷ୍ଟ ଅଛି | [୧] ଅନ୍ୟ କ୍ଷେତ୍ରରେ ଜେନେଟିକ, କିଛି ଔଷଧ, ଭେସିକୋୟୁରେଟେରାଲ ରିଫ୍ଲକ୍ସ, ଅବଷ୍ଟ୍ରକ୍ଟିଭ ସ୍ଲିପ ଆପ୍ନିଆ, ମେଦ ବହୁଳତା କିମ୍ବା ଏଚ.ଆଇ.ଭି./ଏଡ଼ସ ଯୋଗୁ ହେଉଥିବା ସମ୍ଭାବନା ଅଛି ।[୧] [୩] ପୋଡୋସାଇଟ ଆଘାତ ଯୋଗୁ ଗ୍ଲୋମେରୁଲସର କିଛି ଅଂଶ ପ୍ରଭାବିତ ହୋଇଥାଇପାରେ ।[୩] ବୃକ୍କ ବାୟୋପ୍ସି କରି ରୋଗ ନିର୍ଣ୍ଣୟକୁ ନିଶ୍ଚିତ କରାଯାଇପାରେ, କିନ୍ତୁ ରୋଗର ଆରମ୍ଭରେ ସାଧାରଣ ବାୟୋପ୍ସି ରିପୋର୍ଟ ଥିଲେ ମଧ୍ୟ ଏହାକୁ ବାଦ ଦେଇ ହେବନି ।[୨]
ଚିକିତ୍ସାରେ ସ୍ଟିରଏଡ, ଟାକ୍ରୋଲିମସ ବା ରିଟକ୍ସିମାବ ଭଳି ଇମ୍ମ୍ୟୁନୋସପ୍ରେସାଣ୍ଟ ବ୍ୟବହାର କରାଯାଏ | [୩] ଉଚ୍ଚ ରକ୍ତଚାପକୁ ଏସିଇ ଇନହିବିଟର ଦେଇ ଚିକିତ୍ସା କରାଯାଏ ଏବଂ ଇଡିମା ନିମନ୍ତେ ଡାଇୟୁରେଟିକ୍ସ ଦିଆଯାଏ ।[୨] [୩] କିଡନୀରେ ବିଫଳତା ଘଟିଲେ ଡାଏଲିସିସ କିମ୍ବା ବୃକ୍କ ପ୍ରତିରୋପଣ ଆବଶ୍ୟକ ହୋଇପାରେ | [୫]
ଏହି ରୋଗ ପ୍ରାୟ ୭ ନିୟୁତ ଲୋକଙ୍କ ଉପରେ ପ୍ରଭାବ ପକାଇଥାଏ | [୫] ନେଫ୍ରୋଟିକ୍ ସିଣ୍ଡ୍ରୋମର (ପରିସ୍ରାରେ ଉଚ୍ଚ ସ୍ତରର ପ୍ରୋଟିନ୍) କାରଣ ଭାବରେ ଏହା ୪୦% ବୟସ୍କଙ୍କର ଥାଏ ଏବଂ ୨୦% ପିଲାମାନଙ୍କଠାରେ ଏହା ରୋଗର କାରଣ ଥାଏ ।[୩] ଏହି ଅବସ୍ଥା ପ୍ରଥମେ ୧୯୨୫ ମସିହାରେ ଫାହରଙ୍କଦ୍ୱାରା ବର୍ଣ୍ଣନା କରାଯାଇଥିଲା | [୬]
Remove ads
ଆଧର
Wikiwand - on
Seamless Wikipedia browsing. On steroids.
Remove ads