ଫୋଲିକ ଏସିଡ
From Wikipedia, the free encyclopedia
Remove ads
ଫୋଲିକ ଏସିଡ (ଇଂରାଜୀ ଭାଷାରେ Folic acid, ବା ଫୋଲେଟ/folate ଏକ ପ୍ରକାର ଭିଟାମିନ ଯାହା ଜୀବସାର ଖ (ଭିଟାମିନ ବି) ଦଳର ସଦସ୍ୟ ।[୪] ଗର୍ଭାବସ୍ଥାରେ ନିଉରାଲ ଟ୍ୟୁବ ତୃଟି (neural tube defects ବା ଏନଟିଡି/NTDs) ପ୍ରତିରୋଧ ନିମନ୍ତେ ଏହାକୁ ଏକ ଖାଦ୍ୟ ପରିପୂରକ (supplement) ଭାବରେ ଦିଆଯାଏ । ଫୋଲିକ ଏସିଡ ଅଭାବ (folic acid deficiency) ଜନିତ ଆନିମିଆ ରୋଗର ଚିକିତ୍ସାରେ ଏହା ବ୍ୟବହାର କରାଯାଏ । [୪] ପଚାଶରୁ ଅଧିକ ଦେଶରେ ଜନସଂଖ୍ୟାରେ ଏନଟିଡି ହାର କମେଇବା ନିମନ୍ତେ କେତେକ ଖାଦ୍ୟରେ ଫୋଲିକ ଏସିଡ ମିଶେଇ ଖାଦ୍ୟ ଦୁର୍ଗୀକରଣ (fortification of certain foods) କରାଯାଏ ।[୬][୭] ହୃତ୍ପିଣ୍ଡ ରୋଗମାନଙ୍କର (heart disease) ଚିକିତ୍ସା ବା ପ୍ରତିଷେଧରେ ଏହା ବ୍ୟବହାର ଉପଯୋଗୀ ନ ଥିବା ଜଣାଯାଇଛି । ଏହା ପାଟିରେ ବା ଇଞ୍ଜେକସନ ଆକାରରେ ଦିଆଯାଏ । [୪]
ଏହାର କୌଣସି ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ନାହିଁ । ଅଧିକ ମାତ୍ରାର ଫୋଲିକ ଏସିଡ ଅନେକ ଦିନ ଧରି ଖାଇଲେ ଚିନ୍ତାର ବିଷୟ କି ନୁହେଁ, ଜଣା ନାହିଁ ।[୪] ଏହାଦ୍ୱାରା ଖାଦ୍ୟସାର ବି୧୨ ଅଭାବ (vitamin B12 deficiency) ଲୁଚିଯାଇପାରେ, ଏହାହିଁ ଚିନ୍ତା କରାଯାଇଛି । ଫୋଲେଟ ଏକ ଅତ୍ୟାବଶ୍ୟକୀୟ ପୋଷକ ଯାହା ଡିଏନଏ (DNA), ଆରଏନଏ (RNA) ତିଆରିରେ ସାହାଯ୍ୟ କରେ ଓ କୋଷ ବିଭାଜନରେ (cell division) ଆବଶ୍ୟକ ହେଉଥିବା ଆମିନୋ ଏସିଡକୁ (amino acids) ଚୟାପଚୟ ବା ମେଟାବୋଲାଇଜ କରେ ।[୮] ମଣିଷ ଦେହରେ ଫୋଲେଟ ତିଆରି ହୁଏ ନାହିଁ, ତେଣୁ ଖାଦ୍ୟରୁ ମିଳିବା ଆବଶ୍ୟକ ହୁଏ । [୯]
ଯଥେଷ୍ଟ ଫୋଲେଟ ନ ମିଳିଲେ ଫେଲେଟ ଅଭାବ (folate deficiency) ପରିଲକ୍ଷିତ ହୁଏ । ଏହା ଫଳରେ ଲୋହିତ ରକ୍ତ କଣିକା ଆକାର ବଡ଼ ହୁଏ କିନ୍ତୁ ସଂଖ୍ୟା କମିଯାଏ ଯାହାକୁ ମେଗାଲୋବ୍ଲାସ୍ଟିକ ଆନିମିଆ (low numbers of large red blood cells) କୁହାଯାଏ । ଏଥିରେ ଥକ୍କା (feeling tired) ଲାଗେ, ପାଲପିଟେସନ (heart palpitations) ହୁଏ, ଛୋଟ ଶ୍ୱାସକ୍ରିୟ (shortness of breath) ହୁଏ, ଜିଭରେ ଘାଆ ହୁଏ, ଚମ ଓ ଲୋମର ରଙ୍ଗ ବଦଳିଯାଏ । ଗର୍ଭାବସ୍ଥାର ପ୍ରଥମ ଭାଗରେ ଫୋଲେଟ ଅଭାବ ହେଲେ ଅଧାରୁ ଅଧିକ ଶିଶୁଙ୍କର ନିଉରାଲ ଟ୍ୟୁବ ତୃଟି ପରଲକ୍ଷିତ ହୁଏ ।[୮] ଖାଦ୍ୟ ଅଭାବରେ ଶିଶୁଙ୍କର ଏକ ମାସ ମଧ୍ୟରେ ଫୋଲେଟ ଅଭାବ ଲକ୍ଷଣ ଦେଖାଯାଏ ।[୧୦] ବୟଃପ୍ରାପ୍ତ ଲୋକଙ୍କ ଦେହରେ ସମୁଦାୟ ଫୋଲେଟ ୧୦,୦୦୦–୩୦,୦୦୦ ମାଇକ୍ରୋଗ୍ରାମ (µg) ରହେ ଓ ରକ୍ତରେ ୭ ଏନମୋଲ/ଲି (3ng/mL) ଥାଏ ।[୮]
ସନ ୧୯୩୧ରୁ ୧୯୪୩ ମଧ୍ୟରେ ଫୋଲିକ ଏସିଡ ଆବିଷ୍କୃତ ହୋଇଥିଲା ।[୧୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୧୨] ସନ ୨୦୧୪ରେ ଏହାର ହୋଲସେଲ ମୁଲ୍ୟ ବିକାଶଶୀଳ ଦେଶମାନଙ୍କରେ ୦.୦୦୧ରୁ ୦.୦୦୫ ଆମେରିକୀୟ ଡଲାର ଥିଲା ।[୧୩] ଫୋଲିକ ଶବ୍ଦଟି ଲାଟିନ ଶବ୍ଦ ଫୋଲିଅମରୁ (folium) ନିଆଯାଇଛି ଯାହାର ଅର୍ଥ ପତ୍ର ।[୧୪] ଗାଢ଼ ସବୁଜ ପତ୍ର ଥିବା ପରିବା ଓ କଲିଜାରେ ପ୍ରାକୃତିକ ଭାବରେ ଫୋଲେଟ ଥାଏ ।[୮]
Remove ads
ଆଧାର
Wikiwand - on
Seamless Wikipedia browsing. On steroids.
Remove ads