ଇନଫେକ୍ଟିଭ ଏଣ୍ଡୋକାର୍ଡ଼ାଇଟିସ

ହୃତ୍‌ପିଣ୍ଡର ଅନ୍ତସ୍ଥ ସ୍ତର (inner surface of the heart) ବିଶେଷତଃ ହୃତ୍‌ପିଣ୍ଡ ଭଲ୍‌ଭର ସଂକ୍ରମଣ ହୋଇ ପ୍ରଦାହ ହୁଏ From Wikipedia, the free encyclopedia

ଇନଫେକ୍ଟିଭ ଏଣ୍ଡୋକାର୍ଡ଼ାଇଟିସ
Remove ads

ଇନଫେକ୍ଟିଭ ଏଣ୍ଡୋକାର୍ଡ଼ାଇଟିସ (ଇଂରାଜୀ ଭାଷାରେ Infective endocarditis) ରୋଗ କ‌ହିଲେ ହୃତ୍‌ପିଣ୍ଡର ଅନ୍ତସ୍ଥ ସ୍ତର (inner surface of the heart) ବିଶେଷତଃ ହୃତ୍‌ପିଣ୍ଡ ଭଲ୍‌ଭର (valves) ସଂକ୍ରମଣକୁ (infection) ବୁଝାଏ ।[] ଜ୍ୱର, ଚର୍ମରେ କ୍ଷୁଦ୍ର ଆକାରର ରକ୍ତସ୍ରାବ (small areas of bleeding into the skin), ହତ୍‌ପିଣ୍ଡ ମରମର (heart murmur), ଥକ୍କାଣ, ସ୍ୱଳ୍ପ ଲୋହିତ ରକ୍ତ କଣିକା ଇତ୍ୟାଦି ଲକ୍ଷଣମାନ ଏଥିରେ ଦେଖାଯାଏ । [] ରୋଗ ଜଟିଳ ହେଲେ ଭଲଭୁଲାର ଇନସଫିସିଏନ୍ସି (Valvular insufficiency), ହୃଦ୍‌ପାତ, ସ୍ଟ୍ରୋକ, ବୃକ୍‌କ ଫେଲ kidney failure ରୋଗ ହେବା ସମ୍ଭାବନା ରହିବ । [][]

Quick facts ଇନଫେକ୍ଟିଭ ଏଣ୍ଡୋକାର୍ଡ଼ାଇଟିସ (Infective endocarditis), ବିଭାଗ ...

ସାଧାରଣତଃ ଏହି ରୋଗ ଜୀବାଣୁ (bacterial infection) ଯୋଗୁ ହୁଏ ଓ କବକ (fungal infection) ଯୋଗୁ ମଧ୍ୟ ହୋଇପାରେ ।[] ଭଲଭ୍ୟୁଲାର ହୃତ୍‌ପିଣ୍ଡ ରୋଗ (valvular heart disease), ରିଉମାଟିକ ଡିଜିଜ (rheumatic disease), କଞ୍ଜେନିଟାଲ ହୃତ୍‌ପିଣ୍ଡ ରୋଗ (congenital heart disease), କୃତ୍ରିମ ଭଲଭସ (artificial valves), ହେମୋଡାଏଲିସିସ (hemodialysis), ଶିରାଭ୍ୟନ୍ତର ଔଷଧ ବ୍ୟବ‌ହର (intravenous drug use) ଓ ଇଲେକ୍ଟ୍ରୋନିକ ପେସମେକର (en:electronic pacemakers) ଆଦି ଏହି ରୋଗର କାରକ ହୋଇପାରନ୍ତି ।[] ସାଧାରଣତଃ ସ୍ଟ୍ରେପ୍ଟୋକୋକାଇ streptococci ବା ସ୍ଥାଫାଇଲୋ କୋକାଇ staphylococci ଜୀବାଣୁ ଯୋଗୁ ଏହି ରୋଗ ହୁଏ ।[] ରୋଗ ଲକ୍ଷଣ, ରକ୍ତ କଲଚର (blood cultures) ବା ଅଲଟ୍ରାସାଉଣ୍ଡ (ultrasound) କରି ରୋଗ ନିର୍ଣ୍ଣୟ କରାଯାଏ ।[] ଏହ ବ୍ୟତୀତ ଏକ ଅଣସଂକ୍ରାମକ ଏଣ୍ଡୋକାର୍ଡ଼ାଇଟିସ (noninfective) ଆକାରର ଏଣ୍ଡୋକାର୍ଡ଼ାଇଟିସ (endocarditis) ମଧ୍ୟ ଦେଖାଯାଏ ।[]

ଦାନ୍ତ ରୋଗ ଚିକିତ୍ସାର ପ୍ରତିଷେଧ ଭାବରେ ଆଣ୍ଟିବାୟୋଟିକର ଉପକାରୀତା ଅସ୍ପଷ୍ଟ ଅଛି ।[] ଉଚ୍ଚ ଧରଣର ସଙ୍କଟ କାରକମାନଙ୍କରେ ଏହାକୁ ଦେବାକୁ ସୁପାରିସ କରାଯାଏ । [] ଶିରାଭ୍ୟନ୍ତର ଆଣ୍ଟିବାୟୋଟିକ ଦେଇ ସାଧାରଣତଃ ଚିକିତ୍ସା କରାଯାଏ ।[] ରକ୍ତ କଲଚର କରି ଆଣ୍ଟିବାୟୋଟିକ ନିର୍ଣ୍ଣୟ କରାଯାଏ ।[] କ୍ୱଚିତ୍ ହୃତ୍‌ପିଣ୍ଡ ଅପରେସନ ଆବଶ୍ୟକ ହୁଏ ।[]

ପ୍ରତି ବର୍ଷ ପ୍ରାୟ ୧୦୦,୦୦୦ ଲୋକରେ ୫ ଜଣ ଏହି ରୋଗାକ୍ରାନ୍ତ ହୁଅନ୍ତି ।[] ସ୍ଥାନ ଓ ଦେଶ ବିଶେଷରେ ଏହି ରୋଗ ହାରରେ ପାର୍ଥକ୍ୟ ଦେଖାଯାଏ ।[] ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ଆକ୍ରାନ୍ତ ହୁଅନ୍ତି । [] ସଂକ୍ରମିତ ରୋଗୀଙ୍କ ମଧ୍ୟରୁ ପ୍ରାୟ ୨୫% ମୃତ୍ୟୁ ବରଣ କରନ୍ତି ।[] ଉପ‌ଯୁକ୍ତ ଚିକିତ୍ସା ନ ପାଇଲେ ପୃଥିବୀ ସାରା ଏହି ରୋଗ ଘାତକ ସିଦ୍ଧ ହୁଏ ।[]

Remove ads

ଆଧାର

Loading related searches...

Wikiwand - on

Seamless Wikipedia browsing. On steroids.

Remove ads