କାପୋସିସ ସାର୍କୋମା
ଏହା ଏକ ସଂଯୁକ୍ତକାରୀ ତନ୍ତୁ କର୍କଟ ରୋଗ, ଲସିକା ନଳୀ ଏଣ୍ଡୋଥେଲିଅମ ଓ ସ୍ପିଣ୍ଡଲ ସେଲରୁ ବାହାରେ । From Wikipedia, the free encyclopedia
Remove ads
କାପୋସିସ ସାର୍କୋମା (ଇଂରାଜୀ ଭାଷାରେ Kaposi's sarcoma/ KS) ଏକ ପ୍ରକାର କର୍କଟ ରୋଗ ଯେଉଁଥିରେ ଚର୍ମ, ଲସିକା ଗ୍ରନ୍ଥି ବା ଅନ୍ୟାନ୍ୟ ଅଙ୍ଗମାନଙ୍କରେ (organs) ଫୁଲା ବା ଗୋଟାଳି ହୁଏ ।[୩] ଏହି ଫୁଲା ବା ଦାଗର ରଙ୍ଗ ପରପ୍ଲ (Purple) ହୋଇଥାଏ ।[୩] ଏହା ସୀମିତ ସ୍ଥାନରେ ବା ବିଚ୍ଛୁରିତ ଭାବରେ ଦେଖାଯାଇପାରେ ।[୫] ଧୀରେ ଧୀରେ ବା ଦୃତ ଗତିରେ ଏହାର ଅବସ୍ଥା ଦିନକୁ ଦିନ ଖରାପ ଦିଗକୁ ଗତି କରେ ।[୪] ଏହା ଫୁଲା ବା ସମତଳ ଆକାରର ହୋଇପାରେ ।[୪] ସମସ୍ତ ରୋଗୀଙ୍କର ମାନବ ହର୍ପିସଭୁତାଣୁ ୮/(ଏଚଏଚଭି୮) (Human herpesvirus 8? HHV8) ଥିବା ଦେଖାଯାଏ ।[୩] କ୍ରନିକ ଲିମ୍ଫିଡିମା (chronic lymphedema) ଓ ରୋଗ ବା କୌଣସି ଔଷଧ ବ୍ୟବହାର ଯୋଗୁ ଇମ୍ମ୍ୟୁନୋସପ୍ରେସନ (poor immune function) ଥିଲେ ଏହି ରୋଗ ସଙ୍କଟ ରହେ ।[୩][୪]
ଏହି ରୋଗ ଚାରି ପ୍ରକାର ହୋଇ ଦେଖାଯାଇପାରେ ଯଥା:- କ୍ଲାସିକ, ଏଣ୍ଡେମିକ, ଏପିଡେମିକ ଓ ଇମ୍ମୁନୋସପ୍ରେସନ ଥେରାପି ସମ୍ପର୍କୀୟ [୩][୬] ବୟସ୍କମାନଙ୍କୁ କ୍ଲାସିକ କେଏସ ରୋଗ ହୁଏ ଯାହା ଧୀରେ ବଢ଼େ ଓ ଗୋଡ଼କୁ ଆକ୍ରମଣ କରେ ।[୩] ଆଫ୍ରିକାରେ ଏଣ୍ଡେମିକ କେଏସ ରୋଗ ହୁଏ ଓ ଏହା ଅଧିକ ଆକ୍ରମଣକାରୀ ଥାଏ ।[୩] ଇମ୍ମୁନୋସପ୍ରେସନ ଥେରାପି ସମ୍ପର୍କୀୟ କେଏସ ରୋଗ ସାଧାରଣତଃ ଅର୍ଗାନ ଟ୍ରାନ୍ସପ୍ଲାଣ୍ଟ ହୋଇଥିବା ଲୋକଙ୍କୁ ହୁଏ ଓ ପ୍ରାୟ ଚର୍ମରେ ହୁଏ ।[୩] ଏପିଡେମିକ କେଏସ ରୋଗ ଏଡସ ରୋଗୀଙ୍କୁ ହୁଏ ଓ ଦେହର ଅନେକ ସ୍ଥାନରେ ହୁଏ । AIDS [୩] ତନ୍ତୁ ବାୟୋପ୍ସି (Tissue biopsy) ଓ ମେଡିକାଲ ଇମେଜିଙ୍ଗ (medical imaging) ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ ।[୩][୪]
ରୋଗର ଅବସ୍ଥା ଉପରେ ଚିକିତ୍ସା ନିର୍ଭର କରେ, ଯେପରିକି ଏହା ସ୍ଥାନୀୟ କି ବ୍ୟାପିଥିବା ଓ ଲୋକର ଇମ୍ମ୍ୟୁନିଟି ଶକ୍ତି ।[୪] ସ୍ଥାନୀୟ ରୋଗ ହୋଇଥିଲେ ଅପରେଶନ, କେମୋଥେରାପି (chemotherapy) ବା ରାଡିଏସନ ଥେରାପି (radiation therapy) ଦେଇ ଚିକିତ୍ସା କରାଯାଏ । [୪] ବିଚ୍ଛୁରିତ ହୋଇଥିଲେ କେମୋଥେରାପି ବା ବାୟୋଲୋଜିକ ଥେରାପି (biologic therapy) ଚିକିତ୍ସା ଦିଆଯାଏ ।[୪][୩] ଏଚଆଇଭି/ଏଡସ ରୋଗ ଥିଲେ ସେହି ରୋଗକୁ ଆଣ୍ଟିରେଟ୍ରୋଭାଇରାଲ ଥେରାପି (highly active antiretroviral therapy ବା HAART) ଦେଲେ ଉଭୟ ରୋଗର ପ୍ରତିଷେଧ ଓ ଚିକିତ୍ସା ହୋଇଯାଏ । [୭] କେତେକ କେଶ୍ରେ କେମୋଥେରାପି ଆବଶ୍ୟକ ହୋଇପାରେ ।[୭] ଅତ୍ୟଧିକ ରୋଗ ହୋଇଥିଲେ ମୃତ୍ୟୁ ସମ୍ଭାବନା ଅଧିକ ହୁଏ । [୪]
ସାଧାରଣତଃ ଏଚଆଇଭି/ଏଡସ ରୋଗୀ ଓ ଅର୍ଗାନ ଟ୍ରାନ୍ସପ୍ଲାଣ୍ଟ ହୋଇଥିବା ରୋଗୀଙ୍କର ଏହି କାପୋସିସ ସାର୍କୋମା ହେବା ଦେଖାଯାଏ (୨୦୧୭) ।[୪][୭] ଏଚଆଇଭି/ଏଡସ ରୋଗୀଙ୍କ ମଧ୍ୟରୁ ପ୍ରାୟ ୩୫% ରୋଗୀଙ୍କର ଏହି ରୋଗ ହୁଏ । [୮] ସନ ୧୮୭୨ରେ ମୋରିଜ କାପୋସି (Moritz Kaposi) ପ୍ରଥମେ ଏହି ରୋଗ ବିଷୟ ବର୍ଣ୍ଣନା କରିଥିଲେ ।[୫][୯] ସନ ୧୯୮୦ରେ ଏହାକୁ ଏଡସ ଚିହ୍ନଟକାରୀ ରୋଗ ଭାବରେ ଅଭିହିତ କରାଯାଉଥିଲା ।[୫] ଭୁତାଣୁ ସହିତ ଏହାର ସମ୍ପର୍କ ଥିବା ସନ ୧୯୯୪ରେ ଆବିଷ୍କୃତ ହୋଇଥିଲା ।[୫][୧୦]
Remove ads
ଆଧାର
Wikiwand - on
Seamless Wikipedia browsing. On steroids.
Remove ads