ଲାକ୍ଟୁଲୋଜ

From Wikipedia, the free encyclopedia

ଲାକ୍ଟୁଲୋଜ
Remove ads

ଲାକ୍ଟୁଲୋଜ ଆମ ଦେହରେ ଅବଶୋଷିତ ହେଉ ନ ଥିବା ଏକ ଔଷଧ ଯାହା କୋଷ୍ଠକାଠିନ୍ୟହେପାଟିକ ଏନ‌କେଫାଲୋପାଥି ରୋଗରେ ବ୍ୟବ‌ହାର ହୁଏ ।[][] କୋଷ୍ଠକାଠିନ୍ୟ ନିମନ୍ତେ ପାଟିରେ ଖାଇବାକୁ ଦିଆଯାଏ ଓ ହେପାଟିକ ଏନ‌କେଫାଲୋପାଥି ନିମନ୍ତେ ମଳାଶୟରେ ଭର୍ତ୍ତିକରାଯାଏ ।[] ଏହା ୮ରୁ ୧୨ ଘଣ୍ଟା ପରେ କାମ କରିବାକୁ ଆରମ୍ଭ କରେ ଓ କୋଷ୍ଠକାଠିନ୍ୟରେ ଉନ୍ନତି ଆଣିବାକୁ ପ୍ରାୟ ୨ ଦିନ ଲାଗିଯାଏ ।[][]

Quick facts Clinical data, Pronunciation ...

ଏହାର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ପେଟ ଫାମ୍ପିବା ଓ କ୍ରାମ୍ପ ମୂଖ୍ୟ ସ୍ଥାନ ଅଧିକାର କରେ । ଏହାଦ୍ୱାରା ତରଳ ଝାଡ଼ା ହେଲେ ଇଲେକ୍ଟ୍ରୋଲାଇଟ ସମସ୍ୟା ଦେଖାଯାଇପାରେ । ଏହାର ବ୍ୟବ‌ହାରଦ୍ୱାରା ଗର୍ଭାବସ୍ଥାରେ ଥିବା ଶିଶୁର କିଛି କ୍ଷତି ହେବାର ପ୍ରମାଣ ମିଳିନାହିଁ ।[] ସ୍ତନ୍ୟପାନ‌ ବିପଦମୁକ୍ତ ବୋଲି ଧରାଯାଏ ।[] ଏହାକୁ ଓସ୍ମୋଟିକ ରେଚକ ଶ୍ରେଣୀରେ ରଖାଯାଏ ।[]

ସନ ୧୯୨୯ରେ ପ୍ରଥମେ ଲାକ୍ଟୁଲୋଜ ତିଆରି ହୋଇଥିଲା ଓ ସନ ୧୯୫୦ରୁ ଏହା ଚିକିତ୍ସାରେ ବ୍ୟବ‌ହାର ହେଉଛି ।[][] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ।[] ଏହାର ହୋଲସେଲ ମୂଲ୍ୟ ପ୍ରତି ମାତ୍ରା(ଡୋଜ) ନିମନ୍ତେ ପ୍ରାୟ 0.୧୮ ଆମେରିକୀୟ ଡଲାର ।[୧୦] ଆମେରିକାରେ ଲାକ୍ଟୁଲୋଜ ୩୦ ମାତ୍ରା ତରଳପଦାର୍ଥର ମୂଲ୍ୟ ପ୍ରାୟ ୨0 ଡଲାର ।[] ଏହା ଲାକ୍ଟୋଜ ବା ଦୁଧ ଶର୍କରାରୁ ପ୍ରସ୍ତୁତ କରାଯାଏ ।[୧୧]

Remove ads

ଆଧାର

Loading related searches...

Wikiwand - on

Seamless Wikipedia browsing. On steroids.

Remove ads