ଯକୃତ
From Wikipedia, the free encyclopedia
Remove ads
ଦୀର୍ଘକାଳୀନ ଭିତ୍ତିରେ ଯକୃତ କର୍ମ ଅଭାବକୁ କିପରି ପୂରଣ କରିହେବ ତାହା ଅଜ୍ଞାତ ଅଛି ଯଦିଓ ସ୍ଵଳ୍ପ କାଳୀନ ଡାଏଲିସିସ କରିହେବ । ଯକୃତ ଅଭାବ ନିମନ୍ତେ ଦୀର୍ଘ କାଳୀନ କାମ ନିମନ୍ତେ କୃତ୍ରିମ ଯକୃତ ସୃଷ୍ଟି ହୋଇ ନାହିଁ । ସମ୍ପୂର୍ଣ୍ଣ ଯକୃତ ଅଭାବରେ ପ୍ରତିରୋପଣ ହିଁ ଏକ ମାତ୍ର ପନ୍ଥା ।[୧୧]
- ଯକୃତ (ଇଂରାଜୀ ଭାଷାରେ liver) ଦେହର ଏକ ଅଙ୍ଗ । କଥିତ ଭାଷାରେ ଏହାକୁ କଲିଜା ବୋଲି କୁହାଯାଏ । ଏକ ମୂଖ୍ୟ ବିପାକକାରୀ ଅଙ୍ଗ ଯାହା କେବଳ ମେରୁଦଣ୍ଡୀ ପ୍ରାଣୀଙ୍କ ଦେହରେ ଥାଏ ଯାହା ଅତ୍ୟାବଶ୍ୟକୀୟ ବିପାଚନ କ୍ରିୟା କରେ ଯେଉଁଥିରେ ପ୍ରାଣୀ ଅଙ୍ଗର ବିଷାକ୍ତକାରୀ ପଦାର୍ଥକୁ ନଷ୍ଟ କରିଥାଏ; ପୁଷ୍ଟିସାର ସଂଯୋଗ କରେ ଓ ହଜମ ତଥା ବିକାଶ ନିମନ୍ତେ ଅନେକ ଜୈବ ରାସାଯନିକ କାମ କରିଥାଏ ।[୨][୩][୪] ଏହା ମାନବ ଶରୀରର ଡାହାଣ ଉଦ୍ଧ୍ଵ ଚତୁର୍ଥାଂଶରେ ଥାଏ ଯାହାକୁ ପଞ୍ଜରା ଅସ୍ଥି ସୁରକ୍ଷା ଦେଇଥାଏ । ଏହା ଦ୍ଵାରା ଶ୍ଵେତସାର ବିପାକ ହୁଏ ଅନେକ ପ୍ରକାରର ହରମୋନ ପ୍ରସ୍ତୁତ ହୋଇଥାଏ; ଶର୍କରା ଓ ଗ୍ଲାଇକୋଜେନ ପ୍ରସ୍ତୁତ ଓ ଭଣ୍ଡାର କରି ରଖାଯାଏ ଓ ଲୋହିତ ରକ୍ତ କଣିକା ନଷ୍ଟ କରିଥାଏ ।[୪] ଶରୀର ଗଠନକାରୀ ଓ ଡାକ୍ତରୀ ଶବ୍ଦ ସବୁ ଯେପରିକି ହେପାଟୋଲୋଜି ଓ ହେପାଟାଇଟିସ ଶବ୍ଦମାନ ଏଥିରେ ବ୍ୟବହାର କରାଯାଏ ।[୫]ଯକୃତ ଏକ ଅତିରିକ୍ତ ହଜମକାରୀ ଅଙ୍ଗ ଯେଉଁଥିରୁ ପିତ୍ତ ନାମକ ଏକ କ୍ଷାରୀୟ ତରଳ ପଦାର୍ଥ ବାହାରେ ତଥା ଯେଉଁଥିରେ କୋଲେଷ୍ଟେରୋଲ ଓ ପିତ୍ତ ଅମ୍ଳ ଥାଏ । ଏହା ଖାଦ୍ୟରେ ଥିବା ଚର୍ବି ଅଂଶକୁ ଇମଲସନ ବା ଅବଦ୍ରବରେ ପରିଣତ କରିଥାଏ । ଗଲବ୍ଲାଡର ଏକ ଥଳି ଯାହା ଡାହାଣ ଯକୃତର ନିମ୍ନ ଭାଗରେ ଥାଏ । ଏହା ଯକୃତରୁ ବାହାରୁଥିବା ପିତ୍ତକୁ ଜମା କରି ଗାଢ କରିଥାଏ ଓ ପରେ ଏହା ଡୂଓଡେନମରେ ତ୍ୟାଗ କରି ହଜମ କରିବାରେ ସାହାଯ୍ୟ କରିଥାଏ ।[୬] ଯକୃତରେ କିଛି ବିଶେଷ ଧରଣର ତନ୍ତୁ ଥାଏ ଯେଉଁଥିରେ ଅଧିକାଂଶ ହେପାଟୋସାଇଟ ଜୀବକୋଷ ଥାଏ । ଏହି ଜୀବକୋଷ ବିଭିନ୍ନ ପ୍ରକାରର ଉଚ୍ଚ ଧରଣର ଜୈବରାସାୟନିକ ପ୍ରତିକ୍ରିୟା କରିଥାଏ । ଏହା ଛୋଟ ଓ ଜଟିଳ ଜୈବିକ ମଲିକ୍ୟୁଲ ସବୁକୁ ଭାଙ୍ଗିଥାଏ ତଥା ସଂଯୁକ୍ତ କରିଥାଏ ଯେଉଁଗୁଡ଼ିକ ପ୍ରାଣଧାରକ କାମ ପାଇଁ ଆବଶ୍ୟକ ହୁଏ ।[୭] ଏହି ଅଙ୍ଗ ଦ୍ୱାରା ପ୍ରାୟ ୫୦୦ ପ୍ରକାର କାମ ହୋଇଥାଏ ।[୮] ଏହି କାରଣରୁ ୟକୃତକୁ ଦେହର ଏକ ରାସାୟନିକ କାରଖାନା ମନେ କରାଯାଏ ।[୯][୧୦]
ଦୀର୍ଘକାଳୀନ ଭିତ୍ତିରେ ଯକୃତ କର୍ମ ଅଭାବକୁ କିପରି ପୂରଣ କରିହେବ ତାହା ଅଜ୍ଞାତ ଅଛି ଯଦିଓ ସ୍ଵଳ୍ପ କାଳୀନ ଡାଏଲିସିସ କରିହେବ । ଯକୃତ ଅଭାବ ନିମନ୍ତେ ଦୀର୍ଘ କାଳୀନ କାମ ନିମନ୍ତେ କୃତ୍ରିମ ଯକୃତ ସୃଷ୍ଟି ହୋଇ ନାହିଁ । ସମ୍ପୂର୍ଣ୍ଣ ଯକୃତ ଅଭାବରେ ପ୍ରତିରୋପଣ ହିଁ ଏକ ମାତ୍ର ପନ୍ଥା ।[୧୧]
Remove ads
ଗଠନ
ଯକୃତର ରଙ୍ଗ ଗାଢ ଲାଲ ଓ ତ୍ରିକୋଣାକାର ଅଟେ ଯାହାର ଦୁଇଟି ଅସମାନ ଭାଗ ବା ଲୋବ (ଲୋବ ) ଅଛି । ମାନବ ଯକୃତ ଓଜନ ୧.୫ କେଜି ଅଟେ ଓ[୧୨] ଚଉଡ଼ା ୧୫ ସେମି ଅଟେ ।[୧୩] ବ୍ୟକ୍ତି ଅନୁସାରେ ଆକାର (୯୭୦-୧୮୬୦ ଗ୍ରାମ) ଅଲଗା ହୋଇପାରେ ।[୧୪] ମହିଳାଙ୍କର ୬୦୦-୧୭୭୦ ଗ୍ରାମ ହୋଇପାରେ ।[୧୫] ମାନବ ଶରୀରରେ ଏହା ସବୁଠାରୁ ଓଜନିଆ ଓ ବଡ଼ ଅଙ୍ଗ ।[୬]
ଯକୃତ ସହିତ ଦୁଇଟି ବଡ଼ ହେପାଟିକ ଧମନୀ ଓ ପୋର୍ଟାଲ ଶିରା ସଂଯୁକ୍ତ ହୋଇଥାଏ । ଆଓଟା ଧମନୀରୁ ସିଲିଆକ ଟ୍ରଙ୍କ୍ ମାଧ୍ୟମରେ ହେପାଟିକ ରକ୍ତନଳୀ ଅମ୍ଳଜାନ ସହିତ ଯକୃତକୁ ଯାଏ । ସମୁଦାୟ ପ୍ୟାକ ଅନ୍ତନଳୀ, ପ୍ଳୀହା ଓ ପାନକ୍ରିୟାସରୁ ହଜମ ହୋଇଥିବା ପୌଷ୍ଟିକ ପଦାର୍ଥ ପୋର୍ଟାଲ ଶିରାରେ ଗତି କରେ ।[୧୬] ଏହି ରକ୍ତନଳୀଗୁଡ଼ିକ ଛୋଟ ଛୋଟ କାପିଲାରୀ (en:liver sinusoid) ମାଧ୍ୟମରେ ଯକୃତ ଲୋବ୍ୟୁଲକୁ (hepatic lobules) ଯାଏ ।
ଯକୃତ ଲୋବ୍ୟୁଲ ଗୁଡିକ ପ୍ରତ୍ୟେକ ଏକ କର୍ମକାରୀ ଏକକ । ପ୍ରତ୍ୟେକ ଲୋବ୍ୟୁଲରେ ଅନେକ ନିୟୁତ ହେପାଟୋସାଇଟ ଜୀବକୋଷ ଥାଏ ଯାହା ମୌଳିକ ବିପାକ କରେ । ଲୋବ୍ୟୁଲ ଗୁଡିକ ପରସ୍ପର ସହିତ ଫାଇବ୍ରୋଇଲାଷ୍ଟିକ ତନ୍ତୁ ଦ୍ଵାରା ସଂଯୁକ୍ତ ହୋଇଥାଆନ୍ତି ଓ ଏହା ସମୁଦାୟ ୟକୃତକୁ ଘୋଡ଼େଇ ରଖିଥାଏ । ଏହାକୁ ଗ୍ଳିସନ କାପଶୂଳ (Glisson's capsule) କୁହାଯାଏ । ଇଂରାଜୀ ଡାକ୍ତର ଫ୍ରାନ୍ସିସ ଗ୍ଳିସନ[୪] ନାମରୁ ଏହି ନାମ ଆନୀତ ହୋଇଛି । [୪] ଏହି ତନ୍ତୁଗୁଡିକ ରକ୍ତନାଳୀ ସହିତ ଯକୃତ ଅଭ୍ୟନ୍ତରକୁ ଯାଇଥାଏ । ଯକୃତର ପୁରା ବାହ୍ୟ ଭାଗକୁ ଏକ ଆବରଣ ଘୋଡ଼େଇ ଥାଏ ଯାହା ପେରିଟୋନିଅମରୁ (ପେରିଟୋନିଅମ) ଆସିଥାଏ ଓ ଗ୍ଳିସନ କାପଶୂଲ ସହିତ ଦୃଢ ଭାବରେ ସଂଯୁକ୍ତ ହୋଇଥାଏ ।
Remove ads
ସ୍ଥୂଳ ଆକାର
ଲୋବ
ଉପରୁ ଦେଖିଲେ ଯକୃତର ଦୁଇଟି ଭାଗ ଦେଖାଯାଏ – ଡାହାଣ ଲୋବ ଓ ବାମ ଲୋବ – କିନ୍ତୁ ନିମ୍ନରୁ ଦେଖିଲେ ଚାରି ଭାଗ ଦେଖାଯାଏ –(ବାମ, ଡାହାଣ, କଡେଟ ଲୋବ) ଓ କ୍ଵାଡ୍ରେଟ ଲୋବ ।[୧୭]
ଫାଲସିଫର୍ମ ଲିଗାମେଣ୍ଟ ସାହାଯ୍ୟରେ ବାହ୍ୟ ଦୃଷ୍ଟିରେ ଦୁଇ ଭାଗ ବିଭକ୍ତ ହୋଇଥାଏ । ନିମ୍ନ ଭାଗରୁ ଦେଖିଲେ ଦୁଇଟି ଅଧିକ ଲୋବ ଦେଖାଯାଏ ଯାହା ଡାହାଣ ଓ ବାମ ଲୋବ ମଝିରେ ଥାଏ । ଏକ କଳ୍ପିତ ରେଖା ଭେନା କାଭାର ବାମ ପାଖରୁ ଯକୃତ ଓ ପିତ୍ତ କୋଷକୁ ଦୁଇ ଭାଗରେ ବିଭକ୍ତ କରିଥାଏ ।[୧୮] ଏହି ରେଖାକୁ କାଣ୍ଟଲି ରେଖା ( କାଣ୍ଟଲି ରେଖା) କୁହାଯାଏ ।[୧୯]
ଅନ୍ୟାନ୍ୟ ସୀମା ଚିହ୍ନ ମଧ୍ୟରୁ ଲିଗମଏଣ୍ଟମ ଭେନୋସମ ଓ ଗୋଲାକାର ଲିଗାମେଣ୍ଟ ଯାହା ବାମ ପାଖକୁ ଆଉ ଦୁଇ ଭାଗରେ ବିଭକ୍ତ କରିଥାଏ । ଅନ୍ୟ ଏକ ସୀମା ଚିହ୍ନ, ପୋର୍ଟା ହେପାଟିସ, ବାମ ପାଖକୁ ଆଉ ଚାରି ଭାଗରେ ବିଭକ୍ତ କରିଥାଏ । ପାରାଏତାଳ ଦୃଷ୍ଟି କୋଣରୁ ଦେଖିଲେ ୭ ଭାଗ ଦେଖାଯାଏ ଓ ଅଷ୍ଟମ ଭାଗଟି ଭିଶେରାଲ ଭିଉରେ ଦେଖାଯାଏ ।[୨୦]
ବାହ୍ୟ ଭାଗ

ଡାଏଫରାମାଟିକ ବାହ୍ୟ ଭାଗରେ ଏକ ତ୍ରିକୋଣାକାର ଖାଲି ସ୍ଥାନ ବ୍ୟତୀତ ଯକୃତକୁ ଏକ ପତଳା ଦୁଇ ପ୍ରସ୍ତ ବିଶିଷ୍ଟ ପରଦା ଘୋଡ଼େଇ ରଖିଥାଏ ଯାହାକୁ ପେରିଟୋନିଅମ କୁହାଯାଏ ଯାହା ସାହାଯ୍ୟରେ ଅନ୍ୟ ଅଙ୍ଗ ସହିତ ଘର୍ଷଣ ହୁଏ ନାହିଁ ।[୨୧] ଏହି ବାହ୍ୟ ଭାଗ କନଭେକସ ଆକାରର ଦୁଇ ଲୋବକୁ ଘୋଡ଼େଇ ରଖିଥାଏ । ପେରିତୋନିଆମ ନିଜର ଦୁଇ ପ୍ରସ୍ତ ହୋଇ ଫାଲସିଫର୍ମ ଲିଗାମେଣ୍ଟ ତିଆରି କରି ଡାହାଣ ତଥା ବାମ ତ୍ରିକୋଣାକାର ଲିଗାମେଣ୍ଟ ତିଆରି କରିଥାଏ ।[୨୨]
ଗଣ୍ଠି ଲିଗାମେଣ୍ଟ ସହିତ ଏହି ଲିଗାମେଣ୍ଟର କିଛି ସମ୍ପର୍କ ନ ଥାଏ ଓ ଏହାର କୌଣସି କ୍ରିୟାଶୀଳ ଗୁରୁତ୍ତ୍ଵ ନ ଥାଏ କିନ୍ତୁ କେବଳ ବାହ୍ୟ ଚିହ୍ନ କାମ କରେ ।[୨୨]
ଭିଶେରାଲ ବାହ୍ୟ ଭାଗ ଓ ନିମ୍ନ ଭାଗର ଆକାର କନକେଭ ଓ ଆବଡ଼ା ଖାବଡ଼ା ଥାଏ । ଏହା ପିତ୍ତକୋଷ ଓ ପୋର୍ଟା ହେପାଟିସ ସହିତ ସଂଯୁକ୍ତ ହୋଇଥାଏ । [୨୧]
ଛାପ

ଯକୃତ ପୃଷ୍ଠ ଭାଗରେ ଅନେକ ଛାପ ଦେଖାଯାଏ ଯେଉଁଥିରେ ଅନ୍ୟ କେତେକ ଅଙ୍ଗ ଖାପ ଖାଇଥାଏ । ଡାହାଣ ଲୋବର ନିମ୍ନ ଭାଗରେ ପିତ୍ତ କୋଷ ଚିହ୍ନ ପାଖରେ ଡାହାଣ ପାଖରେ ଆଗ ପଛ ହୋଇ ଦୁଇଟି ଛାପ ଦେଖାଯାଏ ଓ ଦୁଇଟିର ମଝିରେ ଏକ ହିଡ଼ ଥାଏ । ସାମନା ଛାପରେ ହେପାଟିକ ଫ୍ଲେକଶର (en:hepatic flexure) ଦ୍ୱାରା କୋଲୋନ ଚିହ୍ନ ଓ ପଛ ପାଖ ଚିହ୍ନ ଡାହାଣ ବୃକ୍କ ଓ ସୁପ୍ରାରେନାଲ ଗ୍ରନ୍ଥି ଦ୍ଵାରା ହୋଇଥାଏ ।[୨୩]
ସୁପ୍ରାରେନାଲ ଛାପ ଏକ ତ୍ରିକୋଣାକାର ଚିହ୍ନ ଏହା ଫୋସାର ଡାହାଣ ପାଖରେ ଥାଏ ଓ ବୃକ୍କ ଚିହ୍ନର ଉପରି ଭାଗରେ ଦେଖାଯାଏ । ସେଠାରେ ପେରିଟୋନିଅମ ଲାଗି ନଥାଏ ଓ ଅଧିକାଂଶ ସ୍ଥାନରେ ଡାହାଣ ସୁପ୍ରାରେନାଲ ଗ୍ରନ୍ଥି ଲାଗିଥାଏ ।[୨୪]
ବାମ ଲୋବର ନିମ୍ନ ଭାଗରେ ପାକସ୍ଥଳୀ ଚିହ୍ନ ଥାଏ । [୨୪]
ଅଣୁବିକ୍ଷଣିକ ଗଠନ

ଅଣୁବୀକ୍ଷଣରେ ଦେଖିଲେ ଯକୃତର ପ୍ରତ୍ୟକ ଲୋବରେ ଅନେକ ହେପାଟିକ ଲୋବ୍ୟୁଲ (en: hepatic lobule) ଦେଖାଯାଏ । ଏହି ଲୋବ୍ୟୁଲଗୁଡିକର ଆକାର ଷଡ଼ଭୁଜି; ସେଥିରେ ହେପାଟୋସାଇଟ ପ୍ଳେଟ ଓ ଯକୃତ ସାଇନୁସାଇଡ ଥାଏ ଯାହା ଇଣ୍ଟର ଲୋବ୍ୟୁଲାର ପୋର୍ଟାଲ ଟ୍ରାଏଡରୁ ବ୍ୟାସାର୍ଥ ଭଳି ସଜା ହୋଇଥାଏ ।[୨୫] ମାଧ୍ୟମିକ ଶିରାରେ ରକ୍ତ ଯାଇ ପୋର୍ଟାଲ ଶିରାରେ ମିଶିଥାଏ । ଏହାକୁ ପୋର୍ଟାଲ ଟ୍ରାଏଡ କହନ୍ତି ଓ ଏଥିରେ ହେପାର୍ଟିକ ଧମନୀ, ପୋର୍ଟାଲ ଶିରା ଓ କମନ ବାଇଲ ଡକ୍ଟ ଥାଏ ।[୨୬] ଏହି ପୋର୍ଟାଲ ଟ୍ରାଏଡ ଅଲ୍ଟ୍ରାସାଉଣ୍ଡରେ ଦେଖିହୁଏ ଯାହା ମିକି ମାଉସ (en:Mickey Mouse sign) ଭଳି ଦେଖାଯାଏ; ପୋର୍ଟାଲ ଶିରା ମୁଣ୍ଡ ଭଳି ଓ ହେପାଟିକ ଶିରା ଓ କମନ ବାଇଲ ଡକ୍ଟ କାନ ଭଳି ଦେଖାଯାଏ ।[୨୭]
ଅଣୁବୀକ୍ଷଣରେ ଦୁଇ ମୁଖ୍ୟ ଯକୃତ ଜୀବକୋଷ ଦେଖାଯାଏ: ପାରେନକାଇମା ଓ ଅଣ-ପାରେନକାଇମା ଜୀବକୋଷ । ଯକୃତର ୭୦–୮୫% ପାରେନକାଇମାଲ ହେପାଟୋସାଇଟ ଅଧିକାର କରିଥାଏ । ଅଣ-ପାରେନକାଇମା (en:parenchyma) ଜୀବକୋଷ ୪୦% ଥାଏ କିନ୍ତୁ ଆୟତନର ମାତ୍ର ୬.୫% ଥାଏ ।[୨୮] ଯକୃତ ସାଇନୁସାଇଡ ସହିତ ଫେଗୋସାଇଟିକ କୂପଫର (phagocytic en:Kupffer cell) ଜୀବକୋଷ ଓ ସାଇନୁସାଇଡାଲ ଏଣ୍ଡୋଥେଲିଆଲ ଜୀବକୋଷ (sinusoidal endothelial cells) ରେଖାଙ୍କିତ ଥାଏ ।[୨୯] ସାଇନୁସାଇଡ ଓ ହେପାଟୋସାଇଟ ମଝିରେ ଥିବା ପେରିସାଇନୁସାଇଡ ମଝିରେ ହେପାଟିକ ଷ୍ଟିଲେଟ ଜୀବକୋଷ (en:Hepatic stellate cell) ଓ ଅଣ-ପାରେନକାଇମା ଜୀବକୋଷ ଥାଏ ।[୨୮]
ଅଧିକନ୍ତୁ ସାଇନୁସଏଡ ରେଖାଙ୍କିତ ଅଭ୍ୟନ୍ତରରେ ଇଣ୍ଟରାହେପାଟିକ ଲିମ୍ଫୋସାଇଟ ଦେଖାଯାଏ ।[୨୮]
- Microscopic anatomy of the liver
- Types of capillaries–sinusoid on right
- 3D medical animation still shot depicting parts of liver
କାର୍ଯ୍ୟକାରୀ ଗଠନ

କେନ୍ଦ୍ର ସ୍ଥାନ ବା ହାଇଲମ (hepatic hilum) ରେ ସାଧାରଣ ପିତ୍ତନଳୀ, ସାଧାରଣ ଯକୃତ ରକ୍ତନାଳୀ ଓ ପୋର୍ଟାଲ ଶିରା ଥିବା ସ୍ଥାନକୁ ପୋର୍ଟା ହେପାଟିସ କୁହାଯାଏ । ନଳୀ, ଶିରା ଓ ଧମନୀ ବାମ ଓ ଡାହାଣ ଭାଗରେ ବିଭକ୍ତ ହୋଇଥାଏ । ଏହି ସବୁ ସ୍ଥାନକୁ କାର୍ଯ୍ୟାତ୍ମକ କାର୍ମିକ ବାମ ଓ ଡାହାଣ ଲୋବ କୁହାଯାଏ । ଏହି କାର୍ଯ୍ୟାତ୍ମକ ଲୋବ ଏକ କଳ୍ପିତ ରେଖା ଦ୍ଵାରା ବିଭକ୍ତ ହୋଇଥାଏ ଯାହାକୁ କାଣ୍ଟଲି ରେଖା କୁହାଯାଏ ଯାହା ପିତ୍ତକୋଷ ଗହ୍ବର ଓ ଇନଫିରିଆର ଭେନାକାଭା ପର୍ଯ୍ୟନ୍ତ ଗତି କରିଥାଏ । ଏହା ଦ୍ଵାରା ପ୍ରକୃତ ଡାହାଣ ଓ ବାମ ଲୋବ ଭାବରେ ବିଭକ୍ତ ହୋଇଥାଏ । ମଧ୍ୟମ ହେପାଟିକ ଶିରା ମଧ୍ୟ ବାମ ଓ ଡାହାଣ ଭାବରେ ବିଭକ୍ତ କରିଥାଏ । ଡାହାଣ ଲୋବ ପୁନଶ୍ଚ ସାମନା ଓ ପୃଷ୍ଠ ଭାବରେ ବିଭକ୍ତ ହୋଇଥାଏ । ବାମ ଲୋବ ମଧ୍ୟ ବାମ ହେପାଟିକ ଶିରା ଦ୍ଵାରା ବିଭକ୍ତ ହୋଇଥାଏ ।
ହାଇଲମକୁ ତିନି ପ୍ଳେଟରେ ବିଭକ୍ତ କରାଯାଏ ଯେଉଁଥିରେ ପିତ୍ତନଳୀ ଓ ରକ୍ତନଳୀ ଥାଏ । ଏହି ସମଷ୍ଟି ଚାରି ପାଖରେ ଏକ ପରଦା ଥାଏ ।[୩୦] ଏହି ତିନି ପ୍ଳେଟମାନଙ୍କର ନାମ ଯଥାକ୍ରମେ ହାଇଲାର ପ୍ଳେଟ, ଶିଷ୍ଟିକ ପ୍ଳେଟ ଓ ନାଭି ପ୍ଳେଟ । ଏମାନଙ୍କ ମଧ୍ୟରେ ଗଠନ ମୂଳକ ବିଭିନ୍ନତା ଥାଇପାରେ ।[୩୦]
କୌନଡ଼ ପ୍ରଣାଳୀ
କୌନଡ଼ ପ୍ରଣାଳୀ ଅନୁସାରେ କାର୍ଯ୍ୟକାରୀ ଲୋବ ଅଧିକ ବିଭକ୍ତ ହୋଇ ଆଠଟି ସେଗମେଣ୍ଟ ହୋଇଛି ଯାହା ମୂଖ୍ୟ ପୋର୍ଟାଲ ଶିରା ଦୁଇ ଭାଗ ଅନୁସାରେ ନିଶ୍ଚିତ କରାଯାଇଛି ।[୩୧] କାଡ଼େଟ ଲୋବ ଏକ ଭିନ୍ନ ଆକୃତି ଯାହା ଉଭୟ ବାମ ତଥା ଡାହାଣ ଧମନୀ ଶାଖା ମାନଙ୍କରୁ ରକ୍ତ ସଂଗ୍ରହ କରିଥାଏ ।[୩୨][୩୩] କୌନଡ଼ ପ୍ରଣାଳୀରେ ଥିବା ଆଠ ସେଗମେଣ୍ଟ ପ୍ରତ୍ୟେକର ନିଜସ୍ବ ଶିରା ଧମନୀ ତଥା ପିତ୍ତ ନଳୀ ଅଛି । ପ୍ରତ୍ଯେକ ସେଗମେଣ୍ଟର ରକ୍ତ ହେପାଟିକ ଶିରା ମଧ୍ୟରେ ସ୍ରୋତ ହେଉଛି ।[୩୪]
ଜିନ ଓ ପୁଷ୍ଟିସାର ପ୍ରକାଶ
ମାନବ ଜୀବକୋଷରେ ପ୍ରାୟ ୨୦,୦୦୦ ପୁଷ୍ଟିସାର କୋଡିଙ୍ଗ ବିକଶିତ ହୁଏ ଯାହା ମଧ୍ୟରେ ୬୦% ଜିନ କେବଳ ବୟଃପ୍ରାପ୍ତ ଯକୃତରୁ ବିକଶିତ ହୋଇଥାଏ ।[୩୫][୩୬] ଯକୃତରୁ ୪୦୦ ଜିନରୁ ଅଧିକ ହେପାଟୋସାଇଟରୁ ବିକଶିତ ହୁଏ ଯାହା ରକ୍ତରେ ମିଶି ପ୍ଲାଜମା ଓ ହେପାଟୋକାଇନ (en:hepatokines) ସୃଷ୍ଟି କରିଥାଏ । ଅନ୍ୟାନ୍ୟ ଯକୃତ ନିର୍ଦ୍ଦିଷ୍ଟ ପୁଷ୍ଟିସାର ମଧ୍ୟରୁ କେତେକ ଯକୃତ ଏନଜାଇମ ଯେଭଳିକି ହାଇଡ୍ରୋଏସିଡ ଅକ୍ସିଡେଜ (ଗ୍ଲାଇକୋଲେଟ ଅକ୍ସିଡେଜ) (HAO1) ୧|ଏଚେ କ୍ୟୁ୧ ଓ ଆର ଏଚଡି୧୬ (en:RDH16) ଭଳି ଯକୃତ ଏଞ୍ଜାଇମ ଓ ପିତ୍ତ ମେଟାବୋଲିକ ଔଷଧ ଯେପରିକି ଏବିସିବି ABCB11 ଓ ଜିଏଲୟୁଟି୨|ଏସେଏଲ୨ଏ୨(SLC2A2) ପ୍ରଭୃତି ପିତ୍ତ ସିନଥେସିସ ନିମନ୍ତେ ସୃଷ୍ଟି ହୁଏ । ନିର୍ଦ୍ଦିଷ୍ଟ ଯକୃତ ପୁଷ୍ଟିସାର ମଧ୍ୟରେ ଏପିଓଏ୨ apolipoprotein A II, କୋଆଗୁଲେସନ ବା ଜମାଟ ଫ୍ୟାକଟର F2, ଫ୍ୟାକଟର ୯, କମ୍ପଲିମେଣ୍ଟ ଫ୍ୟାକଟର ସମ୍ପର୍କୀୟ ପୁଷ୍ଟିସାର ଓ ଫିବ୍ରିନୋଜେନ ବିଟା ଚେନ ପୁଷ୍ଟିସାର ଥାଏ ।[୩୭]
Remove ads
ବିକାଶ







ଭ୍ରୁଣ ଅବସ୍ଥାରେ ଏକ ଜୀବନର ବିକାଶକୁ ଅର୍ଗାନୋଜେନେସିସ କୁହାଯାଏ, ଯାହା ୩ୟରୁ ଅଷ୍ଟମ ସପ୍ତାହ ପର୍ଯ୍ୟନ୍ତ ଚାଲୁ ରହେ । ଯକୃତ ସୃଷ୍ଟି ଉଭୟ ଫୋରଗଟ ଭେଣ୍ଟ୍ରାଲ ସ୍ଥାନରେ ଓ ମେସେନକାଇମା ରୁ ହୁଏ । ସେପଟମ ଟ୍ରାନ୍ସଭର୍ସମର ମେସେନକାଇମା ଉକ୍ତ ଏଣ୍ଡୋଡର୍ମକୁ ଉତ୍ପନ୍ନ କରେ ଯାହା ଯକୃତର ଏଣ୍ଡୋଥେଲିଅମ ତିଆରି କରେ । ମାନବ ଏମ୍ବ୍ରିଓରେ ହେପାଟିକ ଡାଇଭର୍ଟିକୁଲମ ହେଉଛି ଏକ ଏକ ଏଣ୍ଡୋଡର୍ମ ନଳୀ ଯାହା ଫୋରଗଟରୁ ବାହାରି ମେସେନକାଇମାକୁ ବ୍ୟାପିଥାଏ । ସେପ୍ଟମ ଡାଇଭର୍ଟିକୁଲମର ମେସେନକାଇମା ଏଣ୍ଡୋଡର୍ମକୁ ଶାଖା କରିବାକୁ ପ୍ରେରଣ କରେ ଓ ଯକୃତର ଗ୍ଲାଣ୍ଡୁଲାର ଏପିଥେଲିଏମ ସୃଷ୍ଟି କରେ । ହେପାଟିକ ଡାଇଭର୍ଟିକୁଲମର ଏକ ଅଂଶ ଯକୃତର ଡ୍ରେନେଜ ନଳୀ ଭାବରେ କାମ କରେ ଓ ଏହି ନାଳୀର ଏକ ଶାଖା ପିତ୍ତକୋଷ ସୃଷ୍ଟି କରେ ।[୩୮]
ସେପ୍ଟମ ଡାଇଭର୍ଟିକୁଲମର ମେସେନକାଇମାର ସିଗନାଲ ବ୍ୟତୀତ ବିକାଶଶୀଳ ହୃତପିଣ୍ଡ ମଧ୍ୟ ଯକୃତର ଦକ୍ଷତା ବିକାଶ ନିମନ୍ତେ ସାହାଯ୍ୟ କରେ । ହେପାଟିକ ଏଣ୍ଡୋଡର୍ମାଲ ଜୀବକୋଷର ଏକ ମରଫୋଲୋଜିକାଳ ପରିବର୍ତ୍ତନ ହୋଇ କଲମନାର ରୁ ସୁଡୋଷ୍ଟ୍ରାଟିଫାଏଡ କୁ ପରିବର୍ତ୍ତିତ ହୋଇ ଯକୃତ ବଡ ସୃଷ୍ଟି ହୁଏ । ଏହା ଯୋଗୁ ବାଇପୋଟେନସିଆଲ ହେପାଟୋବ୍ଲାଷ୍ଟ ସୃଷ୍ଟି ହୁଏ ।[୩୯] ମେସେନକାଇମାରୁ ହେପାଟିକ ଷ୍ଟିଲେଟ ଜୀବକୋଷ ସୃଷ୍ଟି ହୁଏ ।[୪୦]
ହେପାଟୋବ୍ଲାଷ୍ଟର ସେପ୍ଟମ ଟ୍ରାନ୍ସଭର୍ସମ ମେସେନକାଇମାକୁ ଗମନ ହେବା ପରେ ଯକୃତ ଗଠନ ତିଆରି ସୃଷ୍ଟି ପ୍ରତିଷ୍ଠା ହୁଏ ଯେଉଁଥିରେ ଯକୃତ ସାଇନୁଶଏଡ ଓ ପିତ୍ତ କାନାଲିକୁଲି ସୃଷ୍ଟି ଆରମ୍ଭ ହୁଏ । ଯକୃତ ବଡରୁ ଲୋବ ସୃଷ୍ଟି ହୁଏ । ବାମ ପାଖର ଅମ୍ବିଳିକାଲ ଶିରାରୁ ଡକ୍ଟସ ଭେନୋଶସ ସୃଷ୍ଟି ହୁଏ ଓ ଡାହାଣ ପାଖ ଭାଇଟେଲୀନ ଶିରାରୁ ପୋର୍ଟାଲ ଶିରା ସୃଷ୍ଟି ହୁଏ । ବିସ୍ତାରିତ ଯକୃତ ବଡରୁ ହେମାଟୋପଏଟିକ ଜୀବକୋଷ କଲୋନୀ ସୃଷ୍ଟି ହୁଏ । ବାଇପୋଟେନସିଆଲ ହେପାଟୋବ୍ଲାଷ୍ଟରୁ ବିଲିଆରୀ ଏପିଥେଲିଆଲ ଜୀବକୋଷ ଓ ହେପାଟୋ ସାଇଟ ସୃଷ୍ଟି ହୁଏ । ବିଲିଆରୀ ଏପିଥେଲିଆଲ ଜୀବକୋଷରୁ ପୋର୍ଟାଲ ଶିରା ଚାରି ପାଖରେ ହେପାଟୋବ୍ଲାଷ୍ଟ ତିଆରି ହୁଏ, ପ୍ରଥମେ ମୋନୋସାଇଟ ଓ ପରେ ଦୁଇ ଥାକ ବିଶିଷ୍ଟ କ୍ୟୁବଏଡ ଜୀବକୋଷ ତିଆରି ହୁଏ । ଏହି ଭଳି ଯକୃତ ଧୀରେ ଧୀରେ ତିଆରି ହୁଏ ।
[[File:Ultrasound liver right lobe and right kidney.jpg|thumb|Adult ultrasound showing the right lobe of the liver and right kidney]]
ଜନ୍ମ ସମୟରେ ଯକୃତର ଓଜନ ଦେହ ଓଜନର ୪% ବା ପ୍ରାୟ ୧୨୦ ଗ୍ରାମ 120 g (4 oz) ଥାଏ । ଦେହର ବିକାଶ ହେଲେ ଏହାର ଓଜନ ପ୍ରାୟ ୧.୬ କେଜି ହୁଏ (1.4–1.6 kg (3.1–3.5 lb)) କିନ୍ତୁ ଦେହ ଓଜନର ଏହା ୨.୫ ବା ୩.୫% ହୁଏ ।[୪୧]
ଯକୃତ ଓଜନ ଓ ଦେହ ଓଜନର ଅନୁପାତକୁ ହେପାଟୋସୋମାଟିକ ଇଣ୍ଡେକ୍ସ କୁହାଯାଏ ।[୪୨]
ଭ୍ରୁଣ ରକ୍ତ ସଂଚାଳନ

ବର୍ଦ୍ଧିଷ୍ଣୁ ଭ୍ରୁଣରେ ନାଭି ଶିରା ସାହାଯ୍ୟରେ ଯକୃତକୁ ମୁଖ୍ୟ ଭାଗ ରକ୍ତ ସଂଚାଳନ ହୁଏ ଯାହା ସାହାଯ୍ୟରେ ଯକୃତକୁ ପୋଷକ ତତ୍ତ୍ଵ ସରବରାହ ହୁଏ । ନାଭିଠାରେ ନାଭି ଶିରା ଉଦରରେ ପ୍ରବେଶ କରି ଯକୃତର ଖୋଲା ଫାଲସିଫର୍ମ ଲିଗାମେଣ୍ଟର ଖୋଲା ଧାର ପଥ ଦେଇ ଯକୃତକୁ ପ୍ରବେଶ କରେ । ସେଠାରେ ଏହା ପୋର୍ଟାଲ ଶିରାର ବାମ ଶାଖା ସହିତ ସଂଯୁକ୍ତ ହୁଏ । ବାମ ପୋର୍ଟାଲ ଶିରାରୁ ବାମ ହେପାଟିକ ଶିରା ପର୍ଯ୍ୟନ୍ତ ଯାଇ ଇନଫିରିଅର ଭେନା କାଭା ପର୍ଯ୍ୟନ୍ତ ଯାଏ ଯାହା ଫଳରେ ଯକୃତରୁ ଭ୍ରୁଣ ରକ୍ତ ଏଡ଼େଇ ଯାଏ ।
ଶୈଶବ ଯକୃତରୁ ପୋଷକ ତତ୍ତ୍ଵ ସିଧା ସଳଖ ମାତାର ଦେହରୁ ପ୍ଲାସେଣ୍ଟା ପଥ ଦେଇ ଗମନ କରିବା ହେତୁ ବିଶେଷ ହଜମକାରୀ ପ୍ରଥା ଆବଶ୍ୟକ ହୁଏ ନାହିଁ । ଭ୍ରୁଣ ଯକୃତରୁ ରକ୍ତ ସ୍ଟେମ ଜୀବକୋଷ ଭ୍ରୁଣ ଥାଇମସକୁ ଗତି କରିବା ଫଳରେ ଟି-ଲିମ୍ଫୋସାଇଟ ସୃଷ୍ଟି ହୁଏ । ଜନ୍ମ ପରେ ରକ୍ତ ସ୍ଟେମ ଜୀବକୋଷ ଚାଲିଯାଏ ଅସ୍ଥି ମଜ୍ଜାକୁ । ଦୁଇରୁ ପାଞ୍ଚ ଦିନ ପରେ ଭ୍ରୁଣ ଶିରା ଓ ଡକ୍ଟସ ଭେନୋଶସ ବିଲୋପ ହୋଇଯାଏ, ପ୍ରଥମଟି ଯକୃତର ଗୋଲାକାର ଲିଗାମେଣ୍ଟ ଓ ଦ୍ଵିତୀୟଟି ଲିଗମଏଣ୍ଟମ ଭେନୋସମ ହୋଇଯାଏ । ଶିରୋସିସ ଓ ପୋର୍ଟାଲ ଉଚ୍ଚ ରକ୍ତ ଚାପ ରୋଗ ହେଲେ ନାଭି ଶିରା ପୁନଶ୍ଚ ଖୋଲିଯାଏ ।
ଇଉଥେରୀଆନ ସ୍ତନ୍ୟପାୟୀ ଭଳି ନ ହୋଇ ମାରସୁପିଆଲ ଗୋଷ୍ଠୀରେ ଯକୃତ ଜନ୍ମ ପରେ ସୁନ୍ଦର ହେମାଟୋପଏଟିକ ହୋଇ
Remove ads
କାର୍ଯ୍ୟ
ଯକୃତ ଶରୀରର ଅନେକ ଜରୁରୀ କାମ କରିଥାଏ ।
- ଯକୃତ ପିତ ତିଆରି କରିଥାଏ । ପିତ ହେଉଛି ଏକ ହଳଦିଆ-ସବୁଜ ରଙ୍ଗର ତରଳ ଯାହା କ୍ଷୁଦ୍ରାନ୍ତ୍ରରେ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ ।
- ଯକୃତ ଶର୍କରା ଗଚ୍ଛିତ କରେ ଓ ରକ୍ତର ଶର୍କରା ମାତ୍ରା ସ୍ଥିର ରଖେ ।
- ଯକୃତ ପୁଷ୍ଟିସାର ଓ ସ୍ନେହସାରରୁ ଶର୍କରା ତିଆରି କରିଥାଏ ।
- ଯକୃତ କିଛି ମାତ୍ରାରେ ସ୍ନେହସାର ଓ କୋଲେଷ୍ଟରଲ୍ ମଧ୍ୟ ତିଆରି କରେ ।
- ଯକୃତ ରକ୍ତରେ ଅନେକ ବସ୍ତୁକୁ ବିଘଟନ କରେ :
- ହିମୋଗ୍ଲୋବିନ୍
- ପୁଷ୍ଟିସାର
- ଆମୋନିଆ
- ଶରୀରର ବିଷାକ୍ତ ବସ୍ତୁ
- ଯକୃତ ଜୀବସାର ଓ ଧାତୁସାରକୁ ଗଚ୍ଛିତ ରଖେ ।
- ଯକୃତ ଅନେକ ପୁଷ୍ଟିସାର ତିଆରି କରିଥାଏ ।
- ଭୃଣରେ ଲୋହିତ ରକ୍ତ କଣିକା ତିଆରି କରିଥାଏ ।
ବାହାର ୱେବ୍ସାଇଟ୍
- Elevated liver enzymes details Archived 2019-03-13 at the Wayback Machine.
- Liver enzymes Archived 2018-07-22 at the Wayback Machine.
- Liver Archived 2019-06-06 at the Wayback Machine.
- Liver Disease[permanent dead link]
Remove ads
ଆଧାର
Wikiwand - on
Seamless Wikipedia browsing. On steroids.
Remove ads
