ଲିମ୍ଫିଡିମା

ଲିମ୍ଫିଡିମା (ଇଂରାଜୀ ଭାଷାରେ Lymphedema) ଏକ ସ୍ଥାନୀୟ ଇଡିମା ବା ଫୁଲା ଅଟେ ଯାହା ଲସିକା ପ୍ରଣାଳୀର କାର୍ଯ୍ୟରେ ଅସୁବି From Wikipedia, the free encyclopedia

ଲିମ୍ଫିଡିମା
Remove ads

ଲିମ୍ଫିଡିମା (ଇଂରାଜୀ ଭାଷାରେ Lymphedema) ଏକ ସ୍ଥାନୀୟ ଇଡିମା ବା ଫୁଲା ଅଟେ ଯାହା ଲସିକା ପ୍ରଣାଳୀର କାର୍ଯ୍ୟରେ ଅସୁବିଧା ଯୋଗୁ ହୋଇଥାଏ | [] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ବେଆରାମ, ଓଜନିଆ, ଗଣ୍ଠି କାଠିନ୍ୟ ଏବଂ ମୋଟା ଚର୍ମ ହୋଇପାରେ | [] [] ରୋଗ ଜଟିଳ ହେଲେ ସଂକ୍ରମଣ, ଗଭୀର ଶିରା ଥ୍ରୋମ୍ବୋସିସ୍ ଏବଂ ଲିମ୍ଫାଞ୍ଜିଓସାର୍କୋମା ହୋଇପାରେ।[]

Quick facts Lymphedema, ବିଭାଗ ...

କର୍କଟ ରୋଗ, ଏହାର ଚିକିତ୍ସା କିମ୍ବା ପରଜୀବୀ ସଂକ୍ରମଣ ଯୋଗୁ ଏହି ରୋଗ ହୋଇଥାଏ କିନ୍ତୁ ଅନେକ ଜେନେଟିକ ରୋଗମାନଙ୍କରେ ମଧ୍ୟ ଏହା ଦେଖାଯାଏ | [] ବିପଦ କାରକ ମଧ୍ୟରେ ମୋଟାପଣ ଅନ୍ତର୍ଭୁକ୍ତ ଥାଏ ।[] ଅନ୍ତର୍ନିହିତ କାର୍ଯ୍ୟ ପ୍ରଣାଳୀରେ ପ୍ରଦାହ ଓ ଫାଇବ୍ରୋସିସ ଚକ୍ର ଦେଖାଯାଏ | [] ଅନ୍ୟାନ୍ୟ ସମ୍ଭାବ୍ୟ କାରଣକୁ ଏଡ଼ାଇ ଦିଆଯିବା ପରେ ସାଧାରଣତଃ ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଏ | []

ଏହି ରୋଗ ଆରୋଗ୍ୟ ସାଧ୍ୟ ନଥିବାବେଳେ ଚିକିତ୍ସାଦ୍ୱାରା ଫଳାଫଳ ଉନ୍ନତ ହୋଇପାରେ | [] ସାଧାରଣତଃ ଏଥିରେ ଚାପ ଚିକିତ୍ସା, ଉତ୍ତମ ଚର୍ମ ଯତ୍ନ, ବ୍ୟାୟାମ, ଏବଂ ହାତ ସାହାଯ୍ୟରେ ଲସିକା ନିଷ୍କାସନ ଇତ୍ୟାଦି କରାଯାଏ ଯାହା ସାମୁହିକ ଭାବରେ ଡିକଞ୍ଜେଷ୍ଟିଭ୍ ଥେରାପି ଭାବରେ ଜଣାଶୁଣା | [] ବ୍ୟାୟାମ ମଧ୍ୟ ଉପଯୋଗୀ ହୋଇପାରେ | [] ଡାଇୟୁରେଟିକ ଉପଯୋଗୀ ନୁହେଁ।[] ବିଭିନ୍ନ ପଦକ୍ଷେପ ସହିତ ଉନ୍ନତ ହୋଇନଥିବା ରୋଗୀଙ୍କର ଅସ୍ତ୍ରୋପଚାର କରାଯାଏ ।[]

ଲିମ୍ଫିଡିମା ବିଶ୍ୱରେ ପ୍ରାୟ ୨୦୦ ନିୟୁତ ଲୋକଙ୍କୁ ପ୍ରଭାବିତ କରିଥାଏ | [] ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ପ୍ରଭାବିତ ହୁଅନ୍ତି।[] ସ୍ତନ କର୍କଟରୁ ବଞ୍ଚିଥିବା ୫ଜଣରୁ ଜଣେ ମହିଳା ଓ ମହିଳାରୋଗ କର୍କଟରେ ଆକ୍ରାନ୍ତ ୪୦% ମହିଳାଙ୍କର ଲିମ୍ଫିଡିମା ହୋଇପାରେ ।[] ଜେନେଟିକ୍ କାରଣଗୁଡିକ କମ୍ ଥାଏ ଓ ସାଧାରଣତଃ ୧୦୦,୦୦୦ ଲୋକଙ୍କ ମଧ୍ୟରୁ ଜଣକର ହୋଇଥାଏ | [] ପ୍ରାଚୀନ ଇତିହାସରେ ପ୍ରାଚୀନ ଇତିହାସରେ ଏହି ଅବସ୍ଥାର ବର୍ଣ୍ଣନା କରାଯାଇଛି।[]  

Remove ads

ଆଧାର

Loading related searches...

Wikiwand - on

Seamless Wikipedia browsing. On steroids.

Remove ads