ମେଡ୍ରକ୍ସିପ୍ରୋଜେସ୍ଟେରନ ଆସେଟେଟ

From Wikipedia, the free encyclopedia

ମେଡ୍ରକ୍ସିପ୍ରୋଜେସ୍ଟେରନ ଆସେଟେଟ
Remove ads

ମେଡ୍ରକ୍ସିପ୍ରୋଜେସ୍ଟେରନ ଆସେଟେଟ (ଇଂରାଜୀ ଭାଷାରେ Medroxyprogesterone acetate ବା MPA), ବିକ୍ରୟ ନାମ ଡେପୋ-ପ୍ରୋଭେରା/Depo-Provera) ଏକ କୃତ୍ରିମ ପ୍ରଜେସ୍ଟିନ (progestin) ଟାଇପର ହରମୋନ (hormone) ଯାହା କାରଖାନାରେ ପ୍ରସ୍ତୁତ କରାଯାଏ । ଏହା ଜନ୍ମ ନିରୋଧ (birth control) ନିମନ୍ତେ ଓ ଋତୁବନ୍ଦ ଲକ୍ଷଣ (menopausal symptoms) ଉପସମ ନିମନ୍ତେ ହରମୋନ ବଦଳ ଥେରାପି (hormone replacement therapy) ଭାବରେ ବ୍ୟବ‌ହାର କରାଯାଏ ।ଏଣ୍ଡୋମେଟ୍ରିଓସିସ, ଅସାଧାରଣ ଜରାୟୁ ରକ୍ତସ୍ରାବ (abnormal uterine bleeding), ପାରାଫିଲିଆ (abnormal sexuality in males) ଓ କେତେକ କର୍କଟ ରୋଗର ଚିକିତ୍ସାରେ ଦିଆଯାଏ । ଏହା ପାଟିରେ ବା ମାଂସପେଶୀ ଇଞ୍ଜେକସନ (into a muscle) ବା ଚର୍ମତଳ ଇଞ୍ଜେକସନ (under the skin) ଆକାରରେ ଦିଆଯାଏ ।[]

Quick Facts Clinical data, Trade names ...

ମେଡ୍ରକ୍ସିପ୍ରୋଜେସ୍ଟେରନ ଆସେଟେଟର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଋତୁରୋଧ (no periods), ପେଟ ଯନ୍ତ୍ରଣା, ମୁଣ୍ଡବଥାଉଦ୍‌ବେଗ (anxiety) ଇତ୍ୟାଦି ଲକ୍ଷଣ ଦେଖାଯାଏ । ସାଂଘାତିକ ପ୍ରତିକ୍ରିୟାରେ ଓଷ୍ଟିଓପୋରୋସିସ, ରକ୍ତ ଜମାଟ (blood clots), ଆଲର୍ଜି ପ୍ରତିକ୍ରିୟା, ଅବସାଦ (depression) ଓ ଯକୃତ ସମସ୍ୟା (liver problems) ଦେଖାଯାଇପାରେ । ଗର୍ଭାବସ୍ଥାରେ ଦେଲେ ଶିଶୁର ହାନୀ ହୋଇପାରେ । ଦେହରୁ ନିର୍ଗତ ହେଉଥିବାଗୋନାଡୋଟ୍ରପିନ (gonadotropins) କ୍ଷରଣ ଏହା କମେଇ ଦେଇ କାର୍ଯ୍ୟକ୍ଷମ ହୁଏ []

ସନ ୧୯୫୮ରେ ମେଡ୍ରକ୍ସିପ୍ରୋଜେସ୍ଟେରନ ଆସେଟେଟ ପେଟେଣ୍ଟ ହୋଇଥିଲା ଓ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୧୦] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଭାଏଲର ମୂଲ୍ୟ ୦.୫୯ରୁ ୧.୫୭ ଆମେରିକୀୟ ଡଲାର ।[୧୧] ଇଂଲଣ୍ଡରେ ଏହି ଡୋଜର ମୂଲ୍ୟ ପ୍ରାୟ ୬.୦୧ ପାଉଣ୍ଡ । [୧୨] ସନ ୨୦୧୫ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଡୋଜର ମୂଲ୍ୟ ପ୍ରାୟ ୨୫ ଆମେରିକୀୟ ଡଲାରରୁ କମ୍ ଥିଲା । [୧୩]

Remove ads

ଆଧାର

Loading related searches...

Wikiwand - on

Seamless Wikipedia browsing. On steroids.

Remove ads